• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ  । ତେବେ ଚଳିତ ବର୍ଷ ବିଜ୍ଞାନରେ ୯୪.୧୨% ଏବଂ ବାଣିଜ୍ୟରେ ୮୯.୨୦%    WWW.orissaresults.nic.in ଏବଂ SAMS e space ୱେବସାଇଟରେ ଛାତ୍ରଛାତ୍ରୀଙ୍କ ପାଇଁ ରେଜଲ୍ଟ ଉପଲବ୍ଧ ।

+୨ ବିଜ୍ଞାନ ରେଜଲ୍ଟ

  • +୨ ବିଜ୍ଞାନରେ ମୋଟ ପାସ୍ ହାର ୯୪.୧୨%
  • ପରୀକ୍ଷା ଦେଇଥିଲେ ୭୬, ୬୦୪ ପିଲା; ପାସ୍ କଲେ ୭୨, ୧୦୬
  • ବାଳକ ପାସ୍- ୪୫, ୫୮୭; ପାସ୍ ହାର- ୯୩.୮୦%
  • ବାଳିକା ପାସ୍- ୩୨, ୫୧୯; ପାସ୍ ହାର- ୯୪.୫୨%
  • ପ୍ରଥମ ଶ୍ରେଣୀରେ ପାସ୍- ୫୦, ୧୫୭
  • ଦ୍ୱିତୀୟ ଶ୍ରେଣୀ- ୧୪, ୯୩୨; ତୃତୀୟ ଶ୍ରେଣୀ- ୬, ୯୧୦
  • ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ
  • ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍
  • ନୟାଗଡ଼ରେ ସର୍ବାଧିକ ୯୯.୧୧%, କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପାସ୍

+୨ ବାଣିଜ୍ୟ ରେଜଲ୍ଟ

  • ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ ୨୩, ୭୨୬
  • ବାଣିଜ୍ୟରେ ପାସ୍ କଲେ ୨୧, ୧୬୫; ପ୍ରତିଶତ- ୮୯.୨୦%
  • ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ମୋଟ ୧୦, ୮୬୩ ପିଲା
  • ଦ୍ୱିତୀୟ ଶ୍ରେଣୀ- ୫୦୫୩; ତୃତୀୟ ଶ୍ରେଣୀ- ୫୨୪୨
  • ବାଳକ ପାସ୍ ହାର- ୮୮.୩୨%; ବାଳିକା ପାସ୍ ହାର- ୯୦.୭୧%
  • ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ
  • ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍
  • ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ୍

କେମିତି ଚେକ୍‌ କରିବେ ରେଜଲ୍ଟ...

  • ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ orissaresults.nic.in କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ
  • ଏହାପରେ CHSE ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍‌ ଉପରେ କ୍ଲିକ୍‌ କରିବେ
  • ଲିଙ୍କ୍‌ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍‌ ନମ୍ବର ଦେବେ
  • ଏହାପରେ ରେଜଲ୍ଟ ଡାଉନ୍‌ଲୋଡ୍‌ କରି ଏହାର ପ୍ରିଣ୍ଟ ଆଉଟ୍ ବାହାରି କରିପାରିବେ

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯାଇଥିଲା । ଯେଉଁଥିରେ ପିଲାଙ୍କ ମାର୍କ ଅଧିକ ହେବ ତାକୁ ସଂପୃକ୍ତ ବିଷୟର ଚୁଡାନ୍ତ ମାର୍କ ଭାବେ ବିଚାର କରାଯାଇଛି । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ ।