• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁଚର୍ଚ୍ଚିତ ବଲିଉଡ ଫିଲ୍ମ ପଠାନ୍‌କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏବେ ଫିଲ୍ମର ସୁଟିଂ ସରିଯାଇଥିବା ବେଳେ ସେନ୍‌ସରବୋର୍ଡରେ ପାସ୍‌ ହେବାର ବାକି ରହିଛି । ତେବେ ଫିଲ୍ମକୁ ଦେଖିବା ପରେ ସେନ୍‌ସରବୋର୍ଡ ଏହାକୁ ଫେରାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫିଲ୍ମ ଦେଖିବା ପରେ ସେଥିରୁ ଅନେକ ସିନ୍‌ କାଟିବାକୁ ନିର୍ଦ୍ଦେଶ ଦେଇଛି ସେନ୍‌ସର ବୋର୍ଡ । ମୋଟାମୋଟି କହିବାକୁ ଗଲେ ପଠାନ୍‌ ଫିଲ୍ମରୁ ଅନେକ ସିନ୍‌ କଟିବାର ସମ୍ଭାବନା ରହିଛି । ଏନେଇ ସେନ୍‌ସରବୋର୍ଡ ଅଧ୍ୟକ୍ଷ ପରସୁନ୍‌ ଜୋସି ସୂଚନା ଦେଇଛନ୍ତି ।

ଫିଲ୍ମ ପଠାନ୍‌ରେ ଶାହାରୁଖ ଖାନ୍‌, ଦୀପିକା ପାଦୁକୋନ୍ ଏବଂ ଜନ୍‌ ଆବ୍ରାହମ ଅଭିନୟ କରିଥିବା ନେଇ ଏବେ ସୁଦ୍ଧା ଦର୍ଶକଙ୍କ ପାଖରେ ଖବର ରହିଛି । ତେଣୁ ୩ ଜଣ ବିଗ୍‌ଷ୍ଟାର ରହିଥିବାରୁ ଫିଲ୍ମର କ୍ରେଜ୍‌ ଖୁବ୍‌ ଆଗରେ ରହିଛି । ତେବେ ଏହି ଫିଲ୍ମକୁ ନେଇ ବିବାଦ ସେତେବେଳେ ଉପୁଜିଥିଲା, ଯେତେବେଳେ ଦୀପିକା ଏବଂ ଶାହରୁଖଙ୍କ 'ବେସରମ୍‌ ରଙ୍ଗଗୀତ ରଲିଜ୍‌ ହେଲା । ଏହି ଗୀତ ରିଲିଜ ହେଲା ପରେ, ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନି ଓ ଦୀପିକାଙ୍କ ଡ୍ୟାନ୍ସକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

ତେବେ ସେହି ବିବାଦକୁ ନଜରରେ ରଖି ସେନ୍‌ସର ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏଥିରେ କିଛି ସିନ୍‌ କଟାଯିବ । ଫିଲ୍ମରେ ଏଭଳି କୌଣସି ସିନ୍‌ ରହିବନି ଯାହାଦ୍ୱାରା ସମାଜ ଉପରେ କୁପ୍ରଭାବ ପଡ଼ିବ । ଏମିତିକି କୌଣସି ସିନ୍‌ ଧର୍ମ ବିରୋଧୀ ହୋଇନଥିବ । ତେବେ ତ୍ରୁଟି ସଂଶୋଧନ କରି ପୁଣି ଥରେ ପରିବେଷଣ କରିବାକୁ ସେନ୍‌ସର ବୋର୍ଡ ପକ୍ଷରୁ ଫିଲ୍ମ ନିର୍ମାତାଙ୍କୁ କୁହାଯାଇଛି । ଅନ୍ୟପଟେ ସେନ୍‌ସର ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ, ଫିଲ୍ମର ଏକ୍ସପ୍ରେସନ୍‌ ଏବଂ ଫିଲ୍ମର ସେନ୍‌ସିବିଲିଟି ଉପରେ ସବୁବେଳେ ଏହି ସଂସ୍ଥା ଧ୍ୟାନ ଦେଇଥାଏ ।

ଫିଲ୍ମ ପଠାନ୍‌ ଏକାଥରକେ ୩ଟି ଭାଷା, ହିନ୍ଦି-ତେଲଗୁ-ତାମିଲରେ ରିଲିଜ ହେବ । ଏବେ ସୁଦ୍ଧା ୨୫ ଜାନୁଆରୀ ୨୦୨୩ରେ ଏହାର ରିଲିଜ୍‌ ଡେଟ୍‌ ଫିକ୍ସ କରାଯାଇଛି ।

ଅନ୍ୟପଟେ ବଲିଉଡ୍‌ କିଙ୍ଗ୍‌ ଶାହରୁଖଙ୍କ ପ୍ରଶଂସକମାନେ ‘ପଠାନ' ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ଏହାରି ଭିତରେ ଅନେକ କିନ୍ତୁ ଏହି ଫିଲ୍ମକୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି । ନିକଟରେ ଫିଲ୍ମର ନିର୍ମାତା 'ପଠାନ'ର ପ୍ରଥମ ଗୀତ 'ବେଶରମ୍‌ ରଙ୍ଗ୍‌' ରିଲିଜ୍ ହୋଇଥିଲା । କିନ୍ତୁ ଗୀତ ଆସିବା ମାତ୍ରେ ବଏକଟ୍ ଗ୍ୟାଙ୍ଗ୍‌ ଏହାକୁ ଟାର୍ଗେଟ୍‌ କରିଛି । ସୋସିଆଲ ମିଡିଆ ରେ ନେଟିଜେନ୍ସ ଏହାକୁ ତୀବ୍ର ଟ୍ରୋଲ୍‌ କରୁଛନ୍ତି । କେବଳ ଏତିକି ନୁହେଁ ସେମାନେ ଏହି ଗୀତ ଉପରେ ଚୋରି ହେବାର ଅଭିଯୋଗ ମଧ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ହୋଇଥିବା ମେମ୍‌ସ୍‌ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି । ଏହି କାରଣରୁ ‘ବେଶରମ୍ ରଙ୍ଗ୍‌’ ମଧ୍ୟ ଟେଣ୍ଡ୍ ହେବାରେ ଲାଗିଛି।

'ପଠାନ'ର ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନ ଙ୍କ ବୋଲ୍ଡ ଏବଂ ଇରୋଟିକ୍ ଗୀତ 'ବେଶରମ୍‌ ରଙ୍ଗ୍‌'କୁ କେତେକ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ମଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଦୀପିକା ପାଦୁକୋନଙ୍କ ସେନ୍ସୁଆଲ୍ ଡ୍ୟାନ୍ସକୁ ମଧ୍ୟ ପସନ୍ଦ କରୁନାହାଁନ୍ତି, ଯେଉଁଥିପାଇଁ ତାଙ୍କୁ ଜବରଦସ୍ତ ଟ୍ରୋଲ୍‌ କରାଯାଉଛି । ସୋସିଆଲ ମିଡିଆ ୟୁଜର୍ସମାନେ 'ବେଶରମ୍ ରଙ୍ଗ୍‌'ରୁ ଦୀପିକାଙ୍କ ଡ୍ୟାନ୍ସ ଷ୍ଟେପ୍‌କୁ ନେଇ ମେମ୍ କରୁଛନ୍ତି । ଏହି ମେମ୍ ମାଧ୍ୟମରେ ନେଟିଜେନ୍ସ ଦୀପିକାଙ୍କୁ ଟ୍ରୋଲ୍ କରୁଛନ୍ତି ।