• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋ । ଦଶମ ବୋର୍ଡ ସର୍ଟିଫିକେଟରେ କିଛି ଏଭଳି ସାଘାଂତିକ ତ୍ରୁଟି ସାମ୍ନାକୁ ଆସିଛି । କଟକ ନିଶ୍ଚନ୍ତକୋଇଲି ଅଶୁରେଶ୍ୱର 5T ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋ । ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ଏଥିଯୋଗୁଁ ଯୁକ୍ତ ଦୁଇରେ ଆଡମିଶନ ବେଳେ ସମସ୍ୟା ଦେଖାଦେଇଛି । ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟକୁ ଗ୍ରହଣ କରାଯାଉନଥିବା ଯୋଗୁଁ କିଛି ଛାତ୍ରଛାତ୍ରୀ ଆଡମିଶନ କରି ପାରୁନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ଏବେକାର ନୁହେଁ । ଆଡମିଟ୍ କାର୍ଡ ମିଳିବା ବେଳେ ଏଭଳି ଭୁଲ ଥିଲା, ପିଲାଏ ଏହାକୁ ସୁଧାରିବାକୁ କହିଥିଲେ । ତଥାପି ବୋର୍ଡ ସାର୍ଟିଫିକେଟ୍ ମିଳିବା ପରେ ଏହାକୁ କାହିଁକି ଠିକ୍ କରାଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି । ଅପରପକ୍ଷେ, ଘଟଣାକୁ ସାମାନ୍ୟ ତ୍ରୁଟି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି । ଏହାକୁ ସୁଧୁରା ଯିବ, ଆଡମିଶନରେ କୌଣସି ସମସ୍ୟା ହେବନି ବୋଲି ସେ କହିଛନ୍ତି ।