• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଲାଙ୍କୁ ଠିକ୍‌ ସମୟରେ ବହି ଦେବା ଠାରୁ ଆରମ୍ଭ କରି ପୋଷାକ ମଧ୍ୟ ବଣ୍ଟନ ହେଉଛି । ଏପରିକି ଶିକ୍ଷକ/ଶିକ୍ଷୟିତ୍ରୀ ଠିକ୍‌ ସମୟରେ ସ୍କୁଲକୁ ଆସୁଛନ୍ତି କି ନାହିଁ ସେଥିପାଇଁ ଗଣଶିକ୍ଷା ମନ୍ତ୍ରୀ ଦଳବଳ ଧରି ବେଳେବେଳେ ପରିଦର୍ଶନରେ ପହଞ୍ଚି ଯାଉଛନ୍ତି । ସବୁ ଠିକ୍‌ ଚାଲିଛି, କିନ୍ତୁ କେଉଁ ସ୍କୁଲରେ କେତେ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି, ସେ ବିଷୟରେ ସରକାର ଅଜ୍ଞ । ରାଜ୍ୟରେ ଶିକ୍ଷକଙ୍କ ଘୋର ଅଭାବ ଥିବାବେଳେ ସରକାରଙ୍କର ଧ୍ୟାନ କେଉଁଠି ? କେବଳ ବହି ଦେଲେ ତ ପିଲାଏ ପାଠ ପଢ଼ିବେନି, ସେଥିପାଇଁ ଆବଶ୍ୟକ ଶିକ୍ଷକ । ହେଲେ ଦୁଯୋର୍ଗବଶତଃ ଯେଉଁଠି ପିଲାଙ୍କୁ ରୋଷେୟା କିମ୍ବା ହଷ୍ଟେଲ ସହାୟିକା ପାଠ ପଢ଼ାଇବେ, ସେଠାରେ ପିଲାଙ୍କ ଭବିଷତ୍ୟ କ’ଣ ହେବ, ଆପଣ ଚିନ୍ତା କରିପାରୁଥିବେ ।

ଅଧିକ ପଢ଼ନ୍ତୁ: ବନ୍ଧା ପଡିଛି ଅଙ୍ଗନୱାଡି କେନ୍ଦ୍ର : ୬ ବର୍ଷ ଧରି ଚାଳଘରେ ଗଢ଼ା ହେଉଛି କୋମଳମତିଙ୍କ ଭବିଷ୍ୟତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଳବ ରୁଗୁଡା ପଂଚାୟତର ଦେଓପୋଷ ସେବା ଶ୍ରମ ସ୍କୁଲ । ଏଠାରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀର ପିଲାମାନେ ପାଠ ପଢ଼ନ୍ତି । ହେଲେ ଆଠଟି ଶ୍ରେଣୀକୁ ଜଣେ ମାତ୍ର ଶିକ୍ଷୟତ୍ରୀ ଅଛନ୍ତି । ଆଉ ଅସୁବିଧା ହେତୁ ଯେଉଁଦିନ ଶିକ୍ଷୟତ୍ରୀ ଅନୁପସ୍ଥିତ ରହୁଛନ୍ତି, ସେଦିନ ପାଠପଢ଼ା ପୂରା ଠପ୍ ।

ଆଉ ସେହିଦିନ ସ୍କୁଲରେ ଥିବା ରୋଷେୟା ଓ ହଷ୍ଟେଲ ସହାୟିକା ଦିଦି ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି । ବାରମ୍ବାର ଅଭିଭାବକମାନେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପିଲାମାନଙ୍କ ପାଠପଢ଼ା ଏଥିପାଇଁ ବାଧାପ୍ରାପ୍ତ ହେଉଥିବାରୁ ବର୍ତ୍ତମାନ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସେପଟେ ମେଟ୍ରୋନ ଦିଦି କହିଛନ୍ତି ଶିକୟିତ୍ରୀଙ୍କ ଅଭାବ ହେତୁ ଆମେମାନେ ପିଲାଙ୍କୁ ପଢ଼ାଇବା ପାଇଁ ବାଧ୍ୟ ।

ଏନେଇ ଆମେ ବଣାଇ ବ୍ଲକର ଚେୟାରମ୍ୟାନ୍ କହିଛନ୍ତି, ଏ ଗୋଟିଏ ସ୍କୁଲ ନୁହେଁ ଏହିପରି ଅନେକ ସ୍କୁଲ ଅଛି । ଖାଲି ଘର କରିଦେଲେ ପାଠପଢ଼ା ହେବନି । ପିଲାଙ୍କ ଭବିଷ୍ୟତ ପାଇଁ ଶିକ୍ଷକ ଦରକାର । ଏନେଇ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ସେ କହିଛନ୍ତି, ଆମେ ସ୍କୁଲ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ପାଇଁ ସେ କହିଛନ୍ତି ।