Advertisment

Radhika Yadav Murder: ଝିଅ ଥିଲା ପ୍ରସିଦ୍ଧ ଟେନିସ ଖେଳାଳି, ରିଲ୍ସ ପାଇଁ ଗୁଳି କରି ହତ୍ୟା କଲେ ବାପା

ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ବାପା । ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା । ରିଲ୍ସ ପାଇଁ ହତ୍ୟା କରାଯାଇଥିବା ସୂଚନା । ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ରାଧିକା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Tennis player murder

Tennis player murder

ରିଲ୍ସ ପାଇଁ ଝିଅକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରାଧିକାଙ୍କ ବୟସ ମାତ୍ର ୨୫ ବର୍ଷ ହୋଇଥିବାବେଳେ ସେ ହରିୟାଣାର ଗୁରୁଗ୍ରାମରେ ରହୁଥିଲେ । ଆଉ ତାଙ୍କ ନିଜ ଘରେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବାପା । ରାଧିକା ଜଣେ ପ୍ରସିଦ୍ଧ ଟେନିସ୍ ଖେଳାଳି ହୋଇଥିବାବେଳେ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ସେ ପୁରସ୍କୃତ ହୋଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳିଛନ୍ତି । ସେହିପରି ଇଣ୍ଟରନ୍ୟାସନାଲ ଟେନିସ ଫେଡେରେସନରେ ମଧ୍ୟ ୧୧୩ ତମ ସ୍ଥାନ ହାସଲ କରିଥିଲେ ରାଧିକା । ଏହାସହ ରାଧିକା ନିଜେ ମଧ୍ୟ ଏକ ଟେନିସ ଏକାଡେମୀ ଚଳାଉଥିଲେ ।

Advertisment

ପ୍ରାଥମିକ ସୂଚନା ଅନୁସାରେ, ରାଧିକାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ରାଧିକାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ରାଧିକାଙ୍କ ରିଲ୍ସ ନିଶା ପାଇଁ ବାପା ତାଗିଦ କରୁଥିଲେ । ହେଲେ ସେ ନଶୁଣି ରିଲ୍ସ ଜାରି ରଖିଥିଲେ । ଯେଉଁଥିପାଇଁ ଉତ୍ତ୍ୟକ୍ତ ହୋଇ ରାଧିକାଙ୍କୁ ତାଙ୍କ ବାପା ହତ୍ୟା କରିଥିବା କୁହାଯାଉଛି । ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ରିଭଲଭର ଜବତ କରିଛି ପୋଲିସ । ମାମଲାର ଛାନଭିନ ଜାରି ରହିଛି । 

ପୋଲିସ ସାମ୍ନାରେ ଦୀପକ ବୟାନ ଦେଇଛି, "ଝିଅର ରିଲ୍ସ ଏବଂ ଟେନିସ ଏକାଡେମୀ ପାଇଁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । ତା କ୍ୟାରିୟର ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଥଲେ । ସେଥିପାଇଁ ଝିଅ ଉପରେ ରାଗିଥିଲି । ଝିଅର ପଇସାରେ ଚଳୁଛି ବୋଲି ଲୋକେ ମୋତେ କହୁଥିଲେ । ସେଥିପାଇଁ ମୁଁ ସେ ଏକାଡେମୀ ଯିବାକୁ ମନା କରିଥିଲି । ହେଲେ ସେ ଶୁଣିଲା ନାହିଁ । "

Advertisment

ଅଧିକ ପଢନ୍ତୁ: ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

Social Media Tennis Player Reels Video
Advertisment
Related Articles
Advertisment