/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748836169.jpg)
Kalinga Studio
ପୂର୍ଣ୍ଣ ଅବସ୍ଥାକୁ ଫେରିବ କଳିଙ୍ଗ ଷ୍ଟୁଡିଓ । ନବକଳେବର ପରେ ନୂତନ ଅବସ୍ଥାକୁ ଫେରିବାକୁ ଯାଉଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଖୁବ ଶୀଘ୍ର ଖୋଲିବ କଳିଙ୍ଗ ଷ୍ଟୁଡିଓ । ଚଳଚ୍ଚିତ୍ର ନିର୍ମାଣ ପାଇଁ ଆବଶ୍ୟକତା ଅନୁସାରେ କଳିଙ୍ଗ ଷ୍ଟୁଡିଓର ନବକଳେବର କରାଯାଉଛି । କଳିଙ୍ଗ ଷ୍ଟୁଡିଓକୁ ସ୍ବୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକାଶ କରାଯିବ। ଏନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ: ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି। ୧୯୮୦ରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡିଓର ବିକାଶ କାର୍ଯ୍ୟ ଇଡକୋ ପକ୍ଷରୁ କରାଯାଉଛି। ନୂଆ ସରକାର ଦାୟିତ୍ବ ନେବା ପରେ କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକୀକରଣ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଷ୍ଟୁଡିଓର ଟେକ୍ ବିଲଡିଙ୍ଗ, ଏଣ୍ଟ୍ରାନ୍ସ ପ୍ଲାଜା, ଇନଡୋର ସୁଟିଂ ବ୍ୟବସ୍ଥା, ଏଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍ ଏରିଆ, ଆଇକନିକ୍ ଲ୍ୟାଣ୍ଡ ମାର୍କ, ସ୍ନୋ ୱାର୍ଲଡ, କମ୍ୟୁନିଟି ହଲ୍, ବାମ୍ବୋ ଷ୍ଟ୍ରକଚର, ୱାଟର ବଡି ଏବଂ ଗ୍ରୀନ ଏରିଆ ବିକଶିତ କରାଯାଇଛି। ବାକି ରହିଥିବା କାମ ଯଥାଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ସଂସ୍କୃତି ବିଭାଗ ସଚିବ ସମର୍ଥ ବର୍ମାଙ୍କ ସହ ଅଭିନେତା ଶ୍ରୀତମ ଦାସ ଓ ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)