Advertisment

'ସିତାରେ ଜମିନ୍ ପର୍‌' ନେଇ ଫେରୁଛନ୍ତି ଆମୀର ଖାନ୍; ଜାଣନ୍ତୁ କେବେ ହେବ ରିଲିଜ୍

୨୦୦୭ ମସିହାରେ ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର୍‌' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ଆମୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର'ର ସୁଟିଂ ଆରମ୍ଭ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aamir Khan On Sitaare Zameen Par Release date

aamir khan confirms release date his upcoming film sitaare zameen par

ବଲିଉଡ୍‌ ଅଭିନେତା ଆମୀର ଖାନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର୍‌'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରର ଘୋଷଣା ପରଠାରୁ ଦର୍ଶକମାନେ ଏହା ସହିତ ଜଡିତ ଛୋଟ ଛୋଟ ଅପଡେଟ୍ ପାଇବାକୁ ଉତ୍ସାହିତ ରହିଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ରିଲିଜ୍ ସମ୍ବନ୍ଧରେ ଏକ ଅପଡେଟ୍ ସାମ୍ନାକୁ ଆସିଛି।

Advertisment

ନିକଟରେ ଏକ ଇଭେଣ୍ଟ ସମୟରେ ଆମୀର 'ସିତାରେ ଜମିନ୍ ପର୍‌'ର ରିଲିଜ୍ ତାରିଖ ନିଶ୍ଚିତ କରିଛନ୍ତି। ଆଠ ବର୍ଷ ପରେ ଅଭିନେତା ଖ୍ରୀଷ୍ଟମାସ ଅବସରରେ ତାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯୋଜନା କରୁଛନ୍ତି। ସେ ଶେଷ ଥର ପାଇଁ ୨୦୧୩ ମସିହାରେ ଖ୍ରୀଷ୍ଟମାସ ଅବସରରେ ତାଙ୍କର ବ୍ଲକବଷ୍ଟର ଚଳଚ୍ଚିତ୍ର 'ଦଙ୍ଗଲ' ରିଲିଜ କରିଥିଲେ।

ଅଧିକ ପଢ଼ନ୍ତୁ: ବଲିଉଡ୍ ସାବଧାନ! ଦୀର୍ଘ ୨୦ ବର୍ଷ ପରେ ଫେରୁଛନ୍ତି ସାଉଥ୍‌ର ମହାନାୟକ

Advertisment

ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର୍‌'ର ରିଲିଜ୍ ତାରିଖକୁ ନେଇ ଆମୀର କହିଛନ୍ତି, 'ମୁଁ ମୋର ଆଗାମୀ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛି, ଯାହାର ଟାଇଟଲ୍ ହେଉଛି 'ସିତାରେ ଜମିନ୍ ପର୍‌'। ଖ୍ରୀଷ୍ଟମାସ ଅବସରରେ ଆମେ ଏହାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍ କରିବାକୁ ଯୋଜନା କରୁଛୁ। ଏହା ଏକ ମନୋରଂଜନ ଭରା ଚଳଚ୍ଚିତ୍ର, ମୁଁ ଏହାର କାହାଣୀକୁ ପସନ୍ଦ କରେ। ଯଦିଓ, ଆପାଣମାନେ ମୋତେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ଦେଖିବାକୁ ପାଇବେ ନାହିଁ, କିନ୍ତୁ ମୁଁ ଏଥିରେ କିଛି ଛୋଟ ଭୂମିକାରେ ଆସୁଛି।”

୨୦୦୭ ମସିହାରେ ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର୍‌' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ଆମୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପାର'ର ସୁଟିଂ ଆରମ୍ଭ କରିଛନ୍ତି।

ନିକଟରେ ଏହି ଚଳଚ୍ଚିତ୍ର ବିଷୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଆମୀର କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ‘ସିତାରେ ଜମିନ୍ ପର୍‌’ରେ ଏକ ଭିନ୍ନ ରୂପରେ ଭେଟିବାକୁ ଯାଉଛି। ଏହି ଚରିତ୍ରଟି ଅତ୍ୟନ୍ତ ଭାବପ୍ରବଣ ଚରିତ୍ର। ଆଶାକରେ ଆପଣ ଏହି ଚଳଚ୍ଚିତ୍ରକୁ ମଧ୍ୟ ପସନ୍ଦ କରିବେ। ଖବର ଅନୁଯାୟୀ, ଏହି ଫିଲ୍ମରେ ଜେନେଲିଆ ଦେଶ୍‌ମୁଖ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ହେଉଛି ଜେନେଲିଆ ଏବଂ ଆମୀରଙ୍କ ପ୍ରଥମ ଚଳଚ୍ଚିତ୍ର।

୨୦୨୨ ମସିହାରେ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା' ରିଲିଜ ହେବା ପରେ ଆମୀର ଖାନ ଅଭିନୟରୁ ବିରତି ନେଇଥିଲେ। ତଥାପି, ସେ ନିର୍ମାତା ଭାବରେ ସକ୍ରିୟ ରହିଛନ୍ତି। ବର୍ତ୍ତମାନ ଅଭିନେତା ରାଜକୁମାର ସନ୍ତୋସୀ ଏବଂ ସନ୍ନି ଦେଓଲଙ୍କ ସହ 'ଲାହୋର ୧୯୪୭'ରେ କାମ କରୁଛନ୍ତି।

ଅଧିକ ପଢ଼ନ୍ତୁ: ମେଗାଷ୍ଟାର ଅମିତାଭ ବଚ୍ଚନ ଫେସ୍‌ବୁକ୍‌ରେ ଜଣଙ୍କୁ ଫଲୋ କରନ୍ତି ; ସେ କିଏ…

ଆମୀର ଖାନଙ୍କ ପ୍ରଡକ୍ସନ୍ ହାଉସର ଅନେକ ଚଳଚ୍ଚିତ୍ର ଏକାସାଙ୍ଗରେ ସାମ୍ନାକୁ ଆସିବାକୁ ଯାଉଛି। ୨୦୨୪ ର ପ୍ରଥମାର୍ଦ୍ଧରେ ଏହି ବ୍ୟାନରରେ ଦୁଇଟି ଚଳଚ୍ଚିତ୍ର ରିଲିଜ୍ ହେବାର ଯୋଜନା ରହିଛି। ପ୍ରଥମଟି ହେଉଛି କିରଣ ରାଓଙ୍କ ନିର୍ଦ୍ଦେଶିତ 'ଲାପତା ଲେଡିଜ୍' ଏବଂ ଦ୍ୱିତୀୟଟି ହେଉଛି ସଞ୍ଜୟ ମିଶ୍ରଙ୍କ 'ପ୍ରୀତମ୍ ପ୍ୟାରେ'।

Bollywood Aamir Khan
Advertisment
Advertisment