Advertisment

Teacher Transfer Policy in Odisha: ଶିକ୍ଷକ ବଦଳି କୋଟା, ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି

MP ଓ MLAମାନଙ୍କ ହାତକୁ ଆସିଲା ଶିକ୍ଷକ ବଦଳି କୋଟା ବ୍ୟବସ୍ଥା। ବର୍ଷକୁ ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ଲାଗି ସୁପାରିସ କରିପାରିବେ ଜନ ପ୍ରତିନିଧି। ତେବେ ଏହି ନିଷ୍ପତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି। ସେପଟେ ଶିକ୍ଷକ ସଂଘ ବ୍ୟବସ୍ଥାର ସରଳୀକରଣ ସହିତ ଜିଲ୍ଲା ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କହିଛି।

ଅଦ୍ୟତନ ହୋଇଛି
undefined

Teacher

Advertisment

MPMLAମାନଙ୍କ ହାତକୁ ଆସିଲା ଶିକ୍ଷକ ବଦଳି କୋଟା ବ୍ୟବସ୍ଥା। ବର୍ଷକୁ ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ଲାଗି ସୁପାରିସ କରିପାରିବେ ଜନ ପ୍ରତିନିଧି। ତେବେ ଏହି ନିଷ୍ପତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି। ସେପଟେ ଶିକ୍ଷକ ସଂଘ ବ୍ୟବସ୍ଥାର ସରଳୀକରଣ ସହିତ ଜିଲ୍ଲା ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କହିଛି।

Advertisment

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ଶିକ୍ଷକ ବଦଳି ପାଇଁ ସୁପାରିସ୍ କରିପାରିବେ ବିଧାୟକ, ସାଂସଦ। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜନୀତି ତେଜିଥିବା ବେଳେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ। ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। ଗୋଟିଏ ଶିକ୍ଷାବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ 15 ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ଏମପି-ଏମ୍ଏଲ୍ଏ। ୧୫ ମେ ରୁ ୧୫ ଜୁନ୍ ଭିତରେ ଲୋକସଭା ସାଂସଦ ଓ ବିଧାୟକମାନେ ଜିଲ୍ଲାପାଳଙ୍କୁ ତାଲିକା ଦେବେ। ମାତ୍ର ରାଜ୍ୟସଭା ସାଂସଦମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତାଲିକା ଦେବେ। ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେଡି କହିଛି, ଶିକ୍ଷା କ୍ଷେତ୍ରରେ ରାଜନୈତିକ କୋଟା ବ୍ୟବସ୍ଥା ରହିବା ଅନୁଚିତ। ନବୀନ ସରକାର ସମୟରେ ଶିକ୍ଷକ ବଦଳି ସ୍ବଚ୍ଛତାର ସହ ହେଉଥିଲା। କଂଗ୍ରେସ କହିଛି ଏଭଳି ନିଷ୍ପତ୍ତି ଦ୍ବାରା ଦୁର୍ନୀତି ବଢ଼ିବ। ଅନ୍ୟପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଜନପ୍ରତିନିଧିଙ୍କ ପାଖକୁ ଆସୁଥିବା ଅଭିଯୋଗର ସମାଧାନ ହେବ। ଦୁର୍ନୀତିର ପ୍ରଶ୍ନ ଉଠୁନି।

Advertisment

ଅନ୍ୟପଟେ ଗତ ବର୍ଷ ନଭେମ୍ବର 11ରେ, ମୁଖ୍ୟ ଶାସନ ସଚିବ ବଦଳି ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ବୋଲି ତାଗିଦ୍ କରିଥିଲେ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏପରିକି କିଛି କର୍ମଚାରୀ ବଦଳି ଓ ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ। ଯାହାକି ସରକାରୀ ଚାକିରିର ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ କରୁଛି। ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟିଂ କରାଯାଇଥାଏ। ମେରିଟ୍ କୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ପୋଷ୍ଟିଂ କରାଯାଇଥାଏ। ଏବେ ପ୍ରଶ୍ନ ଏଭଳି ନିଷ୍ପତ୍ତି ପରେ ଜନପ୍ରତିନିଧିଙ୍କ ପାଖରେ ଲବି ବଢିବନି ତ? ସେପଟେ ଶିକ୍ଷକ ସଂଘ କହିଛି, ନିଷ୍ପତ୍ତି ସ୍ବାଗତ ଯୋଗ୍ୟ କିନ୍ତୁ ମାତ୍ର 15 ଜଣଙ୍କୁ ସୁପାରିସ୍ କରିବା ଯଥେଷ୍ଟ ନୁହେଁ। ଏହା ସହ ଜିଲ୍ଲାଭିତ୍ତିକ ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ।

2024 ନିର୍ବାଚନ ପୂର୍ବରୁ 10 ଜଣ ଶିକ୍ଷକଙ୍କୁ ବଦଳି ପାଇଁ ଜନ ପ୍ରତିନିଧି ସୁପାରିସ କରିବା ବ୍ୟବସ୍ଥା ଆରମ୍ଭ କରିଥିଲେ ବିଜେଡି ସରକାର। ଯାହାକୁ ନିର୍ବାଚନୀ ଥୋପ କହି ପ୍ରବଳ ବିରୋଧ କରାଯାଇଥିଲା। ଆଉ ଏବେ ସରକାରଙ୍କ ଏହି ବଦଳି ନିଷ୍ପତ୍ତି କିପରି କାର୍ଯ୍ୟକାରୀ ହେଉଛି ତା ଉପରେ ନଜର।

Advertisment

ଅଧିକ ପଢନ୍ତୁ : କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍

Govt Teacher Transfer Calls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