/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661936706.jpg)
Aamir Khan fees for laal singh chaddha
ବକ୍ସ ଅଫିସ୍ରେ ଆମିର ଖାନଙ୍କ ‘ଲାଲ୍ ସିଂହ ଚଡ୍ଢା’ଙ୍କୁ ସମ୍ପୂର୍ଣ୍ଣ ଭାବେ ମାଡ ଖାଇଯାଇଛି। ଏହି ଫିଲ୍ମକୁ ନେଇ ଯାହା ଆଶା କରାଯାଉଥିଲା, ତାହା ପୂରଣ ହୋଇପାରିଲା ନାହିଁ। ଆମିର ଖାନଙ୍କ 'ଫରେଷ୍ଟ ଗମ୍ପ୍'ର ରିମେକକୁ ଦର୍ଶକ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ବଲିଉଡ୍କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଏହାରି ଭିତରେ ଆମିର ଖାନଙ୍କ ଫିଲ୍ମ ବଜେଟ୍ ଏବଂ ତାଙ୍କ ଫିସ୍କୁ ନେଇ ଅନେକ ପ୍ରକାରର ଖବର ଆସୁଛି।
କୁହାଯାଉଛି ଯେ ଆମିର ଖାନ ଏହି ଫିଲ୍ମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି। କିନ୍ତୁ ଆମିର ଖାନ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଆମିର ଦୀର୍ଘ ଦିନ ଧରି ଫିଲ୍ମର ଲାଭକୁ ବାଣ୍ଟିବା କାମ କରିଆସୁଛନ୍ତି। ସେ ଫିଲ୍ମ ପାଇଁ କିଛି ଚାର୍ଜ କରନ୍ତି ନାହିଁ।
ରିପୋର୍ଟ ଅନୁଯାୟୀ, ତାଙ୍କ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ ଗତ କିଛି ବର୍ଷ ହେବ ଆମିର ଖାନ ତାଙ୍କର କୌଣସି ଫିଲ୍ମ ପାଇଁ ଫି ନେଉନାହାଁନ୍ତି। 'ଲାଲ୍ ସିଂହ ଚଡ୍ଢା' ମଧ୍ୟ ସେହି ଧାରାର ଏକ ଅଂଶ। ଏହିପରି ଭାବରେ ଆମିର ଖାନ ଲାଭ ବାଣ୍ଟିବା ଅନୁଯାୟୀ କାମ କରୁଛନ୍ତି। ଯଦି ଏମିତି ଦେଖାଯାଏ, ତେବେ ଫିଲ୍ମର ଫ୍ଲପ୍ ଯୋଗୁଁ ସେ ମଧ୍ୟ ବହୁତ କ୍ଷତି ସହିଛନ୍ତି।
କେବଳ ଏତିକି ନୁହେଁ, ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ‘ଲାଲ୍ ସିଂହ ଚଡ୍ଢା’କୁ ନେଟ୍ଫ୍ଲିକ୍ସ ୧୬୦କୋଟି ଟଙ୍କାରେ କିଣିଛି। ତେବେ ଏପର୍ଯ୍ୟନ୍ତ ଏହାର କୌଣସି ନିଶ୍ଚିତତା ହୋଇ ନାହିଁ। ଏଥିସହିତ ଫିଲ୍ମର ବଜେଟ୍ ପ୍ରାୟ ୧୮୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)