/odishatv-khabar/media/post_attachments/uploadimage/library/16_9/16_9_0/Puri_1748935362.jpg)
Puri
ମୁଁ ଭବିଷ୍ୟତ କହିପାରେ। ପୂର୍ବ ସରକାର ଯିବ, ବିଜେପି ସରକାର କରିବ ବୋଲି ମୁଁ କହିଥିଲି। ତାହା ହିଁ ହେଲା । ‘ଖୋଲାକଥା’ରେ ଏପରି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନୀ।
ଜଗୁନୀ କହିଛନ୍ତି, ତୁମେ ଜିତିବ, ସରକାର କରିବ ବୋଲି ମୁଁ ପୁରୀ ସାଂସଦ ସମ୍ଭିତ ପାତ୍ରଙ୍କୁ କହିଥିଲି। ତାହା ସତ ହେଲା। ହେଲେ ମୁଁ ଯେଉଁଦିନ ଚାହିଁବି ସରକାର ବଦଳାଇ ଦେବି। ମୁଁ ଏହି କଥା ଗ୍ୟାରେଣ୍ଟି ଦେଉଛି। ମୋର ଏହି କ୍ଷମତା ଅଛି। ଜଗନ୍ନାଥ ମୋତେ ଏହି କ୍ଷମତା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଜଗନ୍ନାଥଙ୍କ ଆର୍ଶୀବାଦରୁ ମୁଁ ଯାହା ଚାହିଁଛି ତାହା କରିଛି। ପ୍ରଭୁ ଜଗନ୍ନାଥ ମୋ ଭାଇ । ତାଙ୍କ ସହ ଦୁଃଖସୁଖ ବାଣ୍ଟେ। ତାଙ୍କ ସହ ପ୍ରତିଦିନ କଥା ହୁହେ। ତା’ର କୁଳ ,ଗୋତ୍ର, ଧର୍ମରେ ମୁଁ ଜନ୍ମ ନେଇଛି। ମୁଁ ଜଗନ୍ନାଥ ମୁଖ୍ୟ ବାଡ଼ଗ୍ରାହୀ। ଏମିତି ଠାକୁର କେଉଁଠି ନାହିଁ। ବ୍ରାହ୍ମଣ୍ଡରେ ମଧ୍ୟ ନାହିଁ। ଆମେ ଜଗନ୍ନାଥ ଗୁପ୍ତ ସେବା କରୁ। ତାଙ୍କୁ ବଞ୍ଚି ଦେଉ। ଗୋଡ଼ ହାତ ଘସି ଦେଉ ।
ଏହି ଅବସରରେ ଜଗନ୍ନାଥଙ୍କ କଥା କହି ଭାବ ବିହ୍ୱଳ ହୋଇପଡ଼ିଥିଲେ ଜଗୁନୀ। କହିଥିଲେ, ଏପରି ଠାକୁର କେଉଁଠି ନାହିଁ। ଗୋଟିଏ ମୂର୍ତ୍ତିକୁ ବିଶ୍ୱ ମାନୁଛି। ଭାବର ଠାକୁର ସେ, ଭକ୍ତର ବିଶ୍ୱାସ ସେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)