/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685514300.jpg)
Odisha Plus 2 Results
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ ମାନେ www. orissaresults.nic.in ୱେବ୍ସାଇଟ୍ ଓ ସାମ୍ସ ପୋର୍ଟାଲ୍ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।
ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ । ଯୁକ୍ତ ଦୁଇ ବିଜ୍ଞାନରେ ପୁଅଙ୍କ ସଫଳତା ହାର ୮୪.୨୮% । ବାଣିଜ୍ୟରେ ୮୩.୮୭% ଝିଅ ପାସ୍, ପୁଅଙ୍କ ପାସ୍ ହାର ୭୯.୫୨% ରହିଛି ।
ଏଥର ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୨୯୧ ଟି HSCରେ ଶତ ପ୍ରତିଶତ ରେଜଲ୍ଟ। ୨ଟି ସ୍କୁଲରେ କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି ।
ପ୍ରକାଶ ପାଇଲା +୨ ରେଜଲ୍ଟ. । ରେଜଲ୍ଟ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।#Plus2Results#CHSE#Odisha#OTVpic.twitter.com/3n7N79TbIM
— ଓଟିଭି (@otvkhabar) May 31, 2023
ସେହିପରି ଯୁକ୍ତ ୨ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ବାଣିଜ୍ୟରେ ମୋଟ୍ ୨୪,୦୮୨ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଣିଜ୍ୟରେ ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି। ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ। ବାଣିଜ୍ୟରେ ୯୪ଟି HSCରେ ଶତପ୍ରତିଶତ ରେଜଲ୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)