Advertisment

Killer Wife: ପ୍ରେମିକ ରାଜ୍ ପାଇଁ ସ୍ବାମୀ ରାଜାକୁ ହତ୍ୟା; ହରର ହନିମୁନ୍, ବେୱଫା ସୋନମ୍ !

କିଏ ଜାଣିଥିଲା ବିବାହ ସାତ ଜନ୍ମର ନୁହେଁ, ସାତ ଦିନର। ଖୁସି ଏକତରଫା। ଆଉ ମୁଣ୍ଡ ନୁଆଁଇ ସିନ୍ଥିରେ ସିନ୍ଦୂର ନାଉଥିବା ଅର୍ଦ୍ଧାଙ୍ଗିୀ ହିଁ ନେଇଯିବ ସ୍ବାମୀର ଜୀବନ।

author-image
Sujit kumar Swain
ଅଦ୍ୟତନ ହୋଇଛି
Wife hires contract killer to murder husband during honeymoon for lover

Wife hires contract killer to murder husband during honeymoon for lover

କିଲର ୱାଇଫ୍। ହନିମୁନ୍ ଟ୍ରିପରେ ବୟଫ୍ରେଣ୍ଡ ସହ ମିଶି ସୁପାରି କିଲର ଲଗାଇ ସ୍ବାମୀକୁ ମାରିଥିଲା ପତ୍ନୀ। ମେଘାଳୟରୁ ଦଂପତି ନିଖୋଜ ଘଟଣାରେ ଆଜି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। ଘଟଣାର ୧୭ ଦିନ ପରେ ପତ୍ନୀ ସୋନମ୍ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଗୋଟିଏ ଖୁସିର ଆରମ୍ଭ କେମିତି ଦୁଃଖଦ ତଥା ରହସ୍ୟମୟ ହତ୍ୟାକାଣ୍ଡରେ ବଦଳିଗଲା, ଦେଖିବା ଇନ୍ଦୋର କେସର ଇନସାଇଡ୍ ଷ୍ଟୋରି।... 

Advertisment

ରାଜ୍ ପାଇଁ ରାଜାକୁ ହତ୍ୟା । ହରର ହନିମୁନ୍, ବେୱଫା ସୋନମ୍ ! କିଏ ଜାଣିଥିଲା ବିବାହ ସାତ ଜନ୍ମର ନୁହେଁ, ସାତ ଦିନର। ଖୁସି ଏକତରଫା। ଆଉ ମୁଣ୍ଡ ନୁଆଁଇ ସିନ୍ଥିରେ ସିନ୍ଦୂର ନାଉଥିବା ଅର୍ଦ୍ଧାଙ୍ଗିୀ ହିଁ ନେଇଯିବ ସ୍ବାମୀର ଜୀବନ। ସେଦିନ କାଳ ଭବିଷ୍ୟତର ଅନ୍ଧାର ବିଷୟରେ ଅଜଣା ରାଜା ରଘୁବଂଶୀ, ବରବେଶରେ କେତେ ସଜେଇ ହୋଇଥିଲେ । ଭଉଣୀ ସହ କେତେ ନାଚିଛି, ଘୋଡା ଚଢିଛି, ବାଜା-ବାଣ-ରୋଷଣୀ ନେଇ ମଉଜରେ ହାତକୁ ଦୁଇ ହାତ ହୋଇଛି। ହେଲେ, କାଳ ସର୍ପୀ ପତ୍ନୀ ମନରେ ମନରେ ଭାବିଥିଲା ଆଉ କିଛି। ବିବାହ ସରିଲା, ହନିମୁନରେ ବି ଗଲେ। ହେଲେ ଫେରିଲେନି ସ୍ବାମୀ। କାରଣ, ଏହି ହନିମୁନ୍ ଟ୍ରିପରେ ହିଁ ସବୁ ଦିନ ପାଇଁ ସ୍ବାମୀଙ୍କୁ ରାସ୍ତାରୁ ହଟାଇଦେଇଛି ପତ୍ନୀ। ମେଘାଳୟରେ ଦଂପତି ରାଜା ରଘୁବଂଶୀ ଓ ସୋନମ ନିଖୋଜ ମିଷ୍ଟ୍ରି ଉପରୁ ପରଦା ହଟାଇ ସାଂଘାତିକ ଖୁଲ୍ଲାସା କରିଛି ପୋଲିସ।

ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍‌ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...

