ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t
Published By: Prasan Subudhi
Last updated: 12 September 2022, 06:25 PM IST
କଳାପଟା ନାହିଁ, ଅଲମାରିକୁ କଳାପଟା ବନେଇ ଦେଇଛନ୍ତି ଏ ଦିଦି । ଏ ଦୃଶ୍ୟ ଦେଖେଇବା ପରେ ଆମେ ଭାବୁଚୁ ଆଉ କିଛି ଲେଖିବା ଆବଶ୍ୟକ ନାହିଁ।
ସତରେ ଏ ଦିଦିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ। ସବୁ ସମସ୍ୟା ଭିତରେ ବି ପାଠପଢ଼ା ଜାରି ରଖିଛନ୍ତି।
ସ୍କୁଲ୍ ଭିତର ଦୃଶ୍ୟ ତ ଦେଖିଲେ, ଚାଲନ୍ତୁ ଯିବା ବାହାରକୁ। ସେପଟେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି 5t ଆଉ ଏପଟେ 5t କୁ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଛି।
ଏ ହେଉଛି ସ୍କୁଲ୍ର ବାହାର ଦୃଶ୍ୟ...। ଦେଖିଲେ କଲେଜ ଭଳି ଲାଗୁଚି। ହେଲେ ଭିତରେ ? ଆଲମାରି କାନ୍ଥ ପାଲଟିଛି କଳାପଟା। କହିବା କାହାକୁ ଶୁଣିବ କିଏ ?