• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜରାସ୍ତାରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଲୋକ ପ୍ରତିନିଧି l ସମସ୍ତେ ଏକ ହୋଇଛନ୍ତି । ଆଉ ସମସ୍ତେ ଗୋଟିଏ ଦାବି କରିଛନ୍ତି ସ୍କୁଲରେ ଥିବା ଶିକ୍ଷକ ଅଭାବର ତୁରନ୍ତ ସମାଧାନ ହେଉ । ପିଲାଙ୍କ ପାଠ ପଢା ସ୍ୱାଭାବିକ ହେଉ ।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଦିହୁଡିପୁର ପଂଚାୟତରେ ଥିବା ଏକମାତ୍ର ଅପଗ୍ରେଡେସନ ହାଇସ୍କୁଲ ହେଉଛି ମାଟିଆପଡା ସ୍କୁଲ । ଏଠାରେ ଘୋର ଶିକ୍ଷକ ଅଭାବ ରହିଛି । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ବି କିଛି ସୁଫଳ ମିଳିଲାନି । ତେଣଉ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲେଇଲେ ସ୍ଥାନୀୟ ଲୋକେ l ସେଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ ବି ସାମିଲ ହେଲେ । କେବଳ ମାଟିଆପଡା କାହିଁକି ? ସେହି ପାଖାପାଖି ଥିବା ଅନ୍ୟ ଗାଁର ସ୍କୁଲ ଅବସ୍ଥା ବି ସମାନ । ଏଠାରେ ଗୋଟିଏ ଘରେ ତିନି ତିନିଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଏ l ସାତଟି ଶ୍ରେଣୀକୁ ମାତ୍ର ଦୁଇଜଣ ଶିକ୍ଷକ ରହିଛନ୍ତି ଏହି ସ୍କୁଲରେ l ଥରେ ଚିନ୍ତା କରନ୍ତୁ ଏଠାରେ କେମିତି ଚାଲିଥିବା ପାଠ ପଢା । ଆଉ ପିଲାମାନେ କେତେ ଧ୍ଞାନର ସହ ଆହରର କରିପାରୁଥିବେ ଜ୍ଞାନ । 

ଅଧିକ ପଢ଼ନ୍ତୁ: ଆମ ରାଜ୍ୟରେ କେମିତି ଚାଲିଛି 5T ସ୍କୁଲ୍...ଫଟୋରେ ଦେଖିବା କିଛି ଖବର...

5T ଅଧିନରେ ଆସୁଥିବା ଏହି ବିଦ୍ୟାଳୟର ନାଁ ହେଲା ହରେକୃଷ୍ଣ ଉଚ୍ଚ ବିଦ୍ୟାଳୟ । ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଲର ଉନ୍ନତି କରଣ କରାଯାଇଛି l ହେଲେ କେମିତି ଉନ୍ନତି ହୋଉଛି ସେ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଠାରେ ଲାଟିନ୍ ଅଛି କିନ୍ତୁ ପାଣି ନାହିଁ । ଏମିତିକି ଶୌଚାଳୟ ଅଛି ହେଲେ କଟାବ ନାହିଁ । ତେଣୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀ । କେବଳ ଲାଟିନ କାହିଁକି ? ଇ - ଲାଇବ୍ରେରୀ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁଠି ପିଲାମାନେ କମ୍ପୁଟରରେ ବହିପଢିବାର ସୁବିଧା ରହିବ । ହେଲେ ତାର ଅବସ୍ଥା ନକହିଲେ ଭଲ l କାରଣ ଏଠାରେ ଇ-ଲାଇବ୍ରେରୀ ପାଇଁ କେବଳ ଘର ଅଛି ହେଲେ କମ୍ପୁଟରର ଦେଖାନାହିଁ l ଠିକ୍‌ ସେହିଭଳି ଖେଳ ପଡିଆର ଉନ୍ନତୀକରଣ ପାଇଁ ମଧ୍ୟ ଅନେକ ଟଙ୍କା ଆସିଥିବା ସୂଚନା ରହିଛି । କିନ୍ତୁ ଖେଳପଡ଼ିଆରେ ତିଳେ ହେ ଉନ୍ନତି ହେଲା ଭଳି ଦେଖାଯାଇ ନାହିଁ ।

ମୋଟ୍ ଉପରେ ନାହିଁ ନାହିଁରେ କେନ୍ଦ୍ରାପଡାରେ ଚାଲିଛି ସ୍କୁଲ । ଶିକ୍ଷା ବ୍ୟବସ୍ଥା ସତେ ଯେମିତି ଏଠି କୋମାରେ ପଡ଼ିଛି । ଗୋଟିଏ ପଟେ ସରକାର କହୁଛନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ରହିଛି ଅଧିକ ପୋକସ୍‌ । ହେଲେ ପ୍ରକୃତରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି କେତେ ଦରଦ ତାହା ଆପଣମାନେ ସହଜରେ ଏଥିରୁ ଅନୁମାନ କରିପାରୁଥିବେ । କାରଣ ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ସ୍କୁଲର ଅବ୍ୟବସ୍ଥା ନେଇ ଖବର କାଗଜରେ ପ୍ରକାଶ ପାଉଛି । ସେପଟେ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ କହିଛନ୍ତି, ସ୍କୁଲ ଅବ୍ୟବସ୍ଥା ନେଇ ଆମେ ଅବଗତ ଅଛୁ । ବିଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ସମସ୍ୟାର ସମାଧାନ କରାଯିବ । ତେବେ କେବେ ସମସ୍ୟାର ସମାଧାନ ହେଉଛି ତାକୁ ରହିଲା ଅପେକ୍ଷା ।

(ରିପୋର୍ଟ- ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ)