/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745054172.jpg)
Online game
ବର୍ତ୍ତମାନ ଯୁବପିଢ଼ିଙ୍କୁ ରାତିରାତି କୋଟିପତି ହେବାର ନିଶା ଘାରିଛି । କମ୍ ସମୟରେ ଏବଂ ସହଜରେ ଟଙ୍କା ରୋଜଗାର କରିବାକୁ ସେମାନେ ବେଟିଂ ଏବଂ ଅନଲାଇନ ଗେମିଂ ଚକ୍କରରେ ପଡୁଛନ୍ତି । ତେବେ ଏହି ଅନଲାଇନ ଗେମ୍ ଯେ କେତେ ମାରାତ୍ମକ ହୋଇପାରେ ତା'ର ଏକ ସଦ୍ୟ ଉଦାହରଣ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ । ଏଠାରେ ଜଣେ ଯୁବକ ଅନଲାଇନରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ନିଜକୁ ଛୁରୀ ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଅଧିକ ପଢ଼ନ୍ତୁ: କାଜୁ ତୋଳାକୁ ନେଇ ଦୁଇ ଗାଁ ପିଟାପିଟି, ୧୫ରୁ ଊର୍ଦ୍ଧ୍ୱ ଆହତ
ଏହି ଯୁବକ ହେଲେ ଜଳେଶ୍ୱର ତେଘରି ଗ୍ରାମର ସୌରଜିତ୍ ରାୟ । ସୌରଜିତ୍ ଅନଲାଇନ ଜୁପି ଲୁଡୁ ଗେମ୍ ଖେଳୁଥିଲେ । ଏଥିରେ ସେ ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଲକ୍ଷାଧିକ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଜି ସକାଳୁ ସେ ଏକ ଛୁରୀରେ ନିଜ ହାତ ଓ ବେକକୁ କାଟି ଦେଇଥିଲେ ।
ପରିବାର ଲୋକେ ସୌରଜିତଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠି ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମଧ୍ୟ ସେ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌରଜିତ ଜଣେ ଟ୍ୟୁସନ ଶିକ୍ଷକ ହୋଇଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)