Advertisment

ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Schools Summer Vacation

class in Vacation

ଖରାଛୁଟିରେ ଘରେ ରହିଲେ ବି ପିଲାଏ ପଢିବେ। ହୋମ୍ ୱାର୍କ କରିବା ପରେ ଅଭିଭାବକମାନେ ଏହାକୁ ହ୍ୱାଟସଆପ୍ ଗ୍ରୁପରେ ଅପଲୋଡ୍ କରିବେ, ଯାହାକୁ ମନିଟରିଂ କରିବେ ଶିକ୍ଷକ। ଅଭିଭାବକଙ୍କୁ ଦିଆଗଲା ସ୍ବତନ୍ତ୍ର ସିଲାବସ୍। ସନ୍ଦେହ ଦୂର ପାଇଁ ଖୋଲିଛି କଣ୍ଟ୍ରୋଲ ରୁମ୍। ଆଜି ରାଜ୍ୟବ୍ୟାପୀ ଅନୁଷ୍ଠିତ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ। ପ୍ରଥମ ଥର ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଗ୍ରୀଷ୍ମ ଅବକାଶ ହୋମ୍ ୱାର୍କ ପୁସ୍ତିକାକୁ ଅଭିଭାବକମାନଙ୍କୁ ଦିଆଯାଇଛି। ଯେଉଁଥିରେ ପ୍ରତିଦିନ କେଉଁ କେଉଁ ବିଷୟରେ ପିଲା ପାଠ ପଢିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଆଉ ଅଭିଭାବକ ଗାଇଡ୍ କରିବେ। ଯଦି କୌଣସି ସନ୍ଦେହ ଥାଏ ତାହାଲେ ଅନଲାଇନ୍ ଯୋଗେ ସ୍କୁଲ୍ ଶିକ୍ଷକମାନଙ୍କ ଠାରୁ ବୁଝିନେବାର ବ୍ୟବସ୍ଥା କରାଯାଇଛି।

Advertisment

ଅନ୍ୟପଟେ ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି। ପୂର୍ବରୁ ମଧ୍ୟ ବହୁବାର ଏହାର ନଜିର ଦେଖିବାକୁ ମିଳିଛି। ଆଉ ଏହାକୁ ରୋକିବା ଲାଗି ଅଭିଭାବକଙ୍କୁ ସାଇବର ସିକୁରିଟି ପାଠ ବି ପଢାଯାଇଛି। ନିୟମିତ ଭାବେ ପିଲାଙ୍କ ଇଣ୍ଟରନେଟ୍ ହିଷ୍ଟ୍ରି ଚେକ୍ ସହ କୌଣସି ଅନଲାଇନ ଗେମ୍ ନିଶାରେ କିମ୍ବା ପର୍ଣ୍ଣ ସାଇଟ୍‌କୁ ଯେପରି ଭିଜିଟ୍ ନକରନ୍ତି ସେଥିଲାଗି ଅଭିଭାବକମାନଙ୍କୁ ସଚେତନ କରାଯିବା ସହ ଟ୍ରେନିଂ ମଧ୍ୟ ଦିଆଯାଇଛି।

ଅନ୍ୟପକ୍ଷରେ ୧୫ ଦିନ ଆଗରୁ ଖରାଛୁଟି ହୋଇଥିବାରୁ କୋର୍ସ କିପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ତାହା ଏବେ ବଡ଼ ଚାଲେଞ୍ଜ। ଏନେଇ ଅଭିଭାବକମାନେ ବି ଉଦବେଗ ପ୍ରକାଶ କରିଛନ୍ତି। ଏଥର ଲମ୍ବା ଖରାଛୁଟି। ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ନିଆଯାଇଥିବା ହୋମ ୱାର୍କ ପଦକ୍ଷେପ କେତେ ସଫଳ ହେଉଛି ତାଉପରେ ନଜର।

Advertisment
Online Class Summer Vacations
Advertisment
Advertisment