/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752209443.jpg)
Ex Sarpanch Murder
ସରପଞ୍ଚଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତରେ । ମୃତକ ହେଲେ ସରପଞ୍ଚ ବାସନ୍ତୀ ଖେତୀଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ । ଅଭିଯୋଗ ଅନୁଯାୟୀ, ବଲ୍ଲଭ ଖେତୀ ରାତିରେ ଘରକୁ ଫେରୁଥିଲେ I ଏହି ସମୟରେ ପଣ୍ଡରାପାଲି ଗାଁ ନିକଟରେ କିଛି ଦୁର୍ବୃତ୍ତ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି I ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା Iକିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I
ଖବର ପାଇ ରାମପୁର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି I ହତ୍ୟାକାଣ୍ଡ ଘଟଣାରେ ପୋଲିସ ରାମପୁର ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁଇ ଜଣ ଫେରାର ଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର କାରଣ କିଛି ସ୍ପଷ୍ଟ ହୋଇନି । ସେପଟେ ପୂର୍ବ ଶତ୍ରୁତାରୁ ବଲ୍ଲଭଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)