Advertisment

Digital Arrest: ୪୦ ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟରେ ରହିଲେ ୟୁଟ୍ୟୁବର; ମୁକୁଳିବା ପରେ କହିଲେ...

ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଭିଡିଓ କଲରେ ରଖାଯାଇଥିଲା। ଠକମାନେ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟାଙ୍କକୁ ପଠାଇଥିଲେ, କିନ୍ତୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା। ଏହା ପରେ ତାଙ୍କୁ ଏକ ହୋଟେଲରେ ରହିବାକୁ କୁହାଯାଇଥିଲା। ଅବଶ୍ୟ, ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ମେସେଜ୍ କଲେ, ତାଙ୍କୁ ଅନୁଭବ ହେଲା ଯେ ବୋଧହୁଏ ସେ ଠକାମୀର ଶିକାର ହୋଇଛନ୍ତି ।

ଅଦ୍ୟତନ ହୋଇଛି
Digital Arrest

Digital Arrest

Advertisment

ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି। ଏବେ ଏଭଳି ଧରଣର ଲୁଟ୍‌ ବେଶୀ ସଂଖ୍ୟାରେ ହେଉଛି। ଏଭଳି ଡିଜିଟାଲ୍‌ ଠକେଇକୁ ‘ଡିଜିଟାଲ୍‌ ଆରେଷ୍ଟ’ କୁହାଯାଉଛି। ତେବେ ଏପରି ଠକାମୀର ଶିକାର ହୋଇଛନ୍ତି ଜଣେ ପ୍ରସିଦ୍ଧ ୟୁଟ୍ୟୁବର। ପ୍ରାୟ ୪୦ ଘଣ୍ଟା ଧରି ତାଙ୍କୁ ଡିଜିଟାଲ୍ ଆରେଷ୍ଟ କରାଯାଇଥିବା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି।

Advertisment

ଫେମସ୍ ୟୁଟ୍ୟୁବର୍ ଅଙ୍କୁଶ ବହୁଗୁଣାଙ୍କୁ ସାଇବର ଠକମାନେ ଡିଜିଟାଲ୍ ଆରେଷ୍ଟ କରିଥିଲେ। ପ୍ରାୟ ୪୦ ଘଣ୍ଟା ପରେ ସେ ଏଥିରୁ ମୁକୁଳିଥିଲେ। ମାତ୍ର ଉଭୟ ଟଙ୍କା ଓ ମାନସିକ ଶାନ୍ତି ହରାଇଥିବା ସେ କହିଛନ୍ତି। ତେବେ ତାଙ୍କ ସହ ଏହା ଘଟିଛି ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଛନ୍ତି।ପ୍ରଥମେ ତାଙ୍କୁ ଏକ ଅନ୍ତର୍ଜାତୀୟ ନମ୍ବରରୁ କଲ୍ ଆସିଥିଲା। କେହି ଫୋନ୍ କରିଥିବା ଭାବି ସେ କଲ୍ ମଧ୍ୟ ଉଠାଇଥିଲେ। ତାଙ୍କର ଏକ ପାର୍ସଲ ବାତିଲ୍ ହୋଇଥିବା ନେଇ ଏକ ଅଟୋମେଟିକ୍ କଲ୍ ଆସିଥିଲା। ସୂଚନା ଦେବାପରେ କଲ୍‌ଟି କଟିଯାଇଥିଲା। ଏହା ପରେ ଅନ୍ୟ ନମ୍ୱରରୁ ଆଉ ଏକ କଲ୍ ଆସିଥିଲା।

