Advertisment

High-scoring Ganjam Student: ଦିନ ମଜୁରିଆଙ୍କ ପୁଅ ରଖିଲେ ୯୫ ପ୍ରତିଶତ ମାର୍କ, ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ୍ୟ

ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସନ୍ତୋଷ ଜେନା ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ସନ୍ତୋଷ ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ୬୦୦ ମାର୍କରୁ ସନ୍ତୋଷ ମୋଟ ୫୭୩ ମାର୍କ ରଖିଛନ୍ତି ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

santosh

ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସନ୍ତୋଷ ଜେନା ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ସନ୍ତୋଷ ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ବୁଧବାର ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୬୦୦ ମାର୍କରୁ ସନ୍ତୋଷ ମୋଟ ୫୭୩ ମାର୍କ ରଖିଛନ୍ତି। ପରୀକ୍ଷା ପୂର୍ବରୁ ୯୫ ପ୍ରତିଶତ ମାର୍କ ରଖିବା ନେଇ ସେ ଆଶା ରଖିଥିବା କହିଛନ୍ତି ସନ୍ତୋଷ। ସେହିପରି ଭବିଷ୍ୟତରେ ନିଟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରି ଡାକ୍ତର ହେବା ତାଙ୍କର ଲକ୍ଷ୍ୟ ବୋଲି ସନ୍ତୋଷ କହିଛନ୍ତି।

Advertisment

ନିଜ ପିତା ମାତାଙ୍କୁ ପ୍ରେରଣାର ଉତ୍ସ ବୋଲି ବର୍ଣ୍ଣନା କରିଛନ୍ତି ସନ୍ତୋଷ। ଏହା ପରେ ଏହି ସଫଳତା ପଛରେ ତାଙ୍କ ଶିକ୍ଷକ ମାନଙ୍କର ହାତ ରହିଥିବା ପ୍ରକାଶ କରିଛନ୍ତି ସନ୍ତୋଷ। ବେଗୁନିଆପଡା ବ୍ଲକର ସନ୍ତୋଷ ବ୍ରହ୍ମପୁରର ନାଳନ୍ଦା ବିଦ୍ୟା ମନ୍ଦିରରେ ପାଠ ପଢୁଥିଲେ। ଗଣିତରେ ସେ ୧୦୦ରୁ ୧୦୦ ମାର୍କ ରଖିଥିବା ବେଳେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ସେ ୯୮ ମାର୍କ ଲେଖାଏ ରଖିଛନ୍ତି।

ଅଧିକ ପଢନ୍ତୁ: ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୧ ଶେଷ ତାରିଖ

ସନ୍ତୋଷଙ୍କ ଶିକ୍ଷକ ମାନେ ମଧ୍ୟ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି। ସନ୍ତୋଷଙ୍କ ଭଲ ଫଳାଫଳକୁ ନେଇ କଲେଜ କର୍ତ୍ତୃପକ୍ଷ ଆଶା ରଖିଥିବା ଶିକ୍ଷକ ମାନେ କହିଛନ୍ତି। ଡିଜି ଲକରରେ ଚଳିତ ବର୍ଷର ଫଳାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର୍ ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି। ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କଳାରେ ପାସ ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ୮୭.୪୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ -ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ -ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ, ପୁ୍ଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ

NEET CHSE CHSE Result
Advertisment
Advertisment