Advertisment

ଲୁଚିଛପି ବାହାହେଲେ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ; ଭାଇରାଲ୍ ହେଉଛି ଫଟୋ

ଅଦିତି ଏବଂ ସିଦ୍ଧାର୍ଥ ଗୁପ୍ତରେ ବାହା ହୋଇଯାଇଛନ୍ତି। ଅଦିତି ଏବଂ ସିଦ୍ଧାର୍ଥ ମଧ୍ୟ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଆଦିତି ଏବଂ ସିଦ୍ଧାର୍ଥଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Aditi rao hydari siddharth secret wedding ceremony

Aditi rao hydari siddharth secret wedding ceremony

ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବାହା ହୋଇଯାଇଛନ୍ତି। ଅଦିତି ଏବଂ ସିଦ୍ଧାର୍ଥ ମଧ୍ୟ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅଦିତି ଏବଂ ସିଦ୍ଧାର୍ଥଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳେ।

Advertisment

ଅଧିକ ପଢ଼ନ୍ତୁ: ମୁଁ ନିଜ ପାଇଁ ଏପରି ଜଣେ ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲ ପାଉଥିବ :ଐଶ୍ୱର୍ଯ୍ୟା ରାୟ

ଅଦିତି ଏବଂ ସିଦ୍ଧାର୍ଥ ୱାନାପର୍ଥିର ୪୦୦ ବର୍ଷର ପୁରୁଣା ମନ୍ଦିରରେ ବିବାହ ଶପଥ ନେଇଛନ୍ତି। ଅଦିତି ବିବାହର ଅନେକ ଫଟୋ ଶେୟାର କରିଛନ୍ତି। ଉଭୟଙ୍କ ରୋମାଣ୍ଟିକ୍‌ନେସ୍ ଏବଂ ଆନନ୍ଦ ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳେ।

Advertisment

ଅଦିତି ଏବଂ ସିଦ୍ଧାର୍ଥ ନିଜକୁ ମିସେସ୍ ଓ ମିଷ୍ଟର ଅଦୁ-ସିଦ୍ଦୁ ଭାବେ କହିଛନ୍ତି। ଦୁହେଁ ଆହୁରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା… ଅନନ୍ତକାଳ ପାଇଁ ପିକ୍ସୀ ସୋଲ୍‌ମେଟ୍ ହୋଇ ରହିବ… ହସୁଥିବ୍, କେବେ ବଡ ହେବ ନାହିଁ, ଅନନ୍ତ ପ୍ରେମ, ପ୍ରକାଶ ଏବଂ ଯାଦୁ। ମିସେସ୍ ଓ ମିଷ୍ଟର ଅଦୁ-ସିଦ୍ଧୁ, ଉଭୟେ ସେମାନଙ୍କ କ୍ୟାପ୍‌ସନ୍‌ରେ ହାର୍ଟ ଇମୋଜି ମଧ୍ୟ ସାମିଲ୍ କରିଛନ୍ତି।

ଅଦିତି ଏବଂ ସିଦ୍ଧାର୍ଥ ୨୦୨୧ ମସିହାରେ ତେଲୁଗୁ ଫିଲ୍ମ ‘ମହାସମୁଦ୍ରମ୍’ର ସେଟ୍‌ରେ ସାକ୍ଷାତ ହୋଇଥିଲେ। ଅଦିତି ରାଓ ହୈଦରୀ ଚଳିତ ବର୍ଷ ଆରମ୍ଭରେ ଗଣମାଧ୍ୟମକୁ କହିଥିଲେ ଯେ ସେ ଏବଂ ସିଦ୍ଧାର୍ଥ ୱାନାପର୍ଥିର ୪୦୦ ବର୍ଷର ପୁରୁଣା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢ଼ନ୍ତୁ: ମଲାଇକା ଅରୋରାଙ୍କ ପିତୃ ବିୟୋଗ ପରେ ଭାଇରାଲ୍ ହେଉଛି ବାପା-ଝିଅଙ୍କ ସ୍ୱତନ୍ତ୍ର ଫଟୋ

ଅଦିତିଙ୍କୁ ସିଦ୍ଧାର୍ଥଙ୍କ ପ୍ରସ୍ତାବ:

ଅଦିତି କହିଥିଲେ, “ମୁଁ ମୋର ଜେଜେମା’ଙ୍କ ସବୁଠାରୁ ନିକଟତମ ଥିଲି, ଯିଏ କିଛି ବର୍ଷ ପୂର୍ବେ ଦେହାନ୍ତ କରିଥିଲେ। ସେ ହାଇଦ୍ରାବାଦରେ ଏକ ବିଦ୍ୟାଳୟ ଆରମ୍ଭ କରିଥିଲେ। ଦିନେ ସିଦ୍ଧାର୍ଥ ମୋତେ ପଚାରିଲେ ଯେ ସେ ଏହାକୁ ଦେଖି ପାରିବେ କି ନାହିଁ, କାରଣ ସେ ଭଲଭାବେ ଜାଣିଥିଲେ ମୁଁ ତାଙ୍କ ସହ କେତେ ନିକଟତର।” ମାର୍ଚ୍ଚ ମାସରେ ସେ ସ୍କୁଲ୍‌ ଯାଇଥିଲେ।

ଅଦିତି କହିଛନ୍ତି ଯେ ସିଦ୍ଧାର୍ଥ ତାଙ୍କୁ ଏହି ବିଦ୍ୟାଳୟରେ ପ୍ରସ୍ତାବ ଦେଇଥିଲେ। ଅଦିତି କହିଥିଲେ, “ସେ ଆଣ୍ଠୁମାଡି ତଳେ ବସିଗଲେ ଏବଂ ମୁଁ ତାଙ୍କୁ ପଚାରିଲି, ତୁମେ ଏବେ କ’ଣ ହଜେଇଛି? କାହା ଜୋତାର ଫିତା ଖୋଲି ଯାଇଛି?”

ସେ କହିଲେ, ଅଦୁ, ମୋ କଥା ଶୁଣ। ତା’ପରେ ସେ ପ୍ରସ୍ତାବ ଦେଲେ। ସେ କହିଲେ ଯେ ସେ ମୋତେ ମୋର ପିଲାଦିନର ପ୍ରିୟ ସ୍ଥାନକୁ ନେବାକୁ ଚାହୁଁଛନ୍ତି, ଯେଉଁଠାରେ ମୋର ଜେଜେମା ମୋତେ ଆଶୀର୍ବାଦ କରିବେ।”

ଅଧିକ ପଢ଼ନ୍ତୁ: Viral Video: ଶାହରୁଖଙ୍କ ପାଦ ଛୁଇଁଲେ ରାଣା ଦଗୁବାତୀ; କିଙ୍ଗ୍ ଖାନ ଯାହା କହିଲେ ହସି ହସି ଗଡ଼ିବେ

South Indian Stars Aditi Rao Hydari Actor Siddharth
Advertisment
Advertisment