Advertisment

IAS Toppers from Allahabad University: ଆଇଏଏସ ଫ୍ୟାକ୍ଟ୍ରି ଭାବେ ହାସଲ କରିଥିଲା ପ୍ରସିଦ୍ଧି, ପୁନର୍ବାର ଗାଦି ହାତେଇଲା ଏହି ଶିକ୍ଷାନୁଷ୍ଠାନ

ପୂର୍ବରୁ ୧୯୮୨ ମସିହାରେ ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଛାତ୍ର ପ୍ରଦୀପ ଶୁକ୍ଳା ୟୁପିଏସସି ଟପ୍ପର ରହିଥିଲେ। ଏହା ସହିତ ତାଙ୍କ ବନ୍ଧୁ ଏ କେ ବିଷ୍ଣୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଉଭୟ ଛାତ୍ର ପଦାର୍ଥ ବିଜ୍ଞାନ ରିସର୍ଚ୍ଚର ରହିଥିବା ବେଳେ ଅମରନାଥ ଝା ହଷ୍ଟେଲରେ ଅବସ୍ଥାନ କରୁଥିଲେ। ୟୁପିଏସସି ପାଇଁ ଉଭୟ ଗଣିତ ଓ ପଦାର୍ଥ ବିଜ୍ଞାନକୁ ନିଜର ବିଷୟ ଚୟନ କରିଥିଲେ।

ଅଦ୍ୟତନ ହୋଇଛି
ias

ias

Advertisment

ଭାରତୀୟ ପ୍ରଶାସନିକ ସେବାରେ ସାଧାରଣତଃ ବିହାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଥାଏ। ଏପରିକି ଏହି ତାଲିକାରେ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋପଲିଟାନ ସହର ମଧ୍ୟ ଆଗୁଆ ରହିଥାନ୍ତି। ତେବେ ଏମିତି ଏକ ବିଶ୍ବ ବିଦ୍ୟାଳୟ ରହିଛି ଯାହା ଭାରତର ଆଇଏଏସ ଫ୍ୟାକ୍ଟ୍ରି ଭାବେ ପରିଚିତ। ବିଗତ ଦଶନ୍ଧି ହେବ ଏହି ଶିକ୍ଷାନୁଷ୍ଠାନରୁ ଆଇଏଏସ ଟପ୍ପର ଆସି ନ ଥିଲେ। ତେବେ ୧୦ ବର୍ଷ ପରେ ଚଳିତ ବର୍ଷ ପୁନର୍ବାର ଏହା ନିଜ ସ୍ଥାନ ଅଳଙ୍କୃତ କରିବାରେ ସଫଳ ହୋଇଛି। ୨୦୨୪ ୟୁପିଏସସି ପରୀକ୍ଷାରେ ଏହି ବିଶ୍ବବିଦ୍ୟାଳୟର ଛାତ୍ରୀ ଟପ୍ପର ରହିଛନ୍ତି।

Advertisment

ଆଲ୍ହାବାଦ ବିଶ୍ବବିଦ୍ୟାଳୟ ଭାରତର ଆଇଏଏସ ଫ୍ୟାକ୍ଟ୍ରି ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ବିଶ୍ବବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ଅନେକ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ନାମ ସାମିଲ ହୋଇଛି। ୨୦୨୪ ୟୁପିଏସସି ଟପ୍ପର ରହିଛନ୍ତି ଶକ୍ତି ଦୁବେ।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

ପୂର୍ବରୁ ୧୯୮୨ ମସିହାରେ ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଛାତ୍ର ପ୍ରଦୀପ ଶୁକ୍ଳା ୟୁପିଏସସି ଟପ୍ପର ରହିଥିଲେ। ଏହା ସହିତ ତାଙ୍କ ବନ୍ଧୁ ଏ କେ ବିଷ୍ଣୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଉଭୟ ଛାତ୍ର ପଦାର୍ଥ ବିଜ୍ଞାନ ରିସର୍ଚ୍ଚର ରହିଥିବା ବେଳେ ଅମରନାଥ ଝା ହଷ୍ଟେଲରେ ଅବସ୍ଥାନ କରୁଥିଲେ। ୟୁପିଏସସି ପାଇଁ ଉଭୟ ଗଣିତ ଓ ପଦାର୍ଥ ବିଜ୍ଞାନକୁ ନିଜର ବିଷୟ ଚୟନ କରିଥିଲେ।

Advertisment

ଏହାର ଦୁଇ ବର୍ଷ ପରେ ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଆଉଜଣେ ଛାତ୍ର ଭୂପେନ୍ଦ୍ର ସିଂ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକୋତର ଡିଗ୍ରୀ ହାସଲ କରିଥିଲେ। ପରେ ୨୦୦୯ ମସିହାରେ ଇଭା ସହାୟ ସର୍ବଭାରତୀୟ ରାଙ୍କିଙ୍ଗରେ ୩ ନମ୍ବର ସ୍ଥାନରେ ରହିଥିଲେ। ଆନ୍ଥ୍ରୋପୋଲୋଜି ବିଭାଗର ପୂର୍ବତନ ଚେୟାରମ୍ୟାନଙ୍କ ଝିଅ ଇଭା ସଫଳ ହୋଇଥିବା ବେଳେ ପରବର୍ତ୍ତୀ ସଫଳତା ପାଇଁ ୮ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।

୨୦୧୭ ମସିହାରେ ପୁଣି ଦୁଇ ଜଣ ଛାତ୍ର ସର୍ବଭାରତୀୟ ରାଙ୍କିଙ୍ଗର ଟପ ଟେନରେ ସାମିଲ ହୋଇଥିଲେ। ସୌମ୍ୟ ପାଣ୍ଡେ ଓ ଅଭିଳାସ ମିଶ୍ର ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିବାରେ ସମର୍ଥ ହୋଇଥିଲେ। ତେବେ ଏହି ଧାରାକୁ ଅଗକୁ ବଢାଇଛନ୍ତି ଶକ୍ତି ଦୁବେ। ୨୦୨୪ରେ ସେ ୟୁପିଏସସି  ଟପ୍ପର ହେବା ସହିତ ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଟେକ ରଖିଛନ୍ତି। ଆଲ୍ହାବାଦ ବିଶ୍ବବିଦ୍ୟାଳୟର ପିଆରଓ ପ୍ରଫେସର ଜୟା କପୁର ଏହାକୁ ବିଶ୍ବବିଦ୍ୟାଳୟ ପାଇଁ ଗର୍ବ ବୋଲି କହିଛନ୍ତି। ଏହା ସହିତ ଶକ୍ତିଙ୍କ ସଫଳତା କେବଳ ବିଶ୍ବବିଦ୍ୟାଳୟ ପାଇଁ ନୁହେଁ ବରଂ ପ୍ରୟାଗରାଜ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

UPSC IAS Officer UPSC Topper
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