Advertisment

Murder Suicide: ପତ୍ନୀକୁ ହତ୍ୟା କରିବା ପରେ ଜଙ୍ଗଲରେ ଝୁଲି ପଡ଼ିଲେ

ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିବା ପରେ ସ୍ବାମୀ ଜଙ୍ଗଲରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି। ସେରଙ୍ଗ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Murder and suicide

Murder and suicide

ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା ପରେ, ଜଙ୍ଗଲ ଭିତରୁ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ଼। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ସ୍ତ୍ରୀକୁ ନିର୍ମମ ଭାବେ ଶିଳପୁଆରେ ଛେଚି ହତ୍ୟା କରିଛି ପିଶାଚ ସ୍ୱାମୀ । ପତ୍ନୀକୁ ହତ୍ୟା କରିବା ପରେ ନିଜେ ଜଙ୍ଗଲରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତା ହେଲେ ମୋନିକା ପାଇକ ।

Advertisment

ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍‌ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...

ସୂଚନାନୁଯାୟୀ, ଗତକାଲି ସକାଳେ ମୋନିକାଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ସ୍ବାମୀ ନରେନ୍ଦ୍ର ପାଇକ। ଅନ୍ୟପଟେ ମହିଳାଙ୍କ ଶବଦାହ ପାଇଁ କାଠ ସଂଗ୍ରହ କରିବାକୁ ଗାଁ ପାଖ ଜଙ୍ଗଲ ଭିତରକୁ ଲୋକମାନେ ଯାଇଥିବା ବେଳେ, ସେଠାରେ ନରେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଗାଁ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ । 

Advertisment

୨୦୧୯ରେ ମୋନିକା ଓ ନରେନ୍ଦ୍ରଙ୍କ ପ୍ରେମ ବିବାହ ହୋଇଥିବା ବେଳେ, ନରେନ୍ଦ୍ର ଗାଇବାରେ ନିଜ ଶ୍ବଶୁରଙ୍କ ଘରେ ରହି ଆସୁଥିଲେ ଏବଂ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ। ପ୍ରାୟ ୫ଦିନ ପୂର୍ବରୁ ସେ ଘରକୁ ଆସିଥିଲେ ଏବଂ ବ୍ୟକ୍ତିଗତ କାରଣକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହି ପାରିବାରିକ ଅଶାନ୍ତି ଏତେ ଉଗ୍ର ରୂପ ନେଇଥିଲା ଯେ ଗତ କାଲି ଘରେ କେହି ନଥିବାର ସୁଯୋଗ ନେଇ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥିଲା ନରେନ୍ଦ୍ର । ପରେ ମୋନିକାଙ୍କ ମାଆ ଘରକୁ ଫେରିବା ପରେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରେ ସେରଙ୍ଗ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ।

ଅଧିକ ପଢନ୍ତୁ : ହନିମୁନ୍ କରିବାକୁ ଯାଇଥିଲେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା, ସ୍ତ୍ରୀର ମିଳୁନି ପତ୍ତା

Murder Gajapati Suicide Bid
Advertisment
Advertisment