Advertisment

ମଲାଇକା ଅରୋରାଙ୍କ ପରିବାର ଉପରେ ଦୁଃଖର ପାହାଡ଼; ଛାତରୁ ଡେଇଁ ଆତ୍ମହତ୍ୟା କଲେ ବାପା

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ପଡିଛି। ଅଭିନେତ୍ରୀଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ମଲାଇକା ଅରୋରାଙ୍କ ବାପା ଅନିଲ ଅରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Actor Malaika Arora's Father Jumps To Death From Mumbai Building

Actor Malaika Arora's Father Jumps To Death From Mumbai Building

ହଠାତ୍ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପରିବାର ଉପରେ ଦୁଃଖର ପାହାଡ ପଡିଛି। ଅଭିନେତ୍ରୀଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ମଲାଇକା ଅରୋରାଙ୍କ ବାପା ଅନିଲ ଅରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Viral Video: ଶାହରୁଖଙ୍କ ପାଦ ଛୁଇଁଲେ ରାଣା ଦଗୁବାତୀ; କିଙ୍ଗ୍ ଖାନ ଯାହା କହିଲେ ହସି ହସି ଗଡ଼ିବେ

ବୁଧବାର ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଘଟଣାର ଖବର ପାଇବା ମାତ୍ରେ ମଲାଇକା ଅରୋରା ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ।

Advertisment

ଏବେ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଆତ୍ମହତ୍ୟା ମାମଲା ବୋଲି ବିଚାର କରାଯାଉଛି। ତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ପୋଲିସ ଅନିଲ ଅରୋରାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ଅନିଲ ଅରୋରାଙ୍କ ଆକସ୍ମିକ ମୃତ୍ୟୁ ମଲାଇକା ଅରୋରାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଘଟଣାର ଖବର ପାଇବା ପରେ ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ମଧ୍ୟ ମଲାଇକାଙ୍କ ବାପାଙ୍କ ଘରେ ପହଞ୍ଚିଛନ୍ତି। ସେ ପ୍ରଥମ ବ୍ୟକ୍ତି ଯିଏକି ଏଠାରେ ପହଞ୍ଚିଥିଲେ। ଘର ବାହାରେ ଅରବାଜଙ୍କୁ ବହୁତ ଅସ୍ଥିର ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ମଲାଇକା ଅରୋରାଙ୍କ ପିତୃ ବିୟୋଗ ପରେ ଭାଇରାଲ୍ ହେଉଛି ବାପା-ଝିଅଙ୍କ ସ୍ୱତନ୍ତ୍ର ଫଟୋ

ପ୍ରଥମେ ସେ ବାହାରେ ଠିଆ ହୋଇଥିବା ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ପରେ ଭିତରକୁ ଯାଉଥିବାର ଦେଖାଯାଏ। ଘର ବାହାରେ ଏକ ଆମ୍ବୁଲାନ୍ସ ଛିଡା ହୋଇଛି ଏବଂ ସେଠାରେ ଉପସ୍ଥିତ ଥିବା କାହାରି ଧାରଣା ନାହିଁ ଯେ ମଲାଇକାଙ୍କ ବାପା କାହିଁକି ଏପରି ନିଷ୍ପତ୍ତି ନେଲେ। ପରିବାର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।


ବାପାମାଆ ଅଲଗା ହୋଇଥିଲେ:

ତାଙ୍କ ପିତାଙ୍କ ସହ ମଲାଇକାଙ୍କ ସମ୍ପର୍କ ଅତ୍ୟନ୍ତ ଜଟିଳ ଥିଲା। ବିଶେଷ କରି ଯେତେବେଳେ ସେ ମାତ୍ର ୧୧ ବର୍ଷର ହୋଇଥିଲେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ। ଛାଡପତ୍ର ପରେ ମଲାଇକା ତାଙ୍କ ମା ଜୋଏସ୍ ପଲିକାର୍ପ ଏବଂ ଭଉଣୀ ଅମୃତାଙ୍କ ସହ ଚେମ୍ବୁରକୁ ଚାଲିଯାଇଥିଲେ।

ପୂରା ପରିବାରକୁ ଅନେକ ସମୟରେ ମଧ୍ୟ ଏକାଠି ଦେଖିବାକୁ ମିଳେ। ବର୍ତ୍ତମାନ ହଠାତ୍ ତାଙ୍କ ଆତ୍ମହତ୍ୟାର ଖବର ପ୍ରଶ୍ନବାଚୀ ହୋଇଛି। ସେ କେଉଁ ମାନସିକ ଅବସ୍ଥା ଦେଇ ଗତି କରୁଥିଲେ ଯେ ସେ ନିଜ ପାଇଁ ଏପରି ଯନ୍ତ୍ରଣାଦାୟକ ନିଷ୍ପତ୍ତି ନେଲେ, ତାହା ଜଣାପଡ଼ିନାହିଁ।

ତାଙ୍କ ମାଆ ଜୋଏସ୍ ଜଣେ ମାଲାୟାଲୀ ଖ୍ରୀଷ୍ଟିଆନ ପୃଷ୍ଠଭୂମିରୁ ଆସିଥିବାବେଳେ ତାଙ୍କ ବାପା ଅନିଲ ଭାରତୀୟ ସୀମା ନିକଟ ସହରର ଫାଜିଲ୍କାର ଜଣେ ପଞ୍ଜାବୀ ହିନ୍ଦୁ ଥିଲେ। ଅବସର ନେବା ପୂର୍ବରୁ ଅନିଲ ଭାରତୀୟ ମର୍ଚାଣ୍ଟ ନେଭିରେ କାର୍ଯ୍ୟ କରୁଥିଲେ।

ଅଧିକ ପଢ଼ନ୍ତୁ: କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା

Bollywood Viral Video Malaika Arora Arbaaz Khan
Advertisment
Advertisment