Advertisment

Drishti IAS: ଆଉ ଦିଲ୍ଲୀରେ ରହିବନି ଦୃଷ୍ଟି IAS କୋଚିଂ ସେଣ୍ଟର; ଏବେ ଏହିଠାରେ ହେବ କ୍ଲାସ୍...

ସିଭିଲ ସର୍ଭିସେସ୍ ପରୀକ୍ଷା (CSE)କୁ ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ବୋଲି ବିବେଚନା କରାଯାଏ। ଅନେକ ପ୍ରାର୍ଥୀ ଗଠନମୂଳକ ମାର୍ଗଦର୍ଶନ ପାଇଁ କୋଚିଂ ସେଣ୍ଟର ଉପରେ ନିର୍ଭର କରନ୍ତି, ଯେଉଁଥିରେ ଦୃଷ୍ଟି IAS କୋଚିଂ ଅନ୍ୟତମ ଲୋକପ୍ରିୟ ଅନୁଷ୍ଠାନ । ନିକଟରେ ଦୃଷ୍ଟି IAS କୋଚିଂ ସେଣ୍ଟର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହେବାନେଇ ଘୋଷଣା କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Dristi IAS

Dristi IAS

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଦ୍ୱାରା ପ୍ରତିବର୍ଷ ସିଭିଲ ସର୍ଭିସେସ୍ ପରୀକ୍ଷା (CSE) କରାଯାଏ। ଏହାକୁ ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ବୋଲି ବିବେଚନା କରାଯାଏ। ଏହି ପରୀକ୍ଷା ପାଇଁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଆଶାୟୀ ଫର୍ମ ପୂରଣ କରନ୍ତି। ଯାହା ତିନୋଟି ପର୍ଯ୍ୟାୟରେ କରାଯାଏ: ପ୍ରିଲିମ୍, ମେନ୍ସ ଏବଂ ଇଣ୍ଟରଭ୍ୟୁ ରାଉଣ୍ଡ, ଯାହାକୁ ବ୍ୟକ୍ତିଗତ ପରୀକ୍ଷା ମଧ୍ୟ କୁହାଯାଏ । ଅନେକ ପ୍ରାର୍ଥୀ ଗଠନମୂଳକ ମାର୍ଗଦର୍ଶନ ପାଇଁ କୋଚିଂ ସେଣ୍ଟର ଉପରେ ନିର୍ଭର କରନ୍ତି, ଯେଉଁଥିରେ ଦୃଷ୍ଟି IAS କୋଚିଂ ଅନ୍ୟତମ ଲୋକପ୍ରିୟ ଅନୁଷ୍ଠାନ ।

Advertisment

ନିକଟରେ ଦୃଷ୍ଟି IAS କୋଚିଂ ସେଣ୍ଟର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହେବାନେଇ ଘୋଷଣା କରାଯାଇଛି। ବର୍ତ୍ତମାନ କୋଚିଂ ସେଣ୍ଟର ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ବେଳେ ଏହାକୁ ନୋଏଡା ସେକ୍ଟର-୧୫କୁ ସ୍ଥାନାନ୍ତର କରାଯିବ। ସୋସିଆଲ୍ ମିଡିଆ X ରେ ଏନେଇ ଏକ ପୋଷ୍ଟ କରାଯାଇଛି। UPSC କୋଚିଂ କ୍ଷେତ୍ରରେ ଦୃଷ୍ଟି IASର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବିକାଶ ଦିବ୍ୟକୀର୍ତ୍ତି ଜଣେ ଜଣାଶୁଣା ନାଁ। ଭାରତୀୟ ରାଜନୀତି, ଇତିହାସ ଏବଂ କରେଣ୍ଟ ଆଫେୟାର୍ସ ପରି ବିଷୟବସ୍ତୁରେ ତାଙ୍କର ପାରଦର୍ଶିତା ପାଇଁ ତାଙ୍କୁ ବହୁ ପ୍ରଶଂସା କରାଯାଏ । ସେ ୧୯୯୬ରେ ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ (AIR) ଥିଲା ୩୮୪।

Advertisment


ଅଧିକ ପଢନ୍ତୁ: Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ତେବେ କୋଚିଂ ସେଣ୍ଟର ସ୍ଥାନାନ୍ତର ପଛରେ ଏକ ବଡ଼ କାରଣ ରହିଛି। ଚଳିତବର୍ଷ ଜୁଲାଇ ୨୭ରେ ହୋଇଥିବା ବର୍ଷାରେ ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ IAS କ୍ୟାମ୍ପସରେ ଥିବା ବେସମେଣ୍ଟ ଲାଇବ୍ରେରୀରେ ପାଣି ପଶିଯାଇଥିଲା। ଏଥିରେ ତିନି ଛାତ୍ର - ଶ୍ରେୟା ଯାଦବ (ଉତ୍ତରପ୍ରଦେଶ), ନିଭିନ ଡାଲୱିନ୍ (କେରଳ) ଏବଂ ତାନିଆ ସୋନି (ତେଲେଙ୍ଗାନା) ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ମୁଖାର୍ଜୀ ନଗର ଏବଂ ରାଜେନ୍ଦ୍ର ନଗରରେ ଥିବା ଲୋକପ୍ରିୟ କୋଚିଂ ସେଣ୍ଟରରେ ସୁରକ୍ଷା ଏବଂ ମୌଳିକ ଭିତ୍ତିଭୂମି ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରିଥିଲା ​​। ଯାହାପରେ ଦୃଷ୍ଟି IAS ନିଜର କ୍ୟାମ୍ପସ ସ୍ଥାନାନ୍ତର ନେଇ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ଏହି ପଦକ୍ଷେପ ନେବା ଫଳରେ ଆଶାୟୀମାନେ ସେମାନଙ୍କ ପ୍ରସ୍ତୁତି ପାଇଁ ଏକ ନିରାପଦ ଏବଂ ଉନ୍ନତ ପରିବେଶ ପାଇବେ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ: ପ୍ରଥମ ପ୍ରୟାସରେ IAS ବନିଥିଲେ ଏହି IIT ଗ୍ରାଜୁଏଟ୍, ବଡ଼ ଚାକିରି ଛାଡ଼ି ବାଛିଥିଲେ ସିଭିଲ ସର୍ଭିସ୍

Delhi UPSC Civil Services Exam Coaching Centre
Advertisment
Advertisment