Advertisment

ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

୧୦ ଦିନ ହେଲାଣି ସବୁକିଛି ବନ୍ଦ ଥିଲା। ଓଟିଭିରେ ଖବର ପ୍ରସାରଣ ହେବା ପରେ ସ୍କୁଲ ଗଲେ ପିଲା..ଏକାଠି ବସିଲେ, ସାଙ୍ଗ ହୋଇ ଖାଇଲେ। ହେଲେ ବାସନ୍ଦକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ

author-image
Manoranjan Behera
ଅଦ୍ୟତନ ହୋଇଛି
 OTV Impact

School

ଓଟିଭିରେ ଖବର ପ୍ରସାରଣ ହେଲା ପରେ ପାଠ ପଢିବା ପାଇଁ ସ୍କୁଲ ଗଲେ ପିଲା । ଘଟଣାଟି ଶୁଣିବା ପରେ ହୁଏତ ଆପଣ କିଛି ବୁଝିପାରୁନଥିବେ । ଆଉ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କିମାରୁଥିବ କି ଓଟିଭିରେ ଖବର ବାଜିବା ପରେ ପିଲାମାନେ କେମିତି ଗଲେ ସ୍କୁଲ?

Advertisment

୧୦ ଦିନ ପରେ ସ୍କୁଲ ଘରେ ପିଲା ବସିଛନ୍ତି, ସାର୍‌ ପାଠ ପଢାଉଛନ୍ତି । ଏତେ ଦିନ ପରେ ସ୍କୁଲରେ ଗୋଟିଏ ଶ୍ରେଣୀରେ ପାଠ ପଢୁଥିବାରୁ ପିଲାଏ ବି ବେଶ୍‌ ଖୁସି । ମାସେ ନୁହେଁ କି ଦୁଇମାସ ନୁହେଁ ବରଂ ୩ ମାସ ହେଲାଣି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବାଛନ୍ଦକୁ ନେଇ ଲାଗିରହିଥିଲା ତିକ୍ତତା ।

ଅଧିକ ପଢ଼ନ୍ତୁ: ଓଟିଭି ପ୍ରଭାବ; ଦୀର୍ଘ ବର୍ଷ ପରେ ଦ୍ରୌପଦୀଙ୍କ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍

Advertisment

ଗଞ୍ଜାମ ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ହରିଡ଼ାପଦର ଗାଁର ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପୋଖରୀ, ମେଡିକାଲ, ମନ୍ଦିର ଓ ସ୍କୁଲ ଭଳି ବିଭିନ୍ନ ଜାଗାକୁ ଯିବାକୁ ବାରଣ କରିବା ସହିତ ସେମାନଙ୍କୁ ବାଛନ୍ଦ କରାଯାଇଥିବା ନେଇ କୁହାକୁହି ହୋଇଥିଲେ। ଏବଂ ଏହାର ପ୍ରଭାବ ପିଲାଙ୍କ ପାଠ ପଢାରେ ବି ପଡିଥିଲା। ଏମିତିକି ସ୍କୁଲ ଯିବା ବନ୍ଦ କରିଦେଇଥିଲେ ପିଲା।

ଏନେଇ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ ବି ହୋଇଥିଲା। ଏନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବାଛନ୍ଦ ଅଭିଯୋଗ ଆଣିଥିବା ପରିବାରର ପିଲା ଏବେ ସ୍କୁଲ ଯାଇଥିବା ଦେଖିବାକୁ ମିଳିଛି।

ପିଲାଏ ସିନା ସ୍କୁଲ ଯିବାର ସୁଯୋଗ ପାଇଲେ ହେଲେ ବାଛନ୍ଦ ଦୁଃଖ ଭୋଗୁଥିବା ପରିବାରକୁ ଏଯାଏଁ ନ୍ୟାୟ ମିଳିନି । ଏମିତିକି ସମସ୍ୟା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ସେପଟେ ବାଛନ୍ଦକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ ଦୋଷାରୋପ କରିଥିବା ବେଳେ ଅଭିଯୁକ୍ତ ଗୋଷ୍ଠୀ କିନ୍ତୁ ଏହାକୁ ଅସ୍ୱୀକାର କରିଛି ଏବଂ କହିଛି ଆମେ କିଛି ବନ୍ଦ କରିନାହୁଁ, ସେମାନେ ନିଜେ ନିଜେ ସବୁ ବନ୍ଦ କରିଛନ୍ତି ।

(ରିପୋର୍ଟର- ଗଂଜାମ ପୋଲସରାରୁ ପୀତବାସ ଦାସ)

OTV Impact
Advertisment
Advertisment