Advertisment

ହିନ୍ଦୀ ବେଲ୍ଟରେ ବଢୁଛି ‘କଲ୍‌କୀ’ର ରୋଜଗାର; ଆଶ୍ଚର୍ଯ୍ୟ କଲା ଚତୁର୍ଥ ଦିନର ଆୟ

ସାଉଥ୍ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ ପୁଣି ଥରେ ପ୍ରେକ୍ଷାଳୟର ଆକର୍ଷଣକୁ ଫେରାଇ ଆଣିଛି। ଗତ କିଛି ମାସ ଧରି ସେମିତି କୌଣସି ଫିଲ୍ମ ବକ୍ସ ଅଫିସରେ ଦମଦାର ରୋଜଗାର କରିବାରେ ସକ୍ଷମ ହୋଇ ନ ଥିଲା। ବର୍ତ୍ତମାନ କିନ୍ତୁ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ୍ ଟିକେଟ୍ ୱିଣ୍ଡୋରେ ଭିଡ ଜମଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Kalki 2898 ad worldwide box office collection day 4 prabhas

Kalki 2898 ad worldwide box office collection day 4 prabhas

ସାଉଥ୍ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ ପୁଣି ଥରେ ପ୍ରେକ୍ଷାଳୟର ଆକର୍ଷଣକୁ ଫେରାଇ ଆଣିଛି। ଗତ କିଛି ମାସ ଧରି ସେମିତି କୌଣସି ଫିଲ୍ମ ବକ୍ସ ଅଫିସରେ ଦମଦାର ରୋଜଗାର କରିବାରେ ସକ୍ଷମ ହୋଇ ନ ଥିଲା। ବର୍ତ୍ତମାନ କିନ୍ତୁ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ୍ ଟିକେଟ୍ ୱିଣ୍ଡୋରେ ମରୁଡ଼ି ଭିଡ ଜମଉଛି। ଆଜିକାଲି ‘କଲ୍‌କୀ ୨୮୯୮ ଏଡି’ ଦେଶର ପ୍ରତ୍ୟେକ କୋଣରେ ଦମଦାର ରୋଜଗାର କରୁଛି।

Advertisment

ଏହି ଫିଲ୍ମ ଗତ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି, ଯାହା ରୋଜଗାରର ଏକ ରେକର୍ଡ ସୃଷ୍ଟି କରିଛି। ‘କଲ୍‌କୀ ୨୮୯୮ ଏଡି’ରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, କମଲ ହାସନ ଏବଂ ଦିଶା ପଟାନୀଙ୍କ ଭଳି ଅନେକ ଭେଟେରାନ ଅଭିନେତା ଅଛନ୍ତି, ଯାହାଙ୍କ ଅଭିନୟକୁ ସାରା ବିଶ୍ୱରେ ପସନ୍ଦ କରାଯାଉଛି। ବର୍ତ୍ତମାନ ଚାରି ଦିନରେ, ‘କଲ୍‌କୀ ୨୮୯୮ ଏଡି’ ବକ୍ସ ଅଫିସରେ ରୋଜଗାରର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: 'କଲ୍‌କୀ ୨୮୯୮ ଏଡି' ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଯିବ; ରଜନୀକାନ୍ତ

Advertisment

ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ୫୫୫ କୋଟିରୁ ଅଧିକ ଆୟ କରିଛି। ଫିଲ୍ମର ନିର୍ମାତା ରବିବାର ସୂଚନା ଦେଇଛନ୍ତି ଯେ ‘କଲ୍‌କୀ ୨୮୯୮ ଏଡି’ ଏପର୍ଯ୍ୟନ୍ତର ପଞ୍ଚମ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ହୋଇପାରିଛି, ଯାହା ‘ବାହୁବଲୀ ୧’, ‘ଆର୍‌ଆର୍‌ଆର୍‌’, ‘ସାଲାର ପାର୍ଟ ୧’ ଏବଂ ‘ବାହୁବଲୀ ୨’ ରୁ ଆଗରେ ଅଛି।

‘କଲ୍‌କୀ ୨୮୯୮ ଏଡି’ ବିଶ୍ୱ ବକ୍ସ ଅଫିସରେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ୧୦୦୦ କୋଟି ଟଙ୍କାର କ୍ଲବରେ ଯୋଗଦେବ ବୋଲି ଆଶା କରାଯାଉଛି। ଏହି ଫିଲ୍ମ ୧,୫୦୦ କୋଟି ଟଙ୍କାର କ୍ଲବରେ ଯୋଗ ଦେଇପାରିବ କି ନାହିଁ ତାହା ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ଫିଲ୍ମର ବକ୍ସ ଅଫିସର ପ୍ରଦର୍ଶନ ଉପରେ ନିର୍ଭର କରିବ।

