Advertisment

ବିଳମ୍ବ ନକରି କ୍ଲାସ୍‌ ଆରମ୍ଭ କର: ମନ୍ତ୍ରୀ

ଏବେ ବି କିଛି କଲେଜ୍‌ରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Plus 2 Classes

Minister Samir Dash

ଆରମ୍ଭ ହେବ ଯୁକ୍ତ ଦୁଇ ପିଲାଙ୍କ ପାଠପଢ଼ା। ଆସନ୍ତା ୨୨ ତାରିଖରୁ ଅର୍ଥାତ ଦିନକ ପରେ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରାଜ୍ୟରେ ଏବେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ତେଣୁ ଆଉ ବିଳମ୍ବ ନକରି କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। 

Advertisment

ଏବେ ବି କିଛି କଲେଜ୍‌ରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି। ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ୍ ନେବେ। ହେଲେ ତାପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି। 

ଗତ  ଜୁଲାଇ ୨୭ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା +୨ ବିଜ୍ଞାନରେ ମୋଟ ପାସ୍ ହାର ୯୪.୧୨%। ୭୬, ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨, ୧୦୬  ପାସ୍ କରିଥିଲେ। 

Advertisment

ଗତ ଅଗଷ୍ଟରେ ୮ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ଏଥର ପାସ୍ ହାର ୮୨.୧୦ ପ୍ରତିଶତ। 

College Class Minister Samir Dash
Advertisment
Advertisment