/odishatv-khabar/media/post_attachments/uploadimage/library/16_9/16_9_0/____1670815036.jpg)
Govt intimidating protesting teachers, wants list of protesting teachers ahead of salary release
ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ରୋକିବା ଲାଗି ସରକାରଙ୍କ ନାଲି ଆଖି। ଭୁବନେଶ୍ୱର ରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱରରେ ଅନୁଷ୍ଠିତ ରାଲିରେ ଯୋଗ ଦେବା ପାଇଁ କେଉଁ ଶିକ୍ଷକମାନେ ନଭେମ୍ବର ୨୮ରୁ ୩୦ ତାରିଖ ଯାଏ ଛୁଟି ଆବେଦନ କରିଛନ୍ତି, ଦରମା ରିଲିଜ୍ ପୂର୍ବରୁ ସେମାନଙ୍କ ତାଲିକା ଦେବାକୁ ଚିଠିରେ କୁହାଯାଇଛି। ଏତେ ସଂଖ୍ୟକ ଶିକ୍ଷକଙ୍କୁ ଏକକାଳୀନ ଛୁଟି ଦିଆଯାଇପାରିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି।
ଅଧିକ ପଢ଼ନ୍ତୁ: ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ; ଫିଟିବ କି ସମାଧାନର ବାଟ ?
ସେପଟେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କହିଛି, ଯଦି ଏଭଳି ଚିଠି କରି ସରକାର ଶିକ୍ଷକଙ୍କୁ ଡରାଇବାକୁ ଚାହୁଁଥାନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ। ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ରାଜଧାନୀର ଲୋୟର ପିଏମଜିରେ ୪ ଦିନ ଆନ୍ଦୋଳନ କରିବା ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
ଆସନ୍ତା ୨୦ ତାରିଖ ମଧ୍ୟରେ କମିଟି ବସି ଶିକ୍ଷକ ସଂଘର ଦାବି ନେଇ ଆଲୋଚନା କରିବ। ସେପଟେ ଫୁଲବାଣୀ ବିିଇଓ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଛୁଟିରେ ଯାଇଥିବା ଶିକ୍ଷକମାନଙ୍କୁ ସିଏଲ୍ କି ଇଏଲ୍ ଦିଆଯିବ, ସେଥିଲାଗି ରିପୋର୍ଟ ମଗାଯାଇଥିଲା। ଅନ୍ୟପକ୍ଷେ, କେବଳ ଫୁଲବାଣୀ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏଭଳି ଚିଠି ହୋଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)