Advertisment

୧୧ ମେ ୨୦୨୫। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମଙ୍କ ହାତଗଣ୍ଠି ପଡିଥିଲା ମେ ୨୦ରେ । ହନିମୁନ୍ ଟ୍ରିପରେ ମେଘାଳୟର ସିଲଂ ଯାଇଥିଲେ ନବ ଦମ୍ପତି ୨୩ ମେରେ। ଚେରାପୁଞ୍ଜିର ନଙ୍ଗ୍ରିୟାଟରେ ଲିଭିଂ ରୁଟ୍ ବ୍ରିଜ୍ ଦେଖିବା ପରେ ନିଖୋଜ ହୋଇଯାଇଥିଲେ ଉଭୟ। ଜୁନ୍ ୨ରେ ନିଖୋଜର ୧୦ ଦିନ ପରେ ଝରଣା ନିକଟରୁ ମିଳିଥିଲା ରାଜାଙ୍କ ମୃତଦେହ। ହାତରେ ଥିବା ରାଜା ଟାଟୁ ଦେଖି ପରିଚୟ ମିଳିଥିଲା। ହେଲେ ଖୋଜ ଖବର ନଥିଲା ସୋନମଙ୍କର। ମେଘାଳୟ ପୋଲିସ ତୁରନ୍ତ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଦେଇଥିଲା ତଦନ୍ତ। ଏସପିଙ୍କ ନେତୃତ୍ବରେ ଗଠନ ହୋଇଥିଲା ଏସଆଇଟି। ଉଭୟ ରହୁଥିବା ହୋମ୍ ଷ୍ଟେ'ର ସିସିଟିଭି ଘାଣ୍ଟିଥିଲା ପୋଲିସ। ପରେ ରାଜାଙ୍କ ଡେଡବଡି ମିଳିଥିବା ସ୍ଥାନରୁ ମିଳିଥିଲା ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ। ରାଜାଙ୍କୁ ହତ୍ୟା କରି ସୋନମଙ୍କୁ ଅପହରଣ କରାଯାଇଥିବା ପ୍ରଥମେ ସନ୍ଦେହ କରିଥିଲା ତଦନ୍ତକାରୀ ଟିମ୍। ହେଲେ ପଚରାଉଚୁରା ବେଳେ ଗାଇଡ୍ ରଖିଥିବା ବୟାନ କେସକୁ ଦେଇଥିଲା ନୂଆ ଦିଗ। ପାହାଡ଼ ଚଢିବା ବେଳେ ଗାଇଡକୁ ମନା କରିବା, ରାଜା ଓ ସୋନମଙ୍କ ସାଙ୍ଗରେ ଆଉ ୩ ଜଣ ଥିବା, ଇସାରା କରିଥିଲା ହତ୍ୟାକାଣ୍ଡ ଷଡଯନ୍ତ୍ର ଆଡ଼କୁ। 

ରାଜ୍ କୁଶୱା ପ୍ରେମରେ ଉବୁଟୁବୁ ସୋନମ୍ ରଚିଥିଲା ୭ ଦିନର ସ୍ବାମୀଙ୍କ ମର୍ଡର ପ୍ଲାନ୍। ବୟସରେ ସୋନମଠାରୁ ୫ବର୍ଷ ସାନ। ବାପାଙ୍କ ପ୍ଲାଇଉଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲା। ସେଠାରୁ ହିଁ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ। ତେବେ ପ୍ରେମ ସଫଳ ନହେବାରୁ ସ୍ବାମୀ ରାଜାଙ୍କୁ ରାସ୍ତାରୁ ହଟାଇବାକୁ ରାଜ୍ ସହ ମିଶି ସୋନମ୍ କରିଥିଲେ ପ୍ଲାନ୍। ଯୋଗାଡ କରାଯାଇଥିଲା ସୁପାରି କିଲର। ଆକାଶ ରାଜପୁତ୍, ବିଶାଲ ଚୌହାନ୍ ଏବଂ ଆନନ୍ଦ କୁମାର। ଯୋଜନା ମୁତାବକ ଏହି ୩ ସୁପାରି କିଲରଙ୍କୁ ମେଘାଳୟର ପ୍ରତିଟି ଜାଗାର ପ୍ରତି ମୁହୂର୍ତ୍ତର ଖବର ଦେଉଥିଲେ ସୋନମ୍। ପ୍ରଥମେ ଫୋନ୍ କଲ୍ ଡିଟେଲ୍ସରୁ ରାଜ୍ କୁଶୱାକୁ ଟ୍ରାକ କରିଥିଲା ପୋଲିସ। ପରେ ଧରାପଡିଥିଲେ ଅନ୍ୟ ୨ ଜଣ ଅଭିଯୁକ୍ତ। ହେଲେ ଏଯାଏ ଫେରାର ଅଛି ଆକାଶ ରାଜପୁତ୍। ମେଘାଳୟ ଓ ଇନ୍ଦୋର ପୋଲିସ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରୁଛି।

Supari Killer
Advertisment
Related Articles
Advertisment