ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଲାମାନେ ରେଜଲ୍ଟ ଦେଖିଲେ । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା । ଆଜି ଦିନ ୧୧ଟାରେ ଘୋଷଣା ହୋଇଥିଲା +୨ ରେଜଲ୍ଟ ।

ରେଜଲ୍ଟ ପ୍ରକାଶ ଦୀର୍ଘ ଦେଢ଼ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରୁନଥିଲେ ପିଲା । ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ରେଜଲ୍ଟ ଦେଖିହେଉନଥିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ପାରୁନଥିଲେ ପିଲା । ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ବାଲେଶ୍ବରରେ ୱେବସାଇଟ୍ ଖୋଲୁନଥିଲା । ରେଜଲ୍ଟ ଦେଖିନପାରି ଛାତ୍ରଛାତ୍ରୀ ନିରାଶ ହୋଇଥିଲେ ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ ମାନେ www. orissaresults.nic.in ୱେବ୍‌ସାଇଟ୍ ଓ ସାମ୍ସ ପୋର୍ଟାଲ୍‌ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ । ଯୁକ୍ତ ଦୁଇ ବିଜ୍ଞାନରେ ପୁଅଙ୍କ ସଫଳତା ହାର ୮୪.୨୮% । ବାଣିଜ୍ୟରେ ୮୩.୮୭% ଝିଅ ପାସ୍, ପୁଅଙ୍କ ପାସ୍ ହାର ୭୯.୫୨% ରହିଛି ।

ଏଥର ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୨୯୧ ଟି HSCରେ ଶତ ପ୍ରତିଶତ ରେଜଲ୍ଟ। ୨ଟି ସ୍କୁଲରେ କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି ।

ସେହିପରି ଯୁକ୍ତ ୨ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪,୦୮୨ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଣିଜ୍ୟରେ ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି। ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ। ବାଣିଜ୍ୟରେ ୯୪ଟି HSCରେ ଶତପ୍ରତିଶତ ରେଜଲ୍ଟ ।