Advertisment

CBIକୁ ପୁଣି ସଫଳତା, ହଷ୍ଟେଲରୁ ଚାରି MBBS ଛାତ୍ରଙ୍କୁ କଲା ଗିରଫ

ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
NEET

NEET

ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ବଡ଼ ପଦକ୍ଷେପ ନେଇଛି। ସିବିଆଇ ଟିମ୍ ଗୁରୁବାର ପ୍ରଶ୍ନପତ୍ର ଲିକ୍ ମାମଲା ସହ ଜଡିତ ୪ ଜଣ ଛାତ୍ରଙ୍କୁ ଗିରଫ କରିଛି। ଏଥି ସହ ବିହାରର ରାଜଧାନୀ ପାଟନାରୁ ସମସ୍ତ ଚାରିଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ସିବିଆଇ କହିଛି ଯେ ଏହି ଚାରିଜଣ ଛାତ୍ର ହେଉଛନ୍ତି ପାଟନା ଏମ୍ସରେ ପଢ଼ୁଥିବା ଏମବିବିଏସ ଛାତ୍ର।

Advertisment

ସିବିଆଇ ଅନୁଯାୟୀ, ଏମବିବିଏସ୍ ତୃତୀୟ ବର୍ଷର ଛାତ୍ର ଚନ୍ଦନ ସିଂ, ରାହୁଲ ଅନନ୍ତ, କୁମାର ସାନୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ର କରଣ ଜୈନଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ବରିଷ୍ଠ ଏମ୍‌ସ ଅଧ୍ୟାପକଙ୍କ ଉପସ୍ଥିତିରେ ଛାତ୍ରମାନଙ୍କୁ ସେମାନଙ୍କ ହଷ୍ଟେଲ ରୁମରୁ ବାହାର କରାଯାଇଥିଲା। ଅନୁସନ୍ଧାନ ପାଇଁ ଛାତ୍ରଙ୍କ ଆବଶ୍ୟକତା ଥିବା ତାଙ୍କୁ କୁହାଯାଇଥିଲା।

ଅନ୍ୟପଟେ ନିଟ-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଟିଏ ୱେବସାଇଟରେ ସଂପୂର୍ଣ୍ଣ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ। ଯେଉଁ ପିଲାଙ୍କ ଉପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ରହିଛି, ସେମାନଙ୍କ ତଥ୍ୟ ଗୋପନ ରଖିବାକୁ କୁହାଯାଇଛି।

Advertisment

ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇବ। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତାହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ -ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗର ସିବିଆଇ ଏବେ ତଦନ୍ତ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରିଥିଲା। 

ଏହାପରେ ତଦନ୍ତକାରୀ ସଂସ୍ଥା ୬୦ ଜଣଙ୍କୁ ଗିରଫ କରିସାରିଲାଣି। ବିହାର ପେପର ଲିକ୍‌ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି। 

ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ହେଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରିଥିଲା।

NEET Scam
Advertisment
Advertisment