• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରକାଶ ପାଇଛି NIRF ରାଙ୍କିଙ୍ଗ 2023 । ଶିକ୍ଷାଦାନ ଏବଂ ଉତ୍ସ, ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ, ପାସ ହାର, ପହଞ୍ଚ ଏବଂ ଆଭିମୁଖ୍ୟ ଆଦି କ୍ଷେତ୍ରକୁ ନେଇ ଇଣ୍ଡିଆ ରାଙ୍କିଙ୍ଗ ନାଁରେ ପ୍ରକାଶ ପାଉଥିବା ଏହି ତାଲିକାରେ ସାମଗ୍ରିକ ବର୍ଗରେ IIT ମାଡ୍ରାସ ୧ ନମ୍ବରରେ ରହିଛି। ତାପଛକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗଳୁରୁ ଓ IIT ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । NIRF ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି ।

ଦେଶର ଶୀର୍ଷ ୧୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ IISC ବେଙ୍ଗଳୁରୁ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଓଡ଼ିଶା ର ସୋଆ ୧୫ତମ ସ୍ଥାନରେ ଥିବାବେଳେ ୧୬ତମ ସ୍ଥାନରେ ରହିଛି kiit ବିଶ୍ୱବିଦ୍ୟାଳୟ । ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛି । ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ସାମଗ୍ରିକ ବର୍ଗରେ ୨୬ ନମ୍ବରରେ ରହିଥିବା ବେଳେ ୨୯ତମ ସ୍ଥାନରେ ରହିଛି KIIT ବିଶ୍ୱବିଦ୍ୟାଳୟ। ଆଇଆଇଟି ଭୁବନେଶ୍ୱର ୯୧ତମ ସ୍ଥାନରେ ରହିଛି ।