• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଅତି ଅଳ୍ପ ବୟସରେ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଚକିତ କରୁଛି । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି , ତୁନିଶା ଏପରି କାହିଁକି କଲେ । ଏପରି ନିଷ୍ପତ୍ତି ନେବା ପଛର କାରଣ କ’ଣ ?  ଆଉ ଏବେ ତୁନିଶା ଶର୍ମା ମାମଲାରେ ଏକ ନୂଆ ଖୁଲାସା ହୋଇଛି । ଅଭିନେତ୍ରୀଙ୍କ ମାତା ଅଭିନେତା ସେଜାନ ମହମ୍ମଦ ଖାନଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି ।

ତୁନିଶାଙ୍କ ମା’ ଆଣିଲେ ଗମ୍ଭୀର ଅଭିଯୋଗ

ଅଲି ବାବା ସୋ’ରେ ତୁନିଶା ଶର୍ମା ଏବଂ ସେଜାନ ମହମ୍ମଦ ଖାନ ଏକାଠି କାମ କରୁଥିଲେ । ସୋନି ଟିଭିରେ ପ୍ରସାରିତ ହେଉଥିବା ଆଲିବାବା ସୋ’ରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ । ହେଲେ ଏବେ ଅଭିନେତ୍ରୀଙ୍କ ମା ତୁନିଶାଙ୍କ ଆତ୍ମହତ୍ୟା ପଛରେ ସେଜାନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ଗତ କିଛି ଦିନ ହେବ ସେଜାନଙ୍କ ପାଇଁ ଟେନସନ୍‌ରେ ରହୁଥିଲେ । ଶେଷରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଥିବା ସେ କହିଛନ୍ତି ।

ପୋଲିସର ସୂଚନାନୁସାରେ, ତୁନିଶାଙ୍କ ମା ସେଜାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତୁନିଶାଙ୍କ ମା ସେଜାନ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ କରିଛନ୍ତି ।

ସେଜାନ ମହମ୍ମଦ ଖାନ କିଏ ?

୯ ସେପ୍ଟେମ୍ବର ୧୯୯୪ ରେ ମହାରାଷ୍ଟ୍ରର ମୁମ୍ବାଇର ଏକ ମୁସଲମାନ ପରିବାରରେ ସେଜାନ ଖାନ୍‌ଙ୍କ ଜନ୍ମ । ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସେଜାନ ବୃତ୍ତିରେ ଜଣେ ଅଭିନେତା ଏବଂ ମଡେଲ୍ । ଅଳ୍ପ ବୟସରୁ ହିଁ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । 'ଯୋଦ୍ଧା ଆକବର'ରେ ସେ ଆକବରଙ୍କ ପିଲାଦିନର ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ ।

ଏହା ପରେ ସେ ତୁନିଶା ଶର୍ମାଙ୍କ ସହ ଟିଭି ଧାରାବାହିକ 'ଅଲି ବାବା ଦସ୍ତାନ-ଇ-କାବୁଲ'ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେଜନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତୁନିଶାଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ଅଛି । ଏହି ଫଟୋ ଏବଂ ଭିଡିଓରୁ ଜଣାପଡ଼ୁଛି ଉଭୟ ତାରକାଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ଗଢ଼ି ଉଠିଥିଲେ । ଅଭିନୟ ବ୍ୟତୀତ ସେଜାନ ତାଙ୍କ ଫିଟନେସ ଉପରେ ବହୁତ ଧ୍ୟାନ ଦିଅନ୍ତି । ସୋସିଆଲ ମିଡିଆରେ ସେ ପ୍ରାୟ ସମୟରେ ତାଙ୍କର ୱାର୍କଆଉଟ୍ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି ।

ସେଜାନଙ୍କ ମେକଅପ୍‌ ରୁମରେ ଫାଶୀ ଲଗାଇ ଦେଲେ !

 ଗତକାଲି ନେଚର ଷ୍ଟୁଡିଓରେ ଆଲିବାବା ସୋର ସୁଟିଂ ଚାଲିଥିଲା । ଏହି ସମୟରେ ତୁନିଶା ତାଙ୍କ କୋ-ଷ୍ଟାର ସେଜାନଙ୍କ ମେକ୍ ଇନ୍ ରୁମରେ ପହଞ୍ଚି ସେଠାରେ ପ୍ରସ୍ତୁତ ହେଉଥିଲେ । ହେଲେ କ’ଣ ହେଲା କେଜାଣି ସେଠାରେ ସେ ଆତ୍ମହତ୍ୟା କରିଛନ୍ତି ।

ସେଜାନ୍ କହିଛନ୍ତି, ଗୋଟିଏ ସିନ୍‌ ସୁଟିଂ ସାରି ସେ ମେକଅପ ରୁମକୁ ଗଲାବେଳେ ଭିତରୁ ଗେଟ୍ ବନ୍ଦ ଥିବା ସେ ଦେଖଥିଲେ । ଅନେକ ଥର ଡାକିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ । ଏହା ପରେ ମେକ୍ ଅପ୍ ରୁମର କବାଟ ଭାଙ୍ଗି ଭିତରକୁ ପଶିବା ପରେ ସେଠାରେ ତୁନିଶାଙ୍କୁ ଚେତାଶୂନ୍ୟ ଭାବରେ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।