Advertisment

Adnan Sami: ଅଦନାନ ସାମି ଖୋଲିଦେଲେ ପାକିସ୍ତାନର କଳା ଚିଠି; ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Adnan Sami revealed Pakistan rejected visa last year

Adnan Sami revealed Pakistan rejected visa last year

ପୂର୍ବତନ ପାକିସ୍ତାନୀ ଗାୟକ ଅଦନାନ ସାମି ତାଙ୍କ ଦେଶର ନାଗରିକତା ଛାଡି ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

Advertisment

ଗାୟକ ଜଣକ ତାଙ୍କର ଏକ ପୁରୁଣା ସାକ୍ଷାତକାରରେ ଏହା ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା। ଭିସା ନ ମିଳିବା ଯୋଗୁଁ, ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ମାଆଙ୍କୁ ଶେଷ ବିଦାୟ ଦେବାକୁ ପଡିଥିଲା।

ଅଧିକ ପଢ଼ନ୍ତୁ:ପାକିସ୍ତାନକୁ ଏମିତି କହିଲେ ଅଦନାନ୍ ସାମି; ଖୋଲିବେ ଗୁମର

ଗତ ବର୍ଷ ଅକ୍ଟୋବରରେ ଅଦନାନ ସାମିଙ୍କ ମାଆଙ୍କ ମୃତ୍ୟୁ ପରେ ସେ ଭିସା ପାଇଁ ଆବେଦନ କରିଥିଲେ, କିନ୍ତୁ ପାକିସ୍ତାନ ସରକାର ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା।

Advertisment

ଅଦନାନ୍ ସାମି ଏହି କାହାଣୀକୁ ରଜତ ଶର୍ମାଙ୍କ ଶୋ ‘ଆପ୍ କି ଅଦାଲତ’ରେ ଶେୟାର କରିଥିଲେ। ସେ କହିଥିଲେ ଯେ ଅକ୍ଟୋବର ୨୦୨୪ରେ ତାଙ୍କ ମାଆଙ୍କ ମୃତ୍ୟୁ ପରେ, ସେ ପାକିସ୍ତାନ ଯାଇ ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଚାହୁଁଥିଲେ, କିନ୍ତୁ ସରକାର ତାଙ୍କୁ ଏପରି କରିବାକୁ ଦେଇ ନଥିଲେ।

ଗାୟକ କହିଥିଲେ, “ମୁଁ ଭିସା ପାଇଁ ଆବେଦନ କରିଥିଲି, କିନ୍ତୁ ସେମାନେ (ପାକିସ୍ତାନ ସରକାର) ମନା କରିଦେଲେ। ମୁଁ ଲେଖିଥିଲି ଯେ ମୋ ମାଆଙ୍କ ଦେହାନ୍ତ ହୋଇଯାଇଛି ଏବଂ ମୋତେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପଡିବ, କିନ୍ତୁ ମୋର ଭିସାକୁ ପ୍ରତ୍ୟାଖ୍ୟାନ କରିଦିଆଗଲା। ମୁଁ ମୋ ମାଆଙ୍କ ଶବଦାହ ଏକ ହ୍ୱାଟ୍ସଆପ୍ ଭିଡିଓ କଲ୍‌ରେ ହିଁ ଦେଖିଲି।”

ପାକିସ୍ତାନୀ ନାଗରିକତା ଛାଡିବା ପରେ, ଅଦନାନ ସାମିଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ଅନେକ ଲୋକ ଗାୟକଙ୍କ ଉପରେ ଟଙ୍କା ଲୋଭରେ ଭାରତୀୟ ନାଗରିକତା ନେଇଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗି ଅଦନାନ ସାମି କହିଛନ୍ତି ଯେ ସେ ଟଙ୍କା ପାଇଁ ପାକିସ୍ତାନୀ ନାଗରିକତା ତ୍ୟାଗ କରିନାହାଁନ୍ତି।

ତାଙ୍କର ପାକିସ୍ତାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ଯାହାକୁ ସେ ଛାଡି ଭାରତ ଆସି ସବୁକିଛି ପୁନଃନିର୍ମାଣ କରିଥିଲେ। ସେ କୁହନ୍ତି ଯେ ଜଣେ କଳାକାରଙ୍କୁ କେବଳ ପ୍ରେମ ଏବଂ ସମ୍ମାନର ଆବଶ୍ୟକତା ଅଛି ଏବଂ ଏହି ଏକମାତ୍ର କାରଣ ପାଇଁ ସେ ଭାରତରେ ବସତି ସ୍ଥାପନ କରିଥିଲେ।

ଅଧିକ ପଢ଼ନ୍ତୁ:ଆପଣ ବି ଆଶ୍ଚର୍ଯ୍ୟ ହେବେ, ଅଦନାନ୍ ସାମିଙ୍କୁ ଏହି ରୂପରେ ଦେଖିଲେ

India Bollywood Pakistan Adnan Sami
Advertisment
Related Articles
Advertisment