Advertisment

ପୁନଃ ହେବନି ନିଟ୍-ୟୁଜି ପରୀକ୍ଷା; ୪ ଲକ୍ଷ ପିଲା ହରାଇବେ ୫ ମାର୍କ...

ନିଟ୍-ୟୁଜିକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା । ପୁନଃ ହେବନି ନିଟ୍-ୟୁଜି ପରୀକ୍ଷା । ତେବେ ୪.୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବନି ୫ ମାର୍କ । ଜାଣନ୍ତୁ କାହିଁକି...

author-image
Sujit kumar Swain
ଅଦ୍ୟତନ ହୋଇଛି
Supreme Court Refuses To Cancel NEET UG 2024

neet ug

ନିଟ୍-ୟୁଜିକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା । ପୁଣି ଥରେ ପରୀକ୍ଷା କିମ୍ବା ପୁନଃପରୀକ୍ଷା ଆଉ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କହିଛନ୍ତି, ପରୀକ୍ଷାର ପବିତ୍ରତା ଭଙ୍ଗ ହୋଇଥିବାର ସେଭଳି କୌଣସି ଯଥେଷ୍ଟ ପ୍ରମାଣ ନାହିଁ। ପୁଣି ଥରେ ଯଦି ପରୀକ୍ଷା କରାଯାଏ, ତେବେ ଦେଶର ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହୁଥିଲା।

Advertisment

ଲିକ୍ ଓ ଅନ୍ୟାନ୍ୟ ଅନିୟମିତତା ଆଧାରରେ ନିଟ୍-ୟୁଜିର ପୁନଃପରୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଶୁଣାଣି ସମୟରେ ୭୧୧ ମାର୍କ ହାସଲ କରିଥିବା ଆବେଦନକାରୀ ପରୀକ୍ଷାରେ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅସ୍ପଷ୍ଟ ବିକଳ୍ପ ଥିଲା ।  ଆବେଦନକାରୀଙ୍କ କହିବା ଅନୁଯାୟୀ, ଏନ୍‌ସିଇଆର୍‌ଟିର ନୂଆ ସଂସ୍କରଣ ଅନୁଯାୟୀ ସେହି ପ୍ରଶ୍ନର ବିକଳ୍ପ-୪ଟି ଯାକ ହିଁ ଠିକ୍ ଉତ୍ତର ଥିଲା। ତେବେ ପୂର୍ବ ସଂସ୍କରଣ ଅନୁଯାୟୀ ବିକଳ୍ପ-୨ ଠିକ୍ ଥିବାରୁ ଏହାକୁ ବାଛିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମଧ୍ୟ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: CBIକୁ ପୁଣି ସଫଳତା, ହଷ୍ଟେଲରୁ ଚାରି MBBS ଛାତ୍ରଙ୍କୁ କଲା ଗିରଫ

ବିଶେଷଜ୍ଞ କମିଟି ଏହି ପ୍ରଶ୍ନର ଅନୁଧ୍ୟାନ କରି ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। କେବଳ ଗୋଟିଏ ବିକଳ୍ପ ଠିକ୍ ଥିଲା, ତାହା ହେଉଛି ବିକଳ୍ପ-୪ ବୋଲି କମିଟି ସ୍ପଷ୍ଟ ଭାବେ ମତ ଦେଇଛି। ଫଳରେ ଭୁଲ୍‌ ଉତ୍ତର ଦେଇଥିବା ୪.୨ ଲକ୍ଷ ଛାତ୍ରଛାତ୍ରୀ ୪ ମାର୍କ ସହ ନେଗେଟିଭ୍‌ ମାର୍କିଙ୍ଗ୍‌ ପାଇଁ ୧ ମାର୍କ ମିଶାଇ ସମୁଦାୟ ୫ ମାର୍କ ହରାଇବେ ବୋଲି ଜଣା ପଡ଼ିଛି । 

Advertisment

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ, ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। କହିଛନ୍ତି, NTA ଏବଂ ଆଇଆଇଟି ମାଡ୍ରାସ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟର ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛିଯେ, ସେଭଳି ବ୍ୟାପକ ମାତ୍ରାରେ ପେପର୍ ଲିକ୍ ହୋଇନାହିଁ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା । ଏହାର ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ ଆଜିଠୁ କାଉନସେଲିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: CBIକୁ ବଡ଼ ସଫଳତା, ଗିରଫ ସଂଖ୍ୟା ୧୪ରେ ପହଞ୍ଚିଲା

Supreme Court NEET UG Exam NEET UG NEET Exams
Advertisment
Advertisment