/odishatv-khabar/media/post_attachments/uploadimage/library/16_9/16_9_0/CBSE_1732155916.jpg)
CBSE
ଆସିଲା CBSE ପରୀକ୍ଷା ତାରିଖ। ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ CBSE ପରୀକ୍ଷା। ଫେବ୍ରୁଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ହେବ। ମାର୍ଚ୍ଚ ୧୮ରେ ଦଶମ ପରୀକ୍ଷା ସରିବାକୁ ଥିବା ବେଳେ ଏପ୍ରିଲ ୪ରେ ସରିବ ଦ୍ବାଦଶ ପରୀକ୍ଷା। ଏନେଇ ସୂଚନା ଦେଇଛି CBSE । ଏହି ଘୋଷଣା ପରେ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।
ଫେବ୍ରୁଆରୀ ୧୫ରେ ଦଶମର ଇଂରାଜୀ ଏବଂ ୨୦ ତାରିଖରେ ବିଜ୍ଞାନ ପରୀକ୍ଷା ହେବ । ସେହିପରି ୨୨ ତାରିଖରେ ସଂସ୍କୃତ, ୨୫ ତାରିଖରେ ସାମାଜିକ ବିଜ୍ଞାନ, ୨୮ ତାରିଖରେ ହିନ୍ଦୀ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଏବଂ ୧୮ ତାରିଖରେ ହେବ କମ୍ପ୍ୟୁଟର ବିଷୟ ପରୀକ୍ଷା। ତେବେ ଏନେଇ ଅଫିସିଆଲ ୱେବସାଇଟ୍ cbse.gov.inରେ ଅଧିକ ସୂଚନା ପାଇପାରିବେ ଛାତ୍ରଛାତ୍ରୀ।
ଗତକାଲି ଯୁକ୍ତଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କରିଛି CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ଏନେଇ ସୂଚନା ଦେଇଛି CHSE । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ । ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନା ଦେଇଛନ୍ତି ।
ଏପଟେ ଆସିଛି ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ । ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।
ଅଧିକ ପଢ଼ନ୍ତୁ: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି… ଦେଖନ୍ତୁ ଏହି ଖବର
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ଏହାପରେ ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ ।
ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ବଡ଼ ସୋପାନ ହୋଇଥିବା ବେଳେ, ଏଥିପାଇଁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲପ୍ । ନଭେମ୍ବର ୧୮ରେ ଫର୍ମ ପୂରଣ ସରିବା ପରେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ । TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)