Advertisment

Woman Con Artist in India: ଗୋଟିଏ କନ୍ୟାକୁ ୨୫ ବର, ବାନ୍ଧିଲା ପୋଲିସ...

୭ ମାସରେ ସରିଛି ୨୫ ବାହାଘର । ମିଠାମିଠା କଥା କହି ପ୍ରେମ ଜାଲରେ ଫସାଉଥିଲା । ଚତୁର୍ଥୀ ଦିନ ଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Woman Con Artist in India

ଗୋଟିଏ କନ୍ୟାର ୨୫ ବର । ୮ ଦିନରେ ଖୋଜାପଡ଼ୁଥିଲା ନୂଆ ଘର । ୭ ମାସରେ ସରିଛି ୨୫ ବାହାଘର । ମିଠାମିଠା କଥା କହି ପ୍ରେମ ଜାଲରେ ଫସାଉଥିଲା । ଚତୁର୍ଥୀ ଦିନ ଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲା । କେଉଁଠି ଚାରି ଦିନ ରହୁଥିଲା ତ ପୁଣି କେଉଁଠି କାଟୁଥିଲା ସପ୍ତାହେ । ଇଏ କୌଣସି ଫିଲ୍ମର କାହାଣୀ ନୁହେଁ, ଏ ହେଉଛି ସତସତିକା ଘଟଣା । ମଧ୍ୟପ୍ରଦେଶ ଭୋପାଳର ଏହି ଖବର ଏବେ ସବୁଠି ଚର୍ଚ୍ଚା । 

Advertisment

ମହିଳା ଜଣକର ନାଁ ହେଉଛି ଅନୁରାଧା ପାସୱାନ । ତାଙ୍ ବୟସ ୩୨ ବର୍ଷ । ମାତ୍ର ୭ ବର୍ଷ ମଧ୍ୟରେ ସେ ୨୫ ଜଣ ପୁରୁଷଙ୍କୁ ବିବାହ କରିସାରିଛି । ଆଉ ବାହାଘରର ମାତ୍ର କିଛି ଦିନ ମଧ୍ୟରେ ବର ଘରୁ ଟଙ୍କା ଓ ସୁନା ଧରି ଚମ୍ପଟ ମାରିଛି । ଅନୁରାଧା ପୂର୍ବରୁ ଏକ ଗୁଣ୍ଡା ଗ୍ୟାଙ୍ଗରେ କାମ କରୁଥିଲା । ପରେ ଅବିବାହିତ ଯୁବକଙ୍କୁ ଟାର୍ଗେଟ୍‌ କରିଥିଲା । ଯେଉଁ ଯୁବକମାନେ ବିବାହ ପାଇଁ ଇଚ୍ଛୁକ ଥିଲେ ସେମାନଙ୍କୁ ପ୍ରେମ ଜାଲରେ ଫସାଇ ବାହାହୋଇ ତାଙ୍କ ଘରୁ ଲୁଟୁଥିଲା ଅନୁରାଧା । 

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ରାଜ୍ୟରୁ ହଟାଇବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Advertisment

ଗତ ଏପ୍ରିଲ ୨୦ ତାରିଖରେ ରାଜସ୍ଥାନର ଜଣେ ଯୁବକଙ୍କୁ ବିବାହ କରିଥିଲା ଅନୁରାଧା । ହେଲେ ମେ’ ୨ ତାରିଖରେ ତାଙ୍କ ଘରୁ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ଧରି ଫେରାର ମାରିଥିଲା । ଅଭିଯୋଗ ଅନୁସାରେ କିଛି ସୁନା ସହ ନଗଦ ୩୦ ହଜାର ଟଙ୍କା ଏବଂ ଏକ ଦାମୀ ମୋବାଇଲ୍ ନେଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ଉପରୁ ପରଦା ହଟିଛି । ଅଭିଯୁକ୍ତ ଅନୁରାଧା ଏପରି ବିବାହ କରିବାକୁ କିଛି ମଧ୍ୟସ୍ଥି ମାନଙ୍କୁ ଦୁଇ ଲକ୍ଷ ଟଙ୍କା ଦେଉଥିବା ମଧ୍ୟ ଜଣାପଡ଼ିଛି । ପୋଲିସ ଏହି ପୂରା ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ କରୁଛି । 

ସବୁଠାରୁ ବଡ଼ କଥା ହେଉଛି, ଏହି ଗ୍ୟାଙ୍ଗ କୌଣସି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁନଥିଲେ । କେବଳ ଏମାନଙ୍କ ଲକ୍ଷ୍ୟ ଥିଲା ଅନ୍ୟର ଟଙ୍କା ଓ ସମ୍ପତ୍ତି । ତେଣୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ନେଇ ଫେରାର ମାରୁଥିଲା ଅନୁରାଧା । ଆଉ ତା’ ପରେ ଗ୍ୟାଙ୍ଗ ସହ ଚୁକ୍ତି ମୁତାବକ ହିସାବ କରୁଥିଲା । 

After Marriage Fraud Case Marriage
Advertisment
Related Articles
Advertisment