Advertisment

ସ୍ତ୍ରୀ ହେବ ତ ଏମିତି ! ଯୌତୁକ ଲୋଭୀ ସ୍ୱାମୀକୁ ଦେଲେ ପାନେ...

ଯୌତୁକ ଲୋଭୀ ରାକ୍ଷସଙ୍କୁ ଉଚିତ ଜବାବ ଦେଇଛନ୍ତି ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମର ଲିଜା ମେହେର।

author-image
Sujit kumar Swain
ଅଦ୍ୟତନ ହୋଇଛି
Woman Takes Back Materials Brought as Dowry after Marital Discord in Boudh

Dowry

ଯୌତୁକ ଲୋଭୀ ସ୍ୱାମୀକୁ ପାନେ ଦେଲା ସ୍ତ୍ରୀ। ସ୍ୱାମୀ ଡିମାଣ୍ଡ କରିଥିଲା ଅଧିକ ଯୌତୁକ ଆଣେ ନହେଲେ ଜୀବନରୁ ମାରିଦେବୁ। ହେଲେ ସ୍ତ୍ରୀ ଜଣକ ଯାହା କଲେ ତାହା ବୋଧହୁଏ ଆପଣ କେବେ ଶୁଣି ନଥିବେ। 

Advertisment

ଯୌତୁକ ପ୍ରଥାକୁ ବନ୍ଦ ପାଇଁ କେତେ କ’ଣ ସଚେତନତା ସୃଷ୍ଟି ଚାଲିଛି। କିନ୍ତୁ ଯୌତୁକ ଲୋଭୀ ରାକ୍ଷସ ମାନଙ୍କୁ ଏଥିରୁ କିଛି ଫରକ ପଡେନି। ଏମାନେ ଘରକୁ ଆସିଥିବା ନବବଧୂକୁ ଝିଅ ଭଳି ରଖିବା ବଦଳରେ ଯୌତୁକ ନିଆଁରେ ତାକୁ ତିଳ ତିଳ କରି ଜଳିଥାନ୍ତି। ହେଲେ ସମୟ ବଦଳିଛି। ଆଜିର ନାରୀ ଅବଳା କି ଦୁର୍ବଳା ନୁହେଁ। ଏହାକୁ ପ୍ରମାଣିତ କରି ଯୌତୁକ ଲୋଭୀ ରାକ୍ଷସଙ୍କୁ ଉଚିତ ଜବାବ ଦେଇଛନ୍ତି ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମର ଲିଜା ମେହେର। ଅଧିକ ଯୌତୁକ ଦେବା ତ ଦୂରର କଥା ପୂର୍ବରୁ ଦେଇଥିବା ସମସ୍ତ ଯୌତୁକ ଜିନିଷକୁ ପୋଲିସ ଉପସ୍ଥିତିରେ ଫେରାଇ ନେଇଥିଲେ ଲିଜା।

ପଢନ୍ତୁ ଏହି ଖବର: ବସ୍‌ଙ୍କୁ ପାନେ ଦେବାକୁ ଭଡ଼ାରେ ଗୁଣ୍ଡା ଆଣିଲେ ସହକର୍ମୀ, ମାରିଲେ ନିସ୍ତୁକ ମାଡ଼

Advertisment

ସୂଚନା ମୁତାବକ, ୧୫ମାସ ତଳେ ଲିଜା ରଘୁନାଥ ମେହେରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର ୨ମାସ ପରେ ଲିଜାଙ୍କ ମା’ବାସନ୍ତୀ ଝିଅର ଘରକରଣା ବ୍ୟବହାର ପାଇଁ ସାଧ୍ୟମତେ ଯୌତୁକ ଦେଇଥିଲେ। ପରେ ଜ୍ୱାଇଁ ରଘୁନାଥ ଏକ ବାଇକ ଡିମାଣ୍ଡ କରିବାରୁ ତାହା ମଧ୍ୟ ଯୋଗାଇଦେଲେ। ମାତ୍ର ଏତିକିରେ ଲିଜାଙ୍କ ସ୍ୱାମୀ ଓ ଶାଶୁ ଶ୍ୱଶୁର ସନ୍ତୁଷ୍ଟ ହୋଇ ନଥିଲେ। ସେ ତାଙ୍କୁ ଆହୁରି ସୁନା ଚେନ୍ ,ଫ୍ରିଜ୍ ଓ ନଗଦ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଚାପ ପକାଇଲେ। 

ଏନେଇ ସେ ଲିଜାଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ କୋଠରୀରେ ବନ୍ଦକରି ରଖିଥିଲେ। ତେବେ ଗାଁର କିଛି ବ୍ୟକ୍ତି ଏକଥା ଜାଣି ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ଏନେଇ ଲିଜା ବାଉଁଶୁଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ପୋଲିସ ସହାୟତାରେ ଶାଶୁଘରୁ ସମସ୍ତ ଯୌତୁକ ସାମଗ୍ରୀ ଉଦ୍ଧାର କରି ନିଜ ଘରକୁ ନେଇଯାଇଥିଲେ । ତେବେ ଯୌତୁକ ନିର୍ଯାତନା ଘଟଣାକୁ ମିଛ ବୋଲି କହିଛନ୍ତି ରଘୁନାଥ। ଲିଜା ତାଙ୍କ ପରିବାର ଲୋକଙ୍କୁ ମାରିବାକୁ ଧମକ ଦେଉଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ତେବେ ଲିଜାଙ୍କ ଏହି ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ସତରେ ଯଦି ବୋହୂ ମାନେ ସାହସ ଦେଖାଇବେ ତେବେ ଏହି ଯୌତୁକ ରୂପି ରାକ୍ଷସ ଠିକ ବାଟକୁ ଆସି ପାରିବେ।

ପଢନ୍ତୁ ଏହି ଖବର: ଲୁଟେରାଙ୍କ ଉପରେ ନଜର, ରାଜଧାନୀର ବିଭିନ୍ନ ଅଞ୍ଚଳରେ କଡ଼ା ଚେକିଂ

Dowry Dowry Case Dowry Harassment Case
Advertisment
Advertisment