Advertisment

ବଲିଉଡ୍ ସାବଧାନ! ଦୀର୍ଘ ୨୦ ବର୍ଷ ପରେ ଫେରୁଛନ୍ତି ସାଉଥ୍‌ର ମହାନାୟକ

ସାଉଥ୍ ତଥା ବଲିଉଡ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ। ସାଉଥ୍‌ରୁ ଆରମ୍ଭ କରି ନର୍ଥ ଇଣ୍ଡିଆ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ରକୁ ନେଇ ପାଗଳ। ଦୀର୍ଘ ୨୪ ବର୍ଷର ବନବାସ ପରେ ସେ ପୁଣି ଥରେ ବଲିଉଡ୍‌ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

author-image
Pramod Behera
ଅଦ୍ୟତନ ହୋଇଛି
Rajinikanth to return to Bollywood

Rajinikanth is going to return to bollywood after 24 years

ସାଉଥ୍ ତଥା ବଲିଉଡ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ। ସାଉଥ୍‌ରୁ ଆରମ୍ଭ କରି ନର୍ଥ ଇଣ୍ଡିଆ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ରକୁ ନେଇ ପାଗଳ। ସାଉଥ୍ ବ୍ୟତୀତ ରଜନୀକାନ୍ତ ବଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଏଠାରେ ମଧ୍ୟ ସେ ଦର୍ଶକଙ୍କଠାରୁ ଅନେକ ଭଲ ପାଇବା ପାଇଛନ୍ତି।

Advertisment

କିନ୍ତୁ ଏହି ସୁପରଷ୍ଟାର ଦୀର୍ଘ ୨୪ ବର୍ଷ ଧରି ବଲିଉଡ୍‌ ଫିଲ୍ମରୁ ଦୂରେଇ ରହିଛନ୍ତି। କିନ୍ତୁ ବର୍ତ୍ତମାନ ରଜନୀକାନ୍ତ ତାଙ୍କର ୨୪ ବର୍ଷର ବନବାସ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୁଣି ଥରେ ବଲିଉଡ୍‌ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: କ୍ୟାନ୍‌ସେଲ୍ ହେଲା ରଜନୀକାନ୍ତଙ୍କ ଏହି ଫିଲ୍ମ; ଦର୍ଶକଙ୍କୁ ଫେରେଇଦିଆଗଲା ଟଙ୍କା

Advertisment

ରଜନୀକାନ୍ତ ବଲିଉଡ୍‌ର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଡିୟାଡୱାଲାଙ୍କ ସହ ହାତ ମିଶେଇଛନ୍ତି। ସାଜିଦ ନାଡିୟାଡୱାଲା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ନିଜ X ଆକାଉଣ୍ଟରେ ରଜନୀକାନ୍ତଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ “ମହାନ ରଜନୀକାନ୍ତ ସାରଙ୍କ ସହ କୋଲାବରେଟ୍ କରିବା ପ୍ରକୃତରେ ଗୌରବର ବିଷୟ! ଆମେ ଏହି ଅବିସ୍ମରଣୀୟ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛୁ!” ପ୍ରକାଶଥାଉ ଯେ ସାଜିଦ୍ ନାଡିୟାୱାଲା ସଲମାନ ଖାନଙ୍କ ଫିଲ୍ମ ‘କିକ୍’ର ନିର୍ଦ୍ଦେଶନା ଦେଇଥିଲେ।

ଶେଷଥର ପାଇଁ ସେ ବରୁଣ ଧାୱନଙ୍କ ଫିଲ୍ମ ‘ବବାଲ’ ନିର୍ମାଣ କରିଥିଲେ। ରଜନୀକାନ୍ତଙ୍କ ବିଷୟରେ କହିବାକୁ ଗଲେ ବଲିଉଡ୍‌ରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ବୁଲନ୍ଦୀ’। ଏହି ଚଳଚ୍ଚିତ୍ର ୨୦୦୦ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ସହ ଅନିଲ କପୁର, ରବୀନା ଟଣ୍ଡନ୍ ଏବଂ ରେଖା ମୁଖ୍ୟ ଭୂମିକାରେ ଥିଲେ।

ତେବେ ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ‘ଲାଲ୍‌ ସଲାମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ହେଲେ ତାଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଦ୍ୱାରା ‘ଲାଲ୍‌ ସଲାମ୍‌’ ନିର୍ଦ୍ଦେଶନା ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ଦମଦାର ଭୂମିକାରେ ଆସୁଛନ୍ତି ରଜନୀକାନ୍ତ; ଭାଇରାଲ ହେଉଛି ଫଟୋ

Bollywood Rajnikanth Sajid Nadiadwala
Advertisment
Advertisment