• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍କୁଲ୍ ନୁହେଁ ତ ଏକ ମିନି ଓଡ଼ିଶା...ଗୋଟିଏ ଛାତ ତଳେ ପାଠ ପଢୁଛନ୍ତି ପ୍ରାୟ ୧୮ରୁ ୧୯ଟି ଜିଲ୍ଲାର ପିଲା । ସବୁ ଜିଲ୍ଲାରେ ତ ସ୍କୁଲ ରହିଛି ପୁଣି ଗୋଟିଏ ସ୍କୁଲରେ ରାଜ୍ୟର ଅଧା ସଂଖ୍ୟକ ଜିଲ୍ଲାର ପିଲା କାହିଁକି ନାମ ଲେଖାଇଛନ୍ତି ? ତେବେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏହି ସ୍କୁଲରେ ପାଠ ପଢିବାକୁ ଦିନକୁ ଦିନ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ସଂଖ୍ୟା ୪୪୬ ରେ ପହଞ୍ଚିଛି ।

ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ ବିଦ୍ୟାଳୟ । ୨୦୧୧ ମସିହାରୁ ୧୮ଟି ପଛୁଆ ଜିଲ୍ଲାର ଆଦିବାସୀ ପିଲାଙ୍କୁ ଶିକ୍ଷାଦାନ କରୁଛି ଏକ ସାମାଜିକ ଅନୁଷ୍ଠାନ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ପଛୁଆ ବର୍ଗର ପିଲାଙ୍କୁ ଶିକ୍ଷା ଦାନକରି ମୁଖ୍ୟ ଶ୍ରୋତରେ ସାମିଲ ଓ ସମାଜିକ ନ୍ୟାୟ ପ୍ରଦାନ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ରହିଛି।

ଅଧିକ ପଢ଼ନ୍ତୁ: 5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

କେବଳ ମାଗଣା ଶିକ୍ଷା ନୁହେଁ ବରଂ ପିଲାଙ୍କ ରହିବା ଖାଇବା ପିନ୍ଧିବା ସହ ମାନସିକ ଓ ଶାରୀରିକ ସ୍ଥରରେ ବିକାଶ ପାଇଁ ଏଠାରେ ଉଦ୍ୟମ ହେଉଛି । ଏବେ ସୁଦ୍ଧା ୬ଟି ବ୍ୟାଚ୍ ମ୍ୟାଟ୍ରିକ୍ ପରୀକ୍ଷା ଦେଇ ଶତ ପ୍ରତିଶତ ରେଜଲ୍ଟ କରିବା ସହ ଉଚ୍ଚଶିକ୍ଷା ହାସଲ କରି ରୋଜଗାରକ୍ଷମ ହେଲେଣି ଏହି ଅନୁଷ୍ଠାନର ଛାତ୍ର । ସ୍କୁଲରେ କମ୍ପ୍ୟୁଟର ଶିକ୍ଷା, ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଆଦି ବ୍ୟବସ୍ଥା ରହିଛି ।

ପିଲାଙ୍କ ପାଠ ପଢିବା ପ୍ରତି ଆଗ୍ରହ ଓ ପରୀକ୍ଷା ରେଜଲ୍ଟ ଦେଖି ଏଠାକାର କର୍ମକର୍ତ୍ତା ଓ କର୍ମଚାରୀ ଉତ୍ସାହିତ । ପାହାଡ ଜଙ୍ଗଲ ଘେରା ଅଂଚଳର ଆର୍ଥିକ ଅନଗ୍ରସର ପିଲାଙ୍କୁ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁନେଲି ଭବିଷ୍ୟତ ଗଢିବାର ନୂଆ ସାହାରା ସାଜିଛି ସାମାଜିକ ଅନୁଷ୍ଠାନ ସଂକଳ୍ପ ।