Advertisment

କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

ଏପରି ନାରକୀୟ କାଣ୍ଡ ଘଟାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଜଣକ ଘରଠୁ ଶହେ ମିଟର ଦୂରରେ ଏକ ଗଛରେ ନିଜେ ବି ଝୁଲି ପଡ଼ି ଜୀବନ ହାରିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Madhyapradesh Crime: Man Kills 8 Family Members With Axe

Crime

ଏମିତି ନୃଶଂସ ବ୍ୟକ୍ତି ଆପଣ କେବେ ଦେଖିନଥିବେ । ପରିବାରର ସର୍ବନାଶ କରିଦେଲା । ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା । ରାତିର ଅନ୍ଧକାରରେ ଖେଳିଲା ରକ୍ତର ହୋଲି । ଜଣକ ପରେ ଜଣେ ଆତ୍ମୀୟଙ୍କୁ କୁରାଢ଼ିରେ ହାଣି କଲବଲ କରି  ନେଲା ୮ ଜୀବନ । ଛୋଟଠୁ ବଡ଼ କାହାକୁ ଛାଡ଼ିଲାନି । ଘର ଚଟାଣରେ ବୋହିଲା ରକ୍ତର ନଦୀ, ଗଡ଼ିଲା ଅତ୍ମୀୟଙ୍କ ମୁଣ୍ଡ । ଏପରି ନାରକୀୟ କାଣ୍ଡ ଘଟାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଜଣକ ଘରଠୁ ଶହେ ମିଟର ଦୂରରେ ଏକ ଗଛରେ ନିଜେ ବି ଝୁଲି ପଡ଼ି ଜୀବନ ହାରିଲା ।

Advertisment

ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା । ମହୁଲଝିର ଥାନା ଅଞ୍ଚଳରେ ଥିବା ବୋଦଲ କଚ୍ଛାର ଗାଁରେ ଏହି ସାଂଘାତିକ ଘଟଣା ଘଟିଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏସ୍‌ପିଙ୍କ ସୂଚନା ଅନୁଯାୟୀ, ହତ୍ୟା ଅଭିଯୁକ୍ତ ଜଣକ ପରିବାରର ସଦସ୍ୟ ହୋଇଥିବା ବେଳେ ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲା । ଗତ ରାତିରେ ସେ ଏକ କୁରାଢ଼ି ସାହାଯ୍ୟରେ ନିଜ ଭାଇ, ଭାଉଜ, ପତ୍ନୀଙ୍କ ସମେତ ୮ ଜଣଙ୍କୁ ହାଣି ଦେଇଥିଲା।

ଅଧିକ ପଢ଼ନ୍ତୁ: ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

Advertisment

ନିଜ ପରିବାରକୁ ନିଜ ହାତରେ ନିପାତ କରିବା ପରେ ବୋଧ ହୁଏ ବ୍ୟକ୍ତିଜଣକ ନିଜ ଭୁଲ୍‌ ବୁଝି ପାରିଥିଲା । ଏପରିକି ଘର ଚଟାଣରେ ରକ୍ତର ନଦୀ ବୋହିବାରୁ ବ୍ୟକ୍ତିଜଣକ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲା । ତେଣୁ ସେ ରାତିରେ ଘରଠୁ ଶହେ ମିଟର ଦୂରରେ ଥିବା ଏକ ଗଛରେ ଝୁଲି ପଡ଼ି ନିଜ ଜୀବନ ହାରିଲା ।

ଏହି ଘଟଣାରେ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ଛୋଟ ଛୁଆ ଅଳ୍ପକେ ବର୍ତ୍ତି ଯାଇଛି। ପିଲାଟି ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗାଁରେ ଶୋକର ଛାୟା ଖେଳିଯାଇଛି । 

ଅଧିକ ପଢ଼ନ୍ତୁ: ମହିଳା ସ୍ୱରରେ କଲ୍‌ କରି ୭ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Murder
Advertisment
Advertisment