ଫୋନ୍‌ରେ ଥିବା ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଏଥିରେ ବେଆଇନ ଜିନିଷ ଥିବାରୁ କଷ୍ଟମ୍ସ ବିଭାଗ ପାର୍ସଲଟିକୁ ଜବତ କରିଛି। ଏହା ଶୁଣିବା ପରେ ଅଙ୍କୁଶ ଭୟଭୀତ ଥିଲେ ଓ କିଛି ବୁଝି ପାରିନଥିଲେ। ଏହା ପରେ ଠକମାନେ ତାଙ୍କ ଆଧାର କାର୍ଡ ଆଦି ବିଷୟରେ ସୂଚନା ମାଗି ତାଙ୍କୁ ଡିଜିଟାଲ୍ ଆରେଷ୍ଟ କରିଥିଲେ। ୟୁଟ୍ୟୁବର୍ କହିଛି ଯେ 'ସେମାନେ ମୋ ବିରୋଧରେ ଅର୍ଥ ହେରଫେର, ଡ୍ରଗ୍ ଚୋରା ଚାଲାଣ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । କହିଥିଲେ ଯେ ମୁଁ  ଏହି ମାମଲାରେ ମୁଖ୍ୟ ସନ୍ଦିଗ୍ଧ । ପୋଲିସ ଷ୍ଟେସନକୁ ଯିବାକୁ ମଧ୍ୟ ମୋତେ ସମୟ ଦେଲେ ନାହିଁ ଏବଂ ସେମାନେ ମୋତେ ପୋଲିସ ସହ କଥା କରାଇଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପୋଲିସ୍ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ମୋତେ ହ୍ୱାଟସ୍ ଆପ୍ କଲ କରିଥିଲେ।

Advertisment

ଅଙ୍କୁଶଙ୍କ ଅନୁଯାୟୀ, 'ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଭିଡିଓ କଲରେ ରଖାଯାଇଥିଲା। ଠକମାନେ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟାଙ୍କକୁ ପଠାଇଥିଲେ, କିନ୍ତୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା। ଏହା ପରେ ତାଙ୍କୁ ଏକ ହୋଟେଲରେ ରହିବାକୁ କୁହାଯାଇଥିଲା। ଅବଶ୍ୟ, ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ମେସେଜ୍ କଲେ, ତାଙ୍କୁ ଅନୁଭବ ହେଲା ଯେ ବୋଧହୁଏ ସେ ଠକାମୀର ଶିକାର ହୋଇଛନ୍ତି । ଏହା ପରେ ସେ ହୋଟେଲରୁ ପଳାଇ ଯାଇଥିଲେ। ତାଙ୍କ ସହ ଘଟିଥିବା ଠକେଇ ବିଷୟରେ ଅଙ୍କୁଶ କହିଛନ୍ତି ଯେ ମୁଁ ଉଭୟ ଟଙ୍କା ଏବଂ ମାନସିକ ଶାନ୍ତି ହରାଇଛି ଏବଂ ବିଶ୍ୱାସ କରିପାରୁନି ଯେ ମୁଁ ଏଭଳି ଠକାମୀର ଶିକାର ହୋଇଛି।

Advertisment

ଡିଜିଟାଲ ଆରେଷ୍ଟ ସମୟରେ ଠକମାନେ ନକଲି ପୋଲିସ କିମ୍ବା ଅନୁସନ୍ଧାନକାରୀ ଅଧିକାରୀ ପରିଚୟ ଦେଇ ଠକନ୍ତି। ଗିରଫ ହେବାର ଭୟ ଦେଖାଇ ୨୪ ଘଣ୍ଟା କ୍ୟାମେରା ଆଗରେ ରହିବାକୁ ବାଧ୍ୟ କରନ୍ତି । କାହା ସହିତ ଯୋଗାଯୋଗ କରିବାକୁ ଅନୁମତି ଦି‌ଅନ୍ତି ନାହିଁ। ଏଭଳି ଫେକ୍ କଲ୍ ଠାରୁ ଦୂରରେ ରହିବାକୁ ଅଙ୍କୁଶ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କଲେ ସାଇବର ଲୁଟେରା; ଠକିନେଲେ ୩.୮ କୋଟି

Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