Murder
ସିନ୍ଦୂର ପୋଛିବାକୁ ବଏଫ୍ରେଣ୍ଡ ହାତରେ ଧରାଇଦେଲା ଦେଶୀ ବନ୍ଧୁକ । ସ୍ୱାମୀକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା ସ୍ତ୍ରୀ । ଆଉ ଏହି ହତ୍ୟାରେ ସହଯୋଗ କରିଛି ପ୍ରେମିକ ମନୋଜ । ପ୍ରେମିକା ବୀଣା କଥାରେ ପଡ଼ି ହତ୍ୟା କଲା ପରେ ଶେଷରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଉତ୍ତରପ୍ରଦେଶର ଆଲିଗଡ଼ରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
ସୂଚନା ଅନୁସାରେ, ମୃତକ ଗୋବିନ୍ଦ ରାୟ ଗତ ୮ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ । ସେଠାରେ ସିକ୍ୟୁରିଟି ଭାବେ କାମ କରୁଥିଲେ । ପ୍ରାୟ ୧୦ ଦିନକୁ ଥରେ ସେ ଘରକୁ ଆସୁଥିଲେ । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ହେଲେ ଗୋବିନ୍ଦଙ୍କ ପତ୍ନୀ ନିଜଠୁ ୬ ବର୍ଷ ସାନ ଏକ ଯୁବକ ପ୍ରେମରେ ପଡିଥିଲା । ଏପରିକି ନିଜ ସ୍ୱାମୀ ଓ ପିଲାଙ୍କୁ ଖାଦ୍ୟରେ ନିଶା ବଟିକା ମିଶାଇ ଖାଇବାକୁ ଦେଇ ସେମାନେ ଶୋଇଗଲା ପରେ ପ୍ରେମିକକୁ ଘରକୁ ଡାକୁଥିଲା ।
ଗୋବିନ୍ଦଙ୍କ ହତ୍ୟା ପରେ ଏସବୁ କଥା ପୋଲିସ ନିକଟରେ କହିଛନ୍ତି ମୃତ ଗୋବିନ୍ଦଙ୍କ ପୁଅ । ବାପାଙ୍କ ହତ୍ୟା କରାଯାଇଥିବା ଜାଣିବା ପରେ ସ୍କୁଲରୁ ସିଧା ଥାନାରେ ପହଞ୍ଚି ଏଭଳି ବୟାନ ଦେଇଛି ପୁଅ । ସେପଟେ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ମନୋଜ ସତ ସ୍ୱୀକାର କରିଛି । ମନୋଜ କହିଛି, ଆମେ ପ୍ରଥମେ ନିଶା ଦେଇ ସେ ଶୋଇଯିବା ପରେ ତଣ୍ଟି ଚିପି ହତ୍ୟା କରିବାର ପ୍ଲାନ କରିଥିଲୁ । ହେଲେ ଏହା କାମ ନଦେବାରୁ ବୀଣା ଦେଶୀ ବନ୍ଧୁକ ଯୋଗାଡ଼ କରି ଆଣି ମୋତେ ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)