Advertisment

Digital Arrest: ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କଲେ ସାଇବର ଲୁଟେରା; ଠକିନେଲେ ୩.୮ କୋଟି

ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।

author-image
Sonali Ojha
Digital Arrest

Digital Arrest

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି। ଏବେ ଏଭଳି ଧରଣର ଲୁଟ୍‌ ବେଶୀ ସଂଖ୍ୟାରେ ହେଉଛି। ଏଭଳି ଡିଜିଟାଲ୍‌ ଠକେଇକୁ ‘ଡିଜିଟାଲ୍‌ ଆରେଷ୍ଟ’ ବୋଲି କୁହାଯାଉଛି। ତେବେ ଏପରି ଠକାମୀର ଶିକାର ହୋଇଛନ୍ତି ଜଣେ ୭୭ ବର୍ଷୀୟା ମହିଳା। ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ତାଙ୍କଠାରୁ ୩.୮କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଦକ୍ଷିଣ ମୁମ୍ୱାଇର ଜଣେ ୭୭ ବର୍ଷୀୟା ବୃଦ୍ଧା ଅବସରପ୍ରାପ୍ତ ସ୍ୱାମୀଙ୍କ ସହ ରହନ୍ତି। ତାଙ୍କର ଦୁଇଟି ପିଲା ବିଦେଶରେ ଅଛନ୍ତି। ତେବେ ହଠାତ ତାଙ୍କ ହ୍ୱାଟସଆପ୍‌କୁ ଏକ ଅଜଣା ନମ୍ୱରରୁ କଲ୍ ଆସିଲା। କଲ୍ କରୁଥିବା ବ୍ୟକ୍ତି ତାଙ୍କୁ କହିଥିଲେ ଯେ ସେ ତାଇୱାନକୁ ପଠାଇଥିବା ପାର୍ସଲକୁ ଅଟକାଇ ଦିଆଯାଇଛି । ଏଥିରେ ପାଞ୍ଚଟି ପାସପୋର୍ଟ, ବ୍ୟାଙ୍କ କାର୍ଡ, ୪ କିଲୋଗ୍ରାମ ପୋଷାକ ଏବଂ MDMA ଡ୍ରଗ୍ ଇତ୍ୟାଦି ରହିଛି। ମହିଳା ଜଣକ କଲକୁ କହିଥିଲେ ଯେ ସେ କାହାକୁ କୌଣସି ପାର୍ସଲ ପଠାଇ ନାହାଁନ୍ତି।

କଲ୍ କରିଥିବା ବ୍ୟକ୍ତି କହିଥିଲେ ଯେ ତାଙ୍କ ଆଧାର କାର୍ଡର ବିବରଣୀ ଏହି ଅପରାଧରେ ବ୍ୟବହୃତ ହୋଇଛି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ଅଧିକାରୀଙ୍କ ସହ କଥା ହେବାକୁ ପଡିବ। ଏହା ପରେ ବୃଦ୍ଧାଙ୍କୁ ସ୍କାଇପ୍ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା ଏବଂ ପୋଲିସ ଅଧିକାରୀମାନେ ଏହା ମାଧ୍ୟମରେ ତାଙ୍କ ସହ କଥା ହେବେ ବୋଲି ସାଇବର ଠକ କହିଥିଲା। ତାଙ୍କୁ କଲ୍ ନ କାଟିବାକୁ କହିବା ସହ ଏହି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ନିଜକୁ ଆଇପିଏସ୍ ଅଧିକାରୀ ଆନନ୍ଦ ରାଣାର ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କ ସହ କଥା ହୋଇ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ବିବରଣୀ ମାଗିଥିଲେ। ଏହାପରେ, ଆଉ ଜଣେ ବ୍ୟକ୍ତି ଜର୍ଜ ମାଥ୍ୟୁ ନିଜକୁ ଅର୍ଥ ବିଭାଗର ଆଇପିଏସର ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ଯାହା ଦ୍ୱାରା ସେମାନେ ଅନୁସନ୍ଧାନ କରିପାରିବେ। ସେମାନେ ତାଙ୍କୁ କହିଥିଲେ ଯେ ଯଦି ସବୁକିଛି ଠିକ୍ ଥିବ ତେବେ ଟଙ୍କା ତାଙ୍କ ନିକଟକୁ ଫେରାଇ ଦିଆଯିବ । ଅଭିଯୁକ୍ତ ତାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚରୁ ପୋଲିସର ଲୋଗୋ ସହିତ ଏକ ନକଲି ନୋଟିସ ମଧ୍ୟ ପଠାଇଥିଲା।

ଅଭିଯୁକ୍ତ ମହିଳାଙ୍କୁ ହ୍ୱାଟସ ଆପ୍ ଭିଡିଓ କଲ୍ 24x7 ଜାରି ରଖିବାକୁ ମଧ୍ୟ କହିଥିଲା। ମହିଳା ତାଙ୍କ କମ୍ପ୍ୟୁଟରରେ ଭିଡିଓ କଲ୍ ଅନ୍ କରିଥିଲେ। ଯଦି ସେ କଲ୍‌ କାଟନ୍ତି ତେବେ ଅଭିଯୁକ୍ତ ତାଙ୍କୁ ଡାକି ପୁଣି ଥରି କନେକ୍ଟ କରିବା ସହ ଲୋକେସନ୍ ମାଗେ। ଏହାପରେ ଜଣଏ ବ୍ୟକ୍ତି ତାଙ୍କୁ ବ୍ୟାଙ୍କକୁ ଯାଇ ଟଙ୍କା ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯଦି ବ୍ୟାଙ୍କ ଅଧିକାରୀ ଏନେଇ କିଛି ପଚାରନ୍ତି ତେବେ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ବୋଲି ମହିଳାଙ୍କୁ କହିବାକୁ ଠକ କହିଥିଲା ।

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ନୂଆ ଚାଲ୍‌ 'ଡିଜିଟାଲ୍‌ ଆରେଷ୍ଟ'; ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ମହିଳା ତାଙ୍କ କଥା ମାନେ ଟଙ୍କା ଟ୍ରାନ୍ସଫର କରିଥିଲେ ଏବଂ ଠକ ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ଟଙ୍କା ଫେରସ୍ତ କରି ବିଶ୍ୱାସ ଜିତଥିଲା। ତା’ପରେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଜଏଣ୍ଟ ଆକାଉଣ୍ଟରୁ ସମସ୍ତ ଟଙ୍କା ପଠାଇବାକୁ କହିଥିଲା। କିଛି ସମୟ ମଧ୍ୟରେ ସେ ୬ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ମୋଟ୍ ୩.୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ମାତ୍ର ଏଥର ସାଇବର ଠକ ଆଉ ଟଙ୍କା ଫେରସ୍ତ କରିନଥିଲା। ସନ୍ଦେହ ବଢିବାରୁ ମହିଳା ତାଙ୍କ ଝିଅକୁ ଏକଥା ଜଣାଇଥିଲେ। ସେ ଠକାମୀର ଶିକାର ହୋଇଥିବା ତାଙ୍କ ଝିଅ କହିଥିଲେ ଓ ତୁରନ୍ତ ପୋଲସରେ ଅଭିଯୋଗ କରିବାକୁ କହିଥିଲେ। ମହିଳା 1930 ସାଇବର ହେଲ୍ପଲାଇନକୁ ଫୋନ୍‌ କରି ସବୁ ସୂଚନା ଦେଇଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କ ୬ ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।

Cyber Crime
Advertisment
Advertisment