Advertisment

Students Less Intrested In +3: ପ୍ଲସ୍ ଥ୍ରୀ ପାଠରୁ ମୁହଁ ଫେରାଉଛନ୍ତି ପିଲା, ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା

ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ 3 ଆଡମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ବେଳେ, ଉଚ୍ଚଶିକ୍ଷା ବିଭାଗର ଏ ତଥ୍ୟ। ରାଜ୍ୟରେ ପ୍ଲସ୍ ଥ୍ରୀରେ ମୋଟ୍ ସିଟ୍ ସଂଖ୍ୟା 2 ଲକ୍ଷ 74 ହଜାର 509। କିନ୍ତୁ ନାମଲେଖା ପାଇଁ ଆବେଦନ କରିଛନ୍ତି 2 ଲକ୍ଷ 65 ହଜାର 590। ସିଟ୍ ସଂଖ୍ୟାଠୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବା ସ୍ଥାନରେ ଓଲଟି ପାଖାପାଖି 9 ହଜାର କମିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
+3

+3

ରାଜ୍ୟରେ ଉଚ୍ଚଶିକ୍ଷାର ବିଚିତ୍ର ସ୍ଥିତି। ସ୍ନାତକ ପାଠ୍ୟକ୍ରମ ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଯେତିକି ସିଟ୍ ଅଛି, ପାଠ ପଢ଼ିବାକୁ ଆବେଦନ କରିଛନ୍ତି ତାଠୁ 9 ହଜାର କମ୍ ପିଲା। ପ୍ରଥମ ପର୍ଯ୍ୟାୟ ପ୍ଲସ୍ ଥ୍ରୀ କଟ୍ଅପ୍ ମାର୍କ ଆସିବା ପରେ ଏଭଳି ତଥ୍ୟକୁ ନେଇ ବଢ଼ିଛି ଚିନ୍ତା। ତେବେ ପ୍ଲ ଥ୍ରୀ ପଢିବାକୁ କାହିଁକି ପିଲାଙ୍କ ଭିତରେ ଏ ଅନାଗ୍ରହ ତା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ନିହାତି ଦରକାର ବୋଲି କହିଛନ୍ତି ଶିକ୍ଷାବିତ୍।

Advertisment

ଯାହାର ପ୍ରମାଣ ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ 3 ଆଡମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ବେଳେ, ଉଚ୍ଚଶିକ୍ଷା ବିଭାଗର ଏ ତଥ୍ୟ। ରାଜ୍ୟରେ ପ୍ଲସ୍ ଥ୍ରୀରେ ମୋଟ୍ ସିଟ୍ ସଂଖ୍ୟା 2 ଲକ୍ଷ 74 ହଜାର 509। କିନ୍ତୁ ନାମଲେଖା ପାଇଁ ଆବେଦନ କରିଛନ୍ତି 2 ଲକ୍ଷ 65 ହଜାର 590। ସିଟ୍ ସଂଖ୍ୟାଠୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବା ସ୍ଥାନରେ ଓଲଟି ପାଖାପାଖି 9 ହଜାର କମିଛି। ଏପରି ସ୍ଥଳେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ତାଲିକାରେ ଯେଉଁ ୧ ଲକ୍ଷ ୭୫ ହଜାର ୭୨୨ ଜଣ ପିଲାଙ୍କ ନାଁ ପ୍ରକାଶ ପାଇଛି ତାହା ବି ମୋଟ୍ ସିଟଠୁ ପ୍ରାୟ ଲକ୍ଷେ କମ୍। ହେଲେ କାହିଁକି ପ୍ଲସ ଥ୍ରୀର ପାରମ୍ପରିକ ସାଧାରଣ ପାଠ୍ୟକ୍ରମ ପ୍ରତି ଏ ଅନାଗ୍ରହ? ଶୁଣନ୍ତୁ କଣ କହୁଛନ୍ତି ଛାତ୍ରଛାତ୍ରୀ।

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

ସବୁରି ମୂଳରେ ଚାକିରି। ଯେଉଁ ପାଠ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁନି, ସେଥିରେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ। ଶିକ୍ଷାବିତ୍ ମଧ୍ୟ ଯୁକ୍ତ 3 ପାଠ୍ୟକ୍ରମ ପ୍ରତି ବଢ଼ିଚାଲିଥିବା ଅନାଗ୍ରହକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କହିଛନ୍ତି ପ୍ଲସ ଥ୍ରୀରେ ଲମ୍ବା ସମୟ ଧରି ଚାଲୁଥିବା ଆଡମିଶନ୍ ପ୍ରକ୍ରିୟା ସହ ନୂଆ ଶିକ୍ଷାନୀତି ବି ଏଥିପାଇଁ କେତେକାଂଶରେ ଦାୟୀ। ପ୍ଲସ ଥ୍ରୀରେ ପୂର୍ବରୁ ତିନି ବର୍ଷରେ ମୋଟ୍ ୨୬ ଶହ ନମ୍ବରର ପରୀକ୍ଷା ଦେବାକୁ ପଡୁଥିବା ବେଳେ ଏବେ ତାହା ୩୪ ଶହ ନମ୍ବରକୁ ବଢାଯାଇଥିବାରୁ ଏହା ପିଲାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରୁଛି। ଫଳରେ ସେମାନେ ସେଇ ଅନୁପାତରେ ପ୍ରଫେସନାଲ୍ କୋର୍ସ ବା ବୃତ୍ତିଗତ ଶିକ୍ଷା ଯେମିତିକି ଲ, ଏମବିଏ, ଏମସିଏ ଭଳି ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଆଡ଼କୁ ମନ ବଳାଉଛନ୍ତି।...

Advertisment

ସାଧାରଣ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଥିବାରୁ ଯୁକ୍ତ ତିନିରେ ଗ୍ରସ୍ ଏନରୋଲମେଣ୍ଟ ରେସିଓ ବା ମୋଟ୍ ନାମ ଲେଖା ଅନୁପାତ ବି କମି କମି ଚାଲିଛି। ଚଳିତବର୍ଷ ପ୍ଲସ-ଟୁରେ ପ୍ରାୟ ୩ ଲକ୍ଷ ୨୦ ହଜାର ପରିକ୍ଷାର୍ଥୀ ପାସ୍ କରିଥିଲେ ହେଁ ସେ ଭିତରୁ ପ୍ଲସ ଥ୍ରୀ ନାମଲେଖା ପାଇଁ ଏଥର ମାତ୍ର ଲକ୍ଷେ 75 ହଜାର ଛାତ୍ରଛାତ୍ରୀ ଆବେଦନ କରିବା ବି ଚିନ୍ତା ସୃଷ୍ଟି କରିଛି। ଏମିତିକି ଏଥର ବି ବିଭିନ୍ନ ୟୁନିଭର୍ସିଟିରେ ଯୁକ୍ତ ତିନିରେ ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଜଳ ଜଳ ଦିଶୁଛି।

ଅଧିକ ପଢ଼ନ୍ତୁ: ଗୋପାଳପୁରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ

Ministry Of Education Undergraduate
Advertisment
Advertisment