/odishatv-khabar/media/post_attachments/uploadimage/library/16_9/16_9_0/Hotel_Raid_1719463930.jpg)
Hotel Raid
ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଥିବା ହୋଟେଲ ଓ ଲଜ୍ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି । ବିଳମ୍ବିତ ରାତିରେ ଏଭଳି ଚେକିଂ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ଗତକାଲି ବିଳମ୍ବିତ ରାତିରେ କମିସନରେଟ୍ ପୋଲିସ ରାଜଧାନୀରେ ବହୁ ହୋଟେଲ୍, ଲଜ୍ ଓ ଗେଷ୍ଟ୍ ହାଉସ୍ ବୁଲି ଯାଞ୍ଚ କରିଛି । ଭୁବନେଶ୍ୱରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍ରେ ଯାଞ୍ଚ୍ କରିଛି ।
ପଢନ୍ତୁ ଏହି ଖବର: ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ବଦଳି
ଏଥିସହ ସରାଇ ଆପ୍କୁ ବ୍ୟବହାର ଲାଗି କଡ଼ା ନିର୍ଦ୍ଦେଶ ରହିଛି । ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଏଭଳି ପନ୍ଥା ଆପଣାଇଛି ପୋଲିସ । ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’କରିଦେଇଥିବାରୁ ଗ୍ୟାଙ୍ଗ୍ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ । ତେଣୁ ଏଣିକି ସରାଇ ନିୟମକୁ କଡ଼ାକଡ଼ି କରି ପୋଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଥିବା ପୂର୍ବରୁ ସୂଚନା ଦେଇଥିଲେ ଡିସିପି ।
ସେପଟେ ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଗତ ରାତିରେ ବେଆଇନ୍ ଭାବେ ମାଟି ଉଠାଉଥିବା ବେଳେ ୧୧ଟି ଗାଡିକୁ ଅଟକାଇ ରଖିଥିଲେ ଗ୍ରାମବାସୀ । ଏହାପରେ ଅଟକ ୧୧ଟି ଗାଡିକୁ ପୋଲିସ ସିଜ୍ କରି ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।
ଏହି ଗାଡି ମଧ୍ୟରୁ ୧୦ଟି ଓଡ଼ିଶାର ଗାଡ଼ି ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର । ସବୁ ଗାଡ଼ିର ଡ୍ରାଇଭରମାନେ ଫେରାର ହୋଇଯାଇଛନ୍ତି । ବର୍ଷସାରା ଏହି ସ୍ଥାନରୁ ସବୁବେଳେ ଖଡ଼ି ପଥର, ମାଟି ଏବଂ ମୋରମ ଚୋରି ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୧ଟି ଟ୍ରକ ଓ ହାଇୱାକୁ ଗ୍ରାମବାସୀ ଅଟକ ରଖିବା ପରେ ଖୋର୍ଦ୍ଧା ଜିଲ୍ଲା ଖଣି ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)