• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ବାହାଘରର ଦେଢ଼ ବର୍ଷ ନପୂରୁଣୁ ଯୌତୁକ ପାଇଁ ବୋହୂକୁ ହତ୍ୟା ଅଭିଯୋଗ । ଏହି ଅଭିଯୋଗ ଆସିଛି କଟକ ସାମନ୍ତରାପୁର ଗ୍ରାମରୁ । ମୃତ ମହିଳା ହେଲେ ସିତୁ ପ୍ରଧାନ । ଗତକାଲି ରାତିରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଯୌତୁକ ଦାବିରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ପୋଲିସ ମୃତକଙ୍କ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି । 

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

ମିଳିଥିବା ସୂଚନା ଅନୁଯାୟୀ, ସାମନ୍ତପୁର ଗାଁର ମୂଳିଆ ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ର ୨୦୨୩ ଡିସେମ୍ବର ୧୦ରେ ଛତିଆ ରଙ୍ଗଦାସପୁର ଗାଁର ସିତୁ ପ୍ରଧାନଙ୍କୁ ବିବାହ କରିଥିଲେ । କିନ୍ତୁ ଗତ ରାତି ୮ଟାରେ ସିତୁଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।

ପରିବାର ଲୋକେ କହିଛନ୍ତି, ବାହାଘରର ଛଅ ମାସ ପରେ ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ହଇରାଣ କରୁଥିଲେ । ବାହାଘରରେ ୫ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ହେଲେ ସେମାନେ ଅଧିକ ଯୌତୁକ ପାଇଁ ଦାବି କରି ଝିଅକୁ ନିର୍ଯାତନା ଦେଇଆସୁଥିଲେ । ଗତକାଲି ଆକସ୍ମିକ ଭାବେ ଝିଅର ମୃତ୍ୟୁ ହୋଇଛି । ମୃତ୍ୟୁର ଘଣ୍ଟାଏ ପୂର୍ବରୁ ସେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ତେଣୁ ତାର ମୃତ୍ୟୁ କେମିତି ହେଲା, ସେନେଇ ସନ୍ଦେହ କରିବା ସହ ଟାଙ୍ଗୀ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । 

ଅନ୍ୟପଟେ ଟାଙ୍ଗୀ ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହିତ ଛାନଭିନ୍ କରିଛି । ତା'ସହ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଯାଇଛି । ଏହି ଘଟଣାରେ ମୃତକଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଅନ୍ୟମାନେ ଘରେ ଅନୁପସ୍ଥିତ ଥିବାରୁ ମୃତ ମହିଳାଙ୍କ ଶାଶୁଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

OTV is now on Whatsapp

Join and get latest news update delivered to you via whatsapp

Join Now