• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ତାରିଖ ସ୍ଥିର ହୋଇସାରିଥିଲା . . .ଝିଅ ଘରେ ଅତିଥିଙ୍କ ଭିଡ଼ ଲାଗି ସାରିଥିଲା. . ହେଲେ ବିବାହ ଦିନ ଧୋକା ଦେଲା ବର । ସାମାନ୍ୟ କେଇଟା ଟଙ୍କା ଲୋଭରେ ବାହାଘର ଭାଙ୍ଗିଦେଇଛନ୍ତି ବର ପକ୍ଷ । ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମେ ୧୦ରେ ବିବାହ ଥିବାବେଳେ ଝିଅ ଘର ଧୁମଧାମ୍‌ରେ ବିବାୟ ଆୟୋଜନରେ ଲାଗିପଡ଼ିଥିଲେ । ହେଲେ କନ୍ୟାର ସବୁ ସ୍ୱପ୍ନ ପାଣି ଫୋଟକା ପରି ଫାଟିଗଲା । ଏହି ଘଟଣା ପରେ କନ୍ୟା ପିତା ଥାନାରେ ବରପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଗୋରଖନାଥ ଅଞ୍ଚଳର ବିକାଶ ନଗର ବାସିନ୍ଦା ଜଣେ ଯୁବତୀଙ୍କ ବବାହର ଚିଲୁଆତାଲ ଅଞ୍ଚଳର ଅରୁଣ ଉପାଧ୍ୟାୟଙ୍କ ପୁଅ ପ୍ରଶାନ୍ତ ଉପାଧ୍ୟାୟଙ୍କ ସହ ସ୍ଥିର ହୋଇଥିଲା । ଧୁମଧାମରେ ନିର୍ବନ୍ଧ ହେବା ପରେ ମେ’ ୧୦ରେ ବିବାହ ହେବ ବୋଲି ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ । ହେଲେ ଶେଷ ମୁହୂର୍ତ୍ତରେ ବର ନିଜର ଅସଲ ରଙ୍ଗ ଦେଖାଇଛି । ଟଙ୍କା ସାମ୍ନାରେ ବିକ୍ରି ହୋଇଯାଇଛି ତା’ର ମଣିଷପଣିଆ ତଥା ଆତ୍ମ ସ୍ୱାଭିମାନ । ଅନ୍ୟ ଏକ ପରିବାରରୁ ୫୦ ଲକ୍ଷର ଯୌତୁକ ପାଇବାର ପ୍ରତିଶ୍ରୁତି ପରେ ବରପକ୍ଷ ବିବାହ କରିବାକୁ ମନା କରିଦେଇଛନ୍ତି ।

ତେବେ ବିବାହ ଦିନ ବର ନପହଞ୍ଚିବାରୁ କନ୍ୟା ଘର ଲୋକ ପିଲାଘରେ ପହଞ୍ଚି ଯାଇଥିଲେ । କାରଣ ପଚରାଯିବାରୁ ସତ କଥା ସାମ୍ନାକୁ ଆସିଥିଲା । ଆଉ ପିଲା ନିଜେ ଅଧିକ ଯୌତୁକ ପାଇଁ ବିବାହ ଭାଙ୍ଗିଥିବା କଥା କହିଥିଲା । ଏକଥା ଶୁଣିବା ପରେ ଉଭୟ ପକ୍ଷ ମଧ୍ୟ କଳି ଝଗଡ଼ା ମାରପିଟ୍‌ ଆରମ୍ଭ ହୋଇଥିଲା । କୌଣସି ନିଷ୍କର୍ସ ନବହାରିବା ପରେ କନ୍ୟାପିତା ଥାନାରେ ଅଭିଯୋଗ କରିଛନ୍ତି ।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବରପକ୍ଷ ଯୌତୁକ ଟଙ୍କା ନେବା ସହ ଗାଡ଼ି କିଣିବାକୁ ଟଙ୍କା ନେଇଥିଲେ । କିନ୍ତୁଅନ୍ୟ ଜଣେ ଯୁବତୀଙ୍କ ପରିବାର ୫୦ଲକ୍ଷ ଯୌତୁକ ଅଫର ଦେଲେ, ସେତେବେଳେ ବରପକ୍ଷ ବିବାହ ଭାଙ୍ଗି ଏବେ ଅନ୍ୟ ସ୍ଥାନରେ ବିବାହ କରିବାକୁ ସ୍ଥିର କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।