/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732100057.jpg)
Odisha Plus-2 exam schedule
ଆସିଲା ବଡ଼ ଖବର । ଯୁକ୍ତଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ଏନେଇ ସୂଚନା ଦେଇଛି CHSE । ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ଯୁକ୍ତଦୁଇ ଛାତ୍ରଛାତ୍ରୀ ।
କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ । ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି… ଦେଖନ୍ତୁ ଏହି ଖବର
ଏପଟେ ଆସିଛି ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ । ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ଏହାପରେ ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ ।
ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ବଡ଼ ସୋପାନ ହୋଇଥିବା ବେଳେ, ଏଥିପାଇଁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲପ୍ । ନଭେମ୍ବର ୧୮ରେ ଫର୍ମ ପୂରଣ ସରିବା ପରେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ । TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)