• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନ ଗଢ଼ୁଛି, ସନ୍ଦେହ ବଢ଼ୁଛି । ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ମୃତ୍ୟୁ ମାମଲାରେ ପୋଲିସ ଖୋଳତାଡ଼ ଚଳାଇଛି । ଗିରଫ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀ ଅଭିନେତା ସିଜାନ ଖାନ୍ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ମାମଲାର ତଦନ୍ତ କରୁଥିବା ବାଲିବ୍ ପୋଲିସର କହିବା ଅନୁଯାୟୀ, ୨୪ ଡିସେମ୍ବର ଦିନ ଆତ୍ମହତ୍ୟା ପୂର୍ବରୁ ତୁନିଷା ଓ ସିଜାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ।

ମାତ୍ର ଏ ନେଇ ବାରମ୍ବାର ପଚରାଉଚରା ପରେ ବି ସିଜାନ୍ କୌଣସି ଉତ୍ତର ଦେଉନଥିବା ପୋଲିସ ଅଦାଲତଙ୍କୁ ଜଣାଇଛି । ଏହା ମଧ୍ୟରେ ସିଜାନଙ୍କ ଫୋନରୁ ହ୍ୱାଟସଆପ୍‌ ଚାର୍ଟ ଡିଲିଟ୍ ହେବା ନେଇ ସନ୍ଦେହ ଆହୁରି ବଢ଼ିଛି । ଦୁଇ ଦିନିଆ ରିମାଣ୍ଡ ବେଳେ ପୋଲିସ ଚାର୍ଟ ରିଟ୍ରିବ୍ ସହ ସିଜନଙ୍କ ଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ।

ଅଧିକ ପଢ଼ନ୍ତୁ: ସେଜାନ୍‌ ଖାନ୍‌ କିଏ ? ଯାହାର ମେକ୍‌ଅପ୍‌ ରୁମ୍‌ରେ ଆତ୍ମହତ୍ୟା କଲେ ତୁନିଶା

ଏପଟେ ତୁନିଷାଙ୍କ ପରିବାର ଲୋକଙ୍କୁ ଭେଟି କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ୱାଲେ । ତୁନିଷାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ଅଭିନେତ୍ରୀ ତାଙ୍କ ପରିବାରରେ ଏକମାତ୍ର ରୋଜଗାରକ୍ଷମ ଥିଲେ । ଫଳରେ ତାଙ୍କର ପରିବାର ଚଳୁଥିଲା । ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛନ୍ତି । ଆର୍ଥିକ ସହାୟତା ପାଇଁ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି ଅଠଓ୍ୱାଲେ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ତୁନିଷାଙ୍କ ମାଆ ଦାବି କରିଛନ୍ତି ।

ସେହପରି ତୁନିଶାଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି । ବାଲିବ୍ ପୋଲିସ ସହ ଅଭିନେତା ସିଜାନ ଖାନଙ୍କ ସହ କେତେ ଦିନ ହେଲା ସଂପର୍କରେ ଥିଲେ ତୁନିଶା । ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ ହୋଇଥିଲା କି ନାହିଁ ସେ ନେଇ ପୋଲିସ ପଚରାଉଚରା କରୁଛି ।

ତୁନିଶାଙ୍କ ମୃତ୍ୟୁ ମାମଲାରେ କୋ-ଷ୍ଟାର୍ ସେଜାନ୍ ଖାନଙ୍କୁ ଗିରଫ କରିଥିଲା ପୋଲିସ । ତୁନିଶାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ସେଜାନଙ୍କୁ ଗିରଫ କରିଥିଲା । ସେଜାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସ୍କାଇବା ଭଳି ସଙ୍ଗୀନ ଦଫା ଲାଗିଛି । ଗତ ୨୪ ତାରିଖରେ ସୁଟିଂ ସେଟରେ ଭ୍ୟାନିଟି ଭ୍ୟାନ୍ ଭିତରୁ ମିଳିଥିଲା ତୁନିଶାଙ୍କ ମୃତଦେହ