‘କଲ୍‌କୀ ୨୮୯୮ ଏଡି’ର ଘରୋଇ ବକ୍ସ ଅଫିସ୍ ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରଥମ ସପ୍ତାହରେ ଭାରତରେ ୩୦୨ କୋଟି ଟଙ୍କା ଆୟ କରିଛି, ଯେଉଁଥିରେ ତେଲୁଗୁ ଭାଷାରେ ୧୬୨.୧ କୋଟି, ତାମିଲରେ ୧୮.୩ କୋଟି, ହିନ୍ଦୀରେ ୧୧୦.୫ କୋଟି, କନ୍ନଡରେ ୧.୮ କୋଟି ଓ ମାଲାୟାଲମରେ ୯.୭ କୋଟି ଟଙ୍କା ଆୟ କରିଛି।

ଅଧିକ ପଢ଼ନ୍ତୁ: KALKI ହିଟ୍ ନା ଫ୍ଲପ୍ ? ଫ୍ୟାନ୍ସଙ୍କ ମନ ଜିତିପାରିଛି ତ..ଜାଣନ୍ତୁ..

ସବୁଠାରୁ ବଡ କଥା ହେଲା ଫିଲ୍ମ ଚତୁର୍ଥ ଦିନରେ ଏହା ତେଲୁଗୁ ଭାଷା ଅପେକ୍ଷା ହିନ୍ଦୀ ବେଲ୍ଟରେ ବେଶି ରୋଜଗାର କରିଛି। ହିନ୍ଦୀ ବେଲ୍ଟରେ ଫିଲ୍ମ ୪୦କୋଟି ଟଙ୍କା ବ୍ୟବସାୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେତେବେଳେ କି ଏହି ସଂଖ୍ୟା ତେଲୁଗୁ ଭାଷାରେ ୩୮.୮ କୋଟିରେ ସୀମିତ ରହିଛି।

ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଦେବରକୋଣ୍ଡା, ମୃଣାଳ ସେନ୍, ଦୁଲକର୍ ସଲମାନ, ରାମ ଗୋପାଳ ବର୍ମା, ଏସ୍ଏସ୍ ରାଜାମୌଲି ଏବଂ ବ୍ରାହ୍ମନନ୍ଦମ କୈମିଓ ଭୂମିକାରେ ଅଭିନୟ କରିଛନ୍ତି।

ତେବେ ଫିଲ୍ମ ରିଲିଜ୍ ହେବା ମାତ୍ରେ ଏହାର ପରବର୍ତ୍ତୀ ଭାଗ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଲୋକମାନେ ଫିଲ୍ମର ପରବର୍ତ୍ତୀ କାହାଣୀ ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି। କିଛି ମିଡିଆ ରିପୋର୍ଟ ମଧ୍ୟ ଫିଲ୍ମର ସିକ୍ୱେଲ୍‌ ବିଷୟରେ ଅନେକ ଦାବି କରୁଛି।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦର୍ଶକଙ୍କୁ ଏହି ଫିଲ୍ମର ପରବର୍ତ୍ତୀ ଭାଗ ପାଇଁ ଅଧିକ ଅପେକ୍ଷା କରିବାକୁ ପଡିବ ନାହିଁ। ଖବର ଅନୁଯାୟୀ, ସିକ୍ୱେଲର ୬୦ ପ୍ରତିଶତ ସୁଟ୍ ହୋଇସାରିଛି ଏବଂ କିଛି ପ୍ରମୁଖ ଅଂଶ ଏପର୍ଯ୍ୟନ୍ତ ସୁଟିଂ କରାଯାଇ ନାହିଁ। ତେବେ ଏହିସବୁ ବିଷୟରେ ଫିଲ୍ମ ଟିମ୍ ପକ୍ଷରୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

ଅଧିକ ପଢ଼ନ୍ତୁ: ଜୁହୀ କହିଲେ ଶାହରୁଖଙ୍କ ଦୁର୍ଦ୍ଦିନର କଥା, EMI ନ ଦେଇପାରିବାରୁ ଚାଲିଯାଇଥିଲା ଏହି କାର୍

Deepika Padukone Prabhas Amitabh Bachchan Kamal Haasan South Indian Films
Advertisment
Advertisment