Advertisment

ଆପଣ ବି ଆଶ୍ଚର୍ଯ୍ୟ ହେବେ, ଅଦନାନ୍ ସାମିଙ୍କୁ ଏହି ରୂପରେ ଦେଖିଲେ

ପୁଣି ସାମ୍ନାକୁ ଆସିଛି ଅଦନାନ୍ ସାମିଙ୍କ ନୂଆ ଫଟୋ। ଏହି ଫଟୋରେ ସେ ତାଙ୍କର ଟ୍ରାନ୍ସଫର୍ମେସନରେ ଲୋକଙ୍କୁ ପୁଣି ଥରେ ଚକିତ କରିଛନ୍ତି। ଏଥର ସେ କେବଳ ତାଙ୍କର ରୂପାନ୍ତର ନୁହେଁ ବରଂ ଗ୍ରୁମିଙ୍ଗ୍ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି। ଲୋକମାନେ ତାଙ୍କର ଏହି ପରିବର୍ତ୍ତନକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

author-image
Pramod Behera
Adnan Sami transformation surprised fans

Adnan Sami transformation surprised fans

୨୩୦ କେଜିର ଗାୟକ ଯିଏକି ନିଜ ଗୀତ ସହିତ ମୋଟାପାକୁ ନେଇ ଖୁବ ଚର୍ଚ୍ଚାରେ ଥାଆନ୍ତି ସେ ହେଲେ ଅଦନାନ୍ ସାମି। ଗୋଲୁ-ମୋଲୁ ଦେଖାଯାଉଥିବା ଅଦନାନ୍ ସାମି ଧୀରେ ଧୀରେ ତାଙ୍କ ଫିଟନେସ୍ ଉପରେ କାମ କରିଥିଲେ ଏବଂ ବହୁ ଓଜନ ହ୍ରାସ କରିଥିଲେ। ସେତେବେଳେ ସିନା ମଧ୍ୟ ତାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଥିଲେ, କିନ୍ତୁ ତାଙ୍କୁ ଚିହ୍ନିବା ପାଇଁ କଷ୍ଟକର ନଥିଲା। ବର୍ତ୍ତମାନ ଅଦନାନ୍ ପୁନର୍ବାର ତାଙ୍କର ରୂପାନ୍ତର ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଲୋକମାନେ ତାଙ୍କୁ ଦେଖି ଚିହ୍ନିବା କଷ୍ଟକର ହୋଇପଡିଛି।

Advertisment

ଅଦନାନ୍ ସାମି ବର୍ତ୍ତମାନ କେବଳ ତାଙ୍କର ରୂପାନ୍ତର ଉପରେ ନୁହେଁ ବରଂ ଗ୍ରୁମିଙ୍ଗ୍ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି। ତାଙ୍କ ଚେହେରା ଏମିତି ପରିବର୍ତ୍ତନ ହୋଇଯାଇଛି ଯେ ସୋସିଆଲ ମିଡିଆରେ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

ବର୍ତ୍ତମାନ ଅଦନାନ୍‌ଙ୍କ ଓଜନରେ ବହୁତ ଫରକ ଦେଖାଦେଇଛି। ସେ ଆଉ ୨୩୦ କେଜିର ସିଙ୍ଗର ହୋଇ ନାହାନ୍ତି। ସେ ନିଜକୁ ଏକ ପତଳା ଏବଂ ଫିଟ୍ କରି ଦେଇଛନ୍ତି। ଆପଣ ଯଦି ତାଙ୍କୁ ଏବେ ଦେଖିବେ ହୁଏତ ଚିହ୍ନିପାରିବେ ନାହିଁ।

Advertisment

ଆଜିକାଲି ଅଦନାନ୍ ସାମି ତାଙ୍କ ପରିବାର ସହିତ ମାଲଦ୍ୱୀପରେ ଛୁଟି କାଟୁଛନ୍ତି। ମାଲଦ୍ୱୀପକୁ ସେ ମନ ଭରି ଉପଭୋଗ କରୁଛନ୍ତି। ସେ ତାଙ୍କ ଛୁଟିଦିନର କିଛି ଫଟୋ ମଧ୍ୟ ଶେୟାର କରୁଛନ୍ତି। ଫଳରେ ସୋସିଆଲ ମିଡିଆରେ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେ ପୂର୍ବଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ତାଙ୍କ ଫଟୋ ଉପରେ ପ୍ରଶଂସକମାନେ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଆଶ୍ଚର୍ଯ୍ୟ ପ୍ରକାଶ କରି ଲେଖିଛନ୍ତି ଯେ “ତୁମେ କିଏ?” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁ ନାହିଁ... ଖୁବ ବଡ଼ ପରିବର୍ତ୍ତନ।” ସେହିପରି ଆଉ ଜଣେ ତାଙ୍କ ପ୍ରଶଂସାରେ ଲେଖିଛନ୍ତି, “ଲୋକମାନେ ଦିନକୁ ଦିନ ବୃଢା ହୋଇଯାଆନ୍ତି, କିନ୍ତୁ ଅଦନାନ୍ ସାମି ଯୁବକ ହେବାରେ ଲଗିଛନ୍ତି।”

ପୂର୍ବରୁ ଓଜନ ହ୍ରାସ କରି ୫୦ ବର୍ଷର ଅଦନାନ୍ ସାମି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଅଦନାନ୍ ୨୩୦ କେଜିରୁ ୧୫୫ କେଜି କମେଇ ଦେଇଥିଲେ। ରୂପାନ୍ତର ପରେ ଯେତେବେଳେ ଅଦନାନ୍ ବାହାରକୁ ଆସିଲେ, ୭୫ କେଜିର ଗାୟକଙ୍କୁ ଆଖିରେ ଦେଖି କେହି ବି ବିଶ୍ୱାସ କରିପାରିଲେ ନାହିଁ।

ଅଦନାନ୍ ଏକାବେଳେ ଜଣେ ଗାୟକ, ସଂଗୀତଜ୍ଞ, ସଂଗୀତ ନିର୍ଦ୍ଦେଶକ ଏବଂ ପିଆନିଷ୍ଟ୍ ମଧ୍ୟ। ସେ ହିନ୍ଦୀ ଫିଲ୍ମ ସହିତ ସାଉଥ୍ ଫିଲ୍ମ ପାଇଁ ମଧ୍ୟ ସଙ୍ଗୀତ ରଚନା କରନ୍ତି। ସଙ୍ଗୀତ ଜଗତରେ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

Bollywood Adnan Sami Transformation Surprised
Advertisment
Advertisment