Advertisment

Viral Video: ଶାହରୁଖଙ୍କ ପାଦ ଛୁଇଁଲେ ରାଣା ଦଗୁବାତୀ; କିଙ୍ଗ୍ ଖାନ ଯାହା କହିଲେ ହସି ହସି ଗଡ଼ିବେ

ଏକ କ୍ଲିପ୍‌ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan reacts after Rana Daggubati touches his feet

Shah Rukh Khan reacts after Rana Daggubati touches his feet

ମଙ୍ଗଳବାର (ସେପ୍ଟେମ୍ବର ୧୦) ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ IIFA 2024 ପ୍ରି-ଇଭେଣ୍ଟରେ ଶାହରୁଖ ଖାନ, କରଣ ଜୋହର, ରାଣା ଦଗୁବତୀ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅଭିଷେକ ବାନାର୍ଜୀ ଯୋଗ ଦେଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହି ସମୟର ମଜାଦାର ମୂହୁର୍ତ୍ତ ଏବଂ ଅଭିନେତାମାନଙ୍କ ବାର୍ତ୍ତାଳାପର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ପୁରସ୍କାର ବିତରଣ ଉତ୍ସବରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସହିତ ଯୋଗାଯୋଗ କରିବାକୁ ସେମାନେ ଏକାଠି ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ମଲାଇକା ଅରୋରାଙ୍କ ପିତୃ ବିୟୋଗ ପରେ ଭାଇରାଲ୍ ହେଉଛି ବାପା-ଝିଅଙ୍କ ସ୍ୱତନ୍ତ୍ର ଫଟୋ

ଇନ୍‌ଷ୍ଟାଗ୍ରାମ୍‌ରେ ପାପାରାଜିଙ୍କ ଦ୍ୱାରା ଶେୟାର୍ ହୋଇଥିବା ଏକ କ୍ଲିପ୍‌ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।

Advertisment

ଏହା ପରେ ରାଣା ଶାହାରୁଖ ଏବଂ କରଣ ଜୋହରଙ୍କ ପାଦ ଛୁଇଁ କହୁଛନ୍ତି ଯେ “ଆମେ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ ଏବଂ ଆମେ ଏମିତି ହିଁ କରିଥାଉ।” ଶାହରୁଖ ଏହା ଦେଖି ମୁରୁକି ହସିଦିଅନ୍ତି ଏବଂ ରାଣାଙ୍କୁ ଆଲିଙ୍ଗନ କରନ୍ତି। ରାଣାଙ୍କ ଏଭଳି କରିବା ଦେଖି କରଣ ମଧ୍ୟ ହସନ୍ତି।


ପ୍ରଶଂସକଙ୍କ ପ୍ରତିକ୍ରିୟା:

ଯେତେବେଳେ ରାଣା ସେମାନଙ୍କ ପାଦ ଛୁଇଁଲେ, ସେଠାରେ ଉପସ୍ଥିତ ଦର୍ଶକମାନେ ଜୋରରେ କରତାଳି ଦେଇଥିଲେ। ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ କହିଛନ୍ତି, ସଂସ୍କୃତିରେ ଦକ୍ଷିଣ ଭାରତ ବହୁତ ଆଗରେ ଅଛନ୍ତି। ଆଉ ଜଣେ ଲେଖିଛନ୍ତି, “ହାହାହା, ସୁପର କ୍ୟୁଟ୍”। ଅନ୍ୟ ଜଣେ ଲେଖିଛନ୍ତି, “ଯେତେବେଳେ ସାମ୍ବାଦିକ ସମ୍ମିଳନୀର ଭିଡିଓଗୁଡ଼ିକ ଏତେ ମଜାଳିଆ ହେଉଛି ତେବେ ପ୍ରକୃତ ଶୋ କ’ଣ ନ ହେବ।” ଜଣେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ କହିଛନ୍ତି, “ଶାହରୁଖ ଖାନ ଜଣେ ଭିନ୍ନ ବ୍ୟକ୍ତି। ଯେଉଁଠି ବି ଯାହା ବି ହେଉ ସେ କିଛି ନା କିଛି କ୍ରିଏଟ୍ କରିଦେବେ।”

ଅଧିକ ପଢ଼ନ୍ତୁ: କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା


IIFAରେ କିଏ କରିବେ ହୋଷ୍ଟ୍, କିଏ କରିବେ ପ୍ରଦର୍ଶନ:

ଶାହରୁଖ, କରଣ, ରାଣା, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅଭିଷେକ ବାନାର୍ଜୀ ଖୁବ୍ ଶୀଘ୍ର ଆବୁଧାବିରେ ସେମାନଙ୍କର ହୋଷ୍ଟିଂ କଳା ଦେଖେଇବେ। ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଅଭିଷେକ ବାନାର୍ଜୀ IIFA ରକ୍ ହୋଷ୍ଟ୍ କରିବେ। ଶାହରୁଖ ଏବଂ କରଣ ମୁଖ୍ୟ ପୁରସ୍କାର ରାତିକୁ ହୋଷ୍ଟ୍ କରିବେ।

ଅନ୍ୟପକ୍ଷରେ, ରାଣା ଦଗୁବାତୀ IIFA ମହୋତ୍ସବକୁ ହୋଷ୍ଟ କରିବେ। କିମ୍ବଦନ୍ତୀ ଅଭିନେତ୍ରୀ ରେଖା ଏବଂ ଶାହୀଦ କପୁର, ଜାହ୍ନଭୀ କପୁର ଏବଂ କ୍ରିତି ସାନନଙ୍କ ପରି ତାରକା ପ୍ରଦର୍ଶନ କରିବେ। IIFA ପୁରସ୍କାର ୨୦୨୪ ସେପ୍ଟେମ୍ବର ୨୭ ରୁ ୨୯ ମଧ୍ୟରେ ହେବ।

ଶାହରୁଖଙ୍କ ନୂଆ ଲୁକ୍:

ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାହରୁଖଙ୍କୁ ଏକ ସ୍ଲିକ୍, ଛୋଟ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିଥିଲା। ସେ ଫ୍ଲେୟାର୍ ପ୍ୟାଣ୍ଟ ଏବଂ ଧଳା ସ୍ନିକର୍ସ ସହିତ ଏକ କଳା ଟି-ସାର୍ଟ ପିନ୍ଧିଥିଲେ। ସେ ଏକ କଳା କ୍ୟାପ୍ ମଧ୍ୟ ପିନ୍ଧିଥିଲେ। ତାଙ୍କର ଏହି ନୂଆ ଚେହେରା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଧିକ ପଢ଼ନ୍ତୁ: ‘ରାମାୟଣ’ରେ ଡବଲ ଭୂମିକାରେ ନଜର ଆସିବେ ରଣବୀର କପୁର; ଅମିତାଭଙ୍କ ହେଲା ଏଣ୍ଟ୍ରୀ

Karan Johar Rana Daggubati Bollywood IIFA Shahrukh Khan
Advertisment
Advertisment